News18 Odia Digital
Ravi Kishan Brother Death: ଭୋଜପୁରୀ ଚଳଚ୍ଚିତ୍ରର ସବୁଠାରୁ ବଡ଼ ତାରକା ତଥା ଉତ୍ତରପ୍ରଦେଶ ସାଂସଦ ରବି କିସନଙ୍କ ବଡ଼ ଭାଇ ରାମ କିସନ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ହୃଦଘାତରେ ରାମ କିସାନଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମୃତ୍ୟୁ ଖବର ପାଇବା ମାତ୍ରେ ପରିବାରରେ ଶୋକ ଲହରୀ ଖେଳିଯାଇଛି। ଏହି ସୂଚନା ପରେ ରବି କିଶନ ମୁମ୍ବାଇ ଗସ୍ତ କରିଛନ୍ତି। ମାତ୍ର ୫୩ ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଯାଇଛନ୍ତି ରାମ କିସନ।
ରବି କିସନଙ୍କ PRO ପୱନ ଦୁବେ ତାଙ୍କ ଭାଇଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରବିଙ୍କ ବଡ଼ ଭାଇ ରାମ କିସନ ମୁମ୍ବାଇରେ ରହି ରବି କିସନଙ୍କ ଫିଲ୍ମ ପ୍ରଡକ୍ସନର ଯତ୍ନ ନେଉଥିଲେ। ରବିବାର ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ଏବଂ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତିନି ଭାଇଙ୍କ ମଧ୍ୟରୁ ରାମ କିସନଙ୍କର ୨୫ ବର୍ଷର ପୁଅ ଅଛି, ଯିଏ ସରକାରୀ ଚାକିରିରେ ଅଛନ୍ତି। ତାଙ୍କ ପତ୍ନୀଙ୍କର ଦେହାନ୍ତ ପୂର୍ବରୁ ହୋଇଥିଲା।
ଭାଇଙ୍କ ମୃତ୍ୟୁ ଶୋକ ପ୍ରକାଶ କରିଛନ୍ତି ରବି କିସନରବି କହିଛନ୍ତି, ‘‘ମୋ ବଡ଼ ଭାଇଙ୍କ ବିୟୋଗ ମୋ ପାଇଁ ବଜ୍ରପାତ ଭଳି, କାରଣ ପିତା ଏବଂ ବଡ଼ ଭାଇଙ୍କ ବିୟୋଗ ପରେ ରାମ ଭାଇ ମୋ ପାଇଁ ସବୁ କିଛି କରିଥିଲେ। ବର୍ତ୍ତମାନ ତାଙ୍କ ମୃତ୍ୟୁରେ ମୋ ବାପାଙ୍କ ଛାଇ ମୋ ମୁଣ୍ଡରୁ ଉଠିଯାଇଛି।’’
ବଡ଼ ଭାଇଙ୍କ ମୃତ୍ୟୁ ପୂର୍ବରୁ ହୋଇସାରିଛିଉତ୍ତରପ୍ରଦେଶର ଜୈନପୁରର ବିଶୁଈବରାଇ ଗାଁର ବାସିନ୍ଦା ରବି କିସନ ତିନି ଭାଇଙ୍କ ମଧ୍ୟରୁ ସାନ। ତାଙ୍କ ପିତା ଶ୍ୟାମ ନାରାୟଣ ଶୁକ୍ଲା ଗାଁରେ ପୂଜାପାଠ ଓ ପଣ୍ଡିତାଇ କାର୍ଯ୍ୟ କରୁଥିଲେ। ୯୨ ବର୍ଷ ବୟସରେ ତାଙ୍କ ପିତାଙ୍କ ହେଦାନ୍ତ ହୋଇଥିଲା। ରବି କିସନଙ୍କ ବଡ଼ ଭାଇ ରମେଶ କିସନ ଶୁକ୍ଲା ମଧ୍ୟ ଏହି ଗାଁରେ ରହୁଥିଲେ। ଗତ ବର୍ଷ ମାର୍ଚ୍ଚ ୩୦ରେ ସେ କର୍କଟ ରୋଗରେ ମଧ୍ୟ ମୃତ୍ୟୁ ବରଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।