News18 Odia Digital
ମୁମ୍ବାଇ: ମୁମ୍ବାଇର ବାଣିଜ୍ୟିକ କେନ୍ଦ୍ର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ (Bandra Kurla Complex) ରିଲାଏନ୍ସ (Reliance Industries Limited) ନିଜ ପ୍ରିମିୟମ୍ ଖୁଚୁରା ଗନ୍ତବ୍ୟସ୍ଥଳ ଜିଓ ୱାର୍ଲ୍ଡ ଡ୍ରାଇଭ୍ (Jio World Drive) ଉନ୍ମୋଚନ କରିଛି । କମ୍ପାନୀ କହିଛି ଯେ ମେକର୍ ମ୍ୟାକ୍ସିଟିରେ ୧୭.୫ ଏକର ପରିସରରେ ବ୍ୟାପ୍ତ ଓ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ରଣନୀତିଗତ ଭାବରେ ଅବସ୍ଥିତ ଜିଓ ୱାର୍ଲ୍ଡ ଡ୍ରାଇଭ୍ ହେଉଛି ମୁମ୍ବାଇର ନୂଆ, ଜୀବନ୍ତ ସହରୀ ହ୍ୟାଙ୍ଗଆଉଟ୍ ।
ଏହି କ୍ୟାମ୍ପସରେ ୭୨ଟି ଅଗ୍ରଣୀ ଆନ୍ତର୍ଜାତୀୟ ଓ ଭାରତୀୟ ବ୍ରାଣ୍ଡ୍ ଏବଂ ପୃଥିବୀର ବିଭିନ୍ନ ସ୍ଥାନର ବ୍ୟଞ୍ଜନ ପରଷୁଥିବା ୨୭ଟି କ୍ୟୁଲିନାରୀ ଆଉଟଲେଟ୍ (ରୋଷେଇ ଘର), ମୁମ୍ବାଇର ପ୍ରଥମ ଛାତ ଥିଏଟର୍ (ଜିଓ ଡ୍ରାଇଭ୍-ଇନ୍ ଥିଏଟର୍), ଏକ ଉନ୍ମୁକ୍ତ-ଆକାଶ ୱିକେଣ୍ଡ୍ କମ୍ୟୁନିଟି ମାର୍କେଟ୍, ପୋଷା-ପ୍ରାଣୀ ଅନୁକୁଳ ସେବା (ପେଟ୍-ଫ୍ରେଣ୍ଡଲୀ ସର୍ଭିସେଜ୍), ଏକ ଉତ୍ସର୍ଗୀକୃତ ପପ୍-ଅପ୍ ଅଭିଜ୍ଞତା ଓ ବୀସ୍ପୋକ୍ ସେବା ରହିଛି ।
ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁପ୍ରଖ୍ୟାତ ଡିଜାଇନ୍ ସ୍ଥପତି ରସ୍ ବୋନ୍ଥର୍ଣ୍ଣ ଓ ଆଣ୍ଡି ଲ୍ୟାମ୍ପର୍ଡଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଜିଓ ୱାର୍ଲ୍ଡ ଡ୍ରାଇଭର (Jio WorldDrive) ଭାସମାନ ଉପରି ଭାଗ ଖୁଚୁରା ସ୍ଥାପତ୍ୟର ଏକ ଚମତ୍କାର । ଏହା ନ୍ୟୁଆଜେର (Nuage) ଫ୍ରେଞ୍ଚ୍ ଧାରଣା ଦ୍ୱାରା ଅନୁପ୍ରାଣିତ । ଏହା ଏକ ମେଘ ପରି ନିର୍ମିତ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଜବ ପରମ୍ପରା: ସ୍ୱାମୀ ମରିଗଲେ ତାଙ୍କ ଶବ ସହ ପତ୍ନୀ ଶୋଇବା ଜରୁରୀ; ଫସଲ ଋତୁ ପୂର୍ବରୁ ସେକ୍ସଏହି କ୍ୟାମ୍ପସ୍ ସ୍କାଏଲାଇଟ୍ ସହିତ ଏକ ହାଇ-ଷ୍ଟ୍ରିଟ୍ ଅନୁଭବ ଦେଇଥାଏ । ଏହାର ଡିଜାଇନ୍ ଭିତର (ଇନଡୋର୍) ସହିତ ବାହାରର (ଆଉଟଡୋର୍) ବିଲୟ କରିବାର ସଙ୍କଳ୍ପ ଉପରେ ଆଧାରିତ । କ୍ୟାମ୍ପସରେ ବ୍ୟାପିଥିବା କଳାକୃତିଗୁଡ଼ିକର ଉଦ୍ଦେଶ୍ୟ ହେଉଛି କଳା ଗ୍ୟାଲେରୀ ବାହାରେ ପରିଦର୍ଶକମାନଙ୍କ ପାଇଁ ଦୈନନ୍ଦିନ ଅନୁଭୂତିକୁ ଆହୁରି ସୁନ୍ଦର କରିବା ।
ଏହା ବି ପଢ଼ନ୍ତୁ | WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲାରିଲାଏନ୍ସ କମ୍ପାନୀ ଏକ ବିବୃତିରେ କହିଛି ଯେ ଏହି ଅଦ୍ୱିତୀୟ ଅନୁଭବ ଦେଉଥିବା କମ୍ପ୍ଲେକ୍ସରେ ନୂଆ ଖାଦ୍ୟ ଓ ଗ୍ରୋସରୀ କନ୍ସେପ୍ଟ ଷ୍ଟୋର୍ ଫ୍ରେଶପିକ୍ (FreshPik) ବି ରହିବ। ବିଶ୍ୱ ପ୍ରସିଦ୍ଧ ଘର ସାଜସଜ୍ଜା (ହୋମ୍ ଡେକୋର୍) କମ୍ପାନୀ ୱେଷ୍ଟ୍ ଏଲ୍ମର (West Elm) ଭାରତରେ ପ୍ରଥମ ଫ୍ଲାଗସିପ୍ ଓ ଆଙ୍କର୍ ଷ୍ଟୋର୍ ବି ଲଞ୍ଚ୍ କରାଯାଇଛି । ଏହା ବ୍ୟତୀତ ହାମଲୀଜର ପ୍ରଥମ ଗ୍ଲୋବାଲ୍ କନସେପ୍ଟ ଷ୍ଟୋର୍ ‘ହାମଲିଜ୍ ପ୍ଲେ’ ବି ଲଞ୍ଚ୍ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୋତେ କ୍ଷମା କରିଦିଅ’’: ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଗଲେ ୨୫-ବର୍ଷୀୟା ଅଭିନେତ୍ରୀ ସୌଜନ୍ୟା(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।