ଅଭିନେତ୍ରୀ ରଶ୍ମିକା କହିଲେ ତାଙ୍କ ମନ କଥା; ଲଗାତାର ଟ୍ରୋଲିଂ ଓ ଘୃଣାର ହେଉଛନ୍ତି ଶିକାର

ପୁଷ୍ପା ଅଭିନେତ୍ରୀ ରଶ୍ମିକା ମନ୍ଦାନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ କ୍ୟୁଟ୍‌ନେସ୍‌ ଓ ସୁନ୍ଦରତା ପାଇଁ ସେ ବେଶ୍‌ ଲୋପ୍ରିୟ।

ଅଭିନେତ୍ରୀ ରଶ୍ମିକା

ଅଭିନେତ୍ରୀ ରଶ୍ମିକା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ୱାଇ: ପୁଷ୍ପା ଅଭିନେତ୍ରୀ ରଶ୍ମିକା ମନ୍ଦାନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ କ୍ୟୁଟ୍‌ନେସ୍‌ ଓ ସୁନ୍ଦରତା ପାଇଁ ସେ ବେଶ୍‌ ଲୋପ୍ରିୟ। ନିକଟରେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ସେ ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଲଗାତାର ଟ୍ରୋଲିଂ ପାଇଁ ସେ ସୋସିଆଲ ମିଡିଆରେ ନିଜ ମନ କଥା ଖୋଲି କହିଛନ୍ତି । ଏନେଇ ସେ ଆହୁରି କହିଛନ୍ତି କି ‘ଯେଉଁ ଜୀବନ ମୁଁ ଚୟନ କରିଛି, ତା’ର ଏକ ମୂଲ୍ୟ ଅଛି। ଅଚାନକ ସବୁ ଲୋକ ମୋତେ ଭଲପାଇ ପାରିବେ ନାହିଁ । ତାହା ମୁଁ ଜାଣେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋତେ ଗ୍ରହଣ କରିପାରୁ ନଥିବା ବ୍ୟକ୍ତି ମୋ ଉପରକୁ ନକାରାତ୍ମକତା ଓ ଘୃଣା ଫକାଇବେ। ଲୋକଙ୍କୁ ଖୁସି କରିବାକୁ କେମିତି ଦିନରାତି କାମ କରୁଛି, ତାହା କେବଳ ମୁଁ ହିଁ ଜାଣିଛି । ମୁଁ ଯାହା କରୁଛି, ସେଥିରୁ ଆପଣ ଖୁସି ଅନୁଭବ କରିବା ଉଚିତ୍‌ । ନକାରାତ୍ମକତା ଓ ଘୃଣାକୁ ଗ୍ରହଣ କରିବା ବହୁତ୍ କଷ୍ଟକର। ଏ ସବୁକୁ ମୁଁ ଦୀର୍ଘ ଦିନରୁ ଅଣଦେଖା କରିଆସୁଥିଲି । କିନ୍ତୁ ଏହା ଦିନକୁ ଦିନ ବିଗିଡ଼ି ଚାଲିଛି ।

ମୋର ଚାରିପାଖରେ ରେ ଥିବା ସମସ୍ତଙ୍କ ପାଇଁ ମୋର କେବଳ ଭଲ ପାଇବା ଅଛି, ଯେଉଁମାନଙ୍କ ସହିତ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରିଛି, ସେମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଆପଣଙ୍କ ପାଇଁ ଭଲ କରିବି। କାରଣ ମୁଁ ଯେପରି କହିଥିଲି, ଆପଣମାନଙ୍କୁ ଖୁସି କରିବା ମୋତେ ଖୁସି କରେ। ଆମେ ସମସ୍ତେ ଆମର ଯଥାସମ୍ଭବ ଚେଷ୍ଟା କରୁଛୁ। ଧନ୍ୟବାଦ କହି ”ଅଭିନେତ୍ରୀ ଶେଷ କରିଥିଲେ।
Published by:Soumyashree Mishra
First published: