News18 Odia Digital
Pop Star Taylor Cat: ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଲିଉଡର ଫେମସ ପପ୍ ଷ୍ଟାର ଟେଲର ସ୍ୱିଫ୍ଟ ଦୁନିଆର ସବୁଠାରୁ ସଫଳ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଟେଲର ସ୍ୱିଫ୍ଟ ଦୁନିଆର ସବୁଠାରୁ ହଟ ପପ୍ ଷ୍ଟାର୍ସଙ୍କ ମଧ୍ୟରୁ ଅନ୍ୟତମ। ଏହା ବ୍ୟତୀତ ସେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ। ଆମେ ଏଠାରେ ତାଙ୍କ ପୋଷା ବିଲେଇ କଥା କହୁଛୁ। ଯାହା ବିଷୟରେ ଶୁଣି ଆପଣଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ।
ପପ୍ ଷ୍ଟାର ସ୍ବିଫ୍ଟ ତାଙ୍କ ବିଲେଇକୁ କେତେ ପସନ୍ଦ କରନ୍ତି ଏକଥା ତାଙ୍କ ଫ୍ୟାନ୍ସଙ୍କୁ ଜଣା। ଆଉ ତାଙ୍କ ବିଲେଇର ନାଁ ହେଲା ଓଲିଭା ବେନ୍ସନ୍। ଏବେ ଆପଣ ଭାବୁଥିବା ଆମେ ଏଠାରେ ତାଙ୍କ ବିଲେଇ ବିଷୟରେ କଣା ପାଇଁ କହୁଛୁ। କହିବାର କାରଣ ହେଲା ଯେ ଏହି ବିଲେଇ ବିଶ୍ବର ୩ ନମ୍ବର ଦାମୀ ବିଲେଇ। ଯାହାର ମୂଲ୍ୟ ୮୦୦ କୋଟି ଟଙ୍କା।
ଟେଲର ସ୍ବିଫ୍ଟଙ୍କ ଆଉ ଦୁଇଟି ବିଲେଇ ଅଛନ୍ତିAllAboutCats.com ଅନୁଯାୟୀ ଓଲିଭା ହେଉଛି ବର୍ତ୍ତମାନ ବିଶ୍ୱର ତିନି ନମ୍ବରରେ ଥିବା ସବୁଠାରୁ ଦାମୀ ପୋଷା ବିଲେଇ। ୨୦୧୪ ପରଠାରୁ ଓଲିଭା ନାଁରେ ଏହି ରେକର୍ଡ ରହିଛି। ଟେଲରଙ୍କ ପାଖରେ ଆହୁରି ଦୁଇଟି ବିଲେଇ ମଧ୍ୟ ଅଛନ୍ତି। ଜଣଙ୍କ ନାଁ ମେରିଡ୍ଥ୍ ଗ୍ରେ ଓ ଅନ୍ୟଟି ବେଞ୍ଜାମିନ୍ ବଟନ୍। ଖାଲି ସେତିକି ନୁହେଁ ବରଂ ଟେଲରଙ୍କ ଏହି ଓଲିଭା ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଖୁବ୍ ପପୁଲାର। ସେ ନିଜେ ମଧ୍ୟ ଖୁବ୍ ରୋଜଗାର କରୁଛି। ହାଇବଜେଟ୍ ବିଜ୍ଞାପନ କରିବା ସହ ଅନେକ ଗୀତରେ ମଧ୍ୟ ସେ ନଜର ଆସିଛି।
ଏମାନେ ଦୁନିଆର ସବୁଠାରୁ ଧନୀ ଗୃହପାଳିତ ପଶୁପ୍ରକାଶ ଥାଉକି ନାଲା କ୍ୟାଟ୍ ନାମକ ଏକ ବିଲେଇର ମୋଟ ମୂଲ୍ୟ ୧୦୦ ମିଲିୟନ୍ ଡଲାର। ନାଲା କ୍ୟାଟ୍ ଟେଲର ସ୍ବିଫ୍ଟଙ୍କ ବିଲେଇ ବେନସନଙ୍କଠାରୁ ମଧ୍ୟ ଉପର ସ୍ଥାନ ପାଇଛି। ନାଲାର ଯାଞ୍ଚ ହୋଇଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ୪.୪ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ବିଶ୍ୱର ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ଜର୍ମାନ ଶେଫ୍ରେଡ୍ କୁକୁର ନାମ ହେଉଛି ଗୁନ୍ଥର୍ VI। ଏହା ଇଟାଲୀର ମିଡ଼ିଆ କମ୍ପାନୀ ଗୁନ୍ଥର କର୍ପୋରେସନର। ଏହା ଦୁନିଆର ସବୁଠାରୁ ଧନୀ ଗୃହପାଳିତ ପଶୁର ଆଖ୍ୟା ପାଇଛି ଯାହାର ନାମ ୫୦୦ ମିଲିୟନ୍ ଡଲାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।