News18 Odia Digital
ହାଇଦ୍ରାବାଦ: ସୁପହିଟ୍ ଫିଲ୍ମ ‘ପୁଷ୍ପା’ର ଶ୍ରୀବଲ୍ଲୀ ତଥା ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା ସୋସିଆଲ ମିଡ଼ିଆରେ ନିଜର ସୁନ୍ଦର ଅନ୍ଦାଜର ସବୁବେଳେ ଦେଖାଆନ୍ତି। ସେ ପ୍ରାୟତଃ ନୂଆ ନୂଆ ଲୁକରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦିୱାନା କରିଦିଅନ୍ତି। ଏଥର ମଧ୍ୟ ସମାନ କାମ କରି ପୁଣି ଚର୍ଚ୍ଚାରେ ଅଛନ୍ତି ସେ। ଟ୍ରାଡିସନାଲ ଲୁକରେ ସମସ୍ତଙ୍କୁ ଘାଇଲା କରିଛନ୍ତି ଅଭିନେତ୍ରୀ। ଭାଇରାଲ ହେଉଛି ତାଙ୍କ ଫଟୋ।
ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ନୂଆ ଫଟୋ ପୋଷ୍ଟ କରିଛନ୍ତି। ହେଲେ ଏଥର ସେ ଗ୍ଲାମରସ୍ ଲୁକରେ ନୁହେଁ ବରଂ ଦେଶୀ ଅନ୍ଦାଜରେ ନଜର ଆସୁଛନ୍ତି। ଫଟୋରେ ଆପଣ ଦେଖିପାରିବେ ଯେ ରଶ୍ମିକା ହ୍ବାଇଟ୍ କଲର ଟ୍ରାନ୍ସପେରେଣ୍ଟ ଶାଢ଼ୀ ପିନ୍ଧିଛନ୍ତି। ଆଉ ଏହି ଶାଢ଼ୀରେ ସେ ଖୁବ୍ ସୁନ୍ଦର ମଧ୍ୟ ନଜର ଆସୁଛନ୍ତି। ତାଙ୍କର କ୍ୟୁଟ ସ୍ମାଇଲ୍ ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛି।
ପ୍ରଶଂସାରେ ଲାଗି ପଡ଼ିଛନ୍ତି ଫ୍ୟାନ୍ସରଶ୍ମିକାଙ୍କ ଏହି ଫଟୋ ଭାଇରାଲ ହେବା ମାତ୍ରେ ଖାଲି ଫ୍ୟାନ୍ସ ନୁହେଁ ବରଂ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ କରି ପ୍ରଶଂସା କରିବାରେ ଲାଗିଛନ୍ତି। ଫଟୋକୁ ଲାଇକ ଓ ଖୁବ୍ ସେୟାର କରୁଛନ୍ତି ସମସ୍ତେ। କମେଣ୍ଡ ସେକ୍ସନରେ ହାର୍ଟ ଇମୋଜିର ବନ୍ୟା ଦେଖିବାକୁ ମିଳୁଛି। ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘‘ଚେହେରା ହେ ୟା ଚାନ୍ଦ ଖିଲା ହେ।’’
ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘‘ଗର୍ଜସ୍’’। ତୃତୀୟ ଫ୍ୟାନ ଲେଖିଛନ୍ତି, ‘‘ଆପଣ କୁଇନ ଲାଗୁଛନ୍ତି।’’ ଏଯାବତ ତାଙ୍କ ଏହି ଫଟୋରେ ୨୨ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି। ଏଥିରୁ ଅନ୍ଦାଜା ଲଗାଯାଇପାରିବ ଯେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ ବୋଲି।
ବଲିଉଡରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତିପ୍ରକାଶ ଥାଉକି ରଶ୍ମିକା ଫିଲ୍ମ ‘ପୁଷ୍କା’ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଛି। ଆୟ ମାମଲାରେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି। ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ସମସ୍ତଙ୍କ ଫେଭରେଟ ଆକ୍ଟର ଅଲ୍ଲୁ ଅର୍ଜୁନ। ଦୁଇଜଣଙ୍କ କେମେଷ୍ଟ୍ରି ଫ୍ୟାନ୍ସ ମନ କିଣିବାରେ ସଫଳ ହୋଇପାରିଛି।
ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବ୍ ଶୀଘ୍ର ମିଶନ ମଜନୁ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ତାଙ୍କ ସହ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା। ଏହା ବ୍ୟତୀତ ସେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଆଉ ଏକ ହିନ୍ଦୀ ଫିଲ୍ମରେ ମଧ୍ୟ ନଜର ଆସିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।