ତୁର୍କୀର ମ୍ୟୁଜିକ ସଂସ୍ଥାଠୁ ୨୫ଶହ ଡଲାର ଠକିଛନ୍ତି ଦିଲେଶ୍ୱର! ବିଦେଶ ସଂସ୍ଥା ଆଣିଲା ଅଭିଯୋଗ

ଓଡ଼ିଆ ରାପର ଦୁଲେଶ୍ୱର ତାଣ୍ଡିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ତୁର୍କୀର ଏକ ସଂସ୍ଥା ନିକଟରୁ ସେ ଠକେଇ କରିବାର ଅଭିଯୋଗ ହୋଇଛି।

ଦିଲେଶ୍ୱର ତାଣ୍ଡି (ପ୍ରତୀକାତ୍ମକ ଛବି)

ଦିଲେଶ୍ୱର ତାଣ୍ଡି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଳାହାଣ୍ଡି: ଓଡ଼ିଆ ରାପର ଦୁଲେଶ୍ୱର ତାଣ୍ଡିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ତୁର୍କୀର ଏକ ସଂସ୍ଥା ନିକଟରୁ ସେ ଠକେଇ କରିବାର ଅଭିଯୋଗ ହୋଇଛି। ତୁର୍କୀର ମେନିକ ମିଡ଼ିଆ କମ୍ପାନୀର ମୁଖ୍ୟ ଏହି ଅଭିଯୋଗ ଆଣିଛନ୍ତି। ମେଲ ଜରିଆରେ ସେ ନିଜର ଅଭିଯୋଗ ଆଣିଛନ୍ତି।

ରାତାରାତି ମିଡ଼ିଆ ସେନ୍ସସନ ପାଲଟି ଥିବା ଦିଲେଶ୍ୱର ତୁର୍କୀର ଏକ ମ୍ୟୁଜିକ କମ୍ପାନୀ ସହ ଚୁକ୍ତି କରିଥିଲେ। ପ୍ରାୟ ୨୫୦୦ ଡଲାର ଟଙ୍କା ନେବା ପରେ ତୁର୍କୀର ମ୍ୟୁଜିକ ଭିଡ଼ିଓ କମ୍ପାନୀକୁ ସେ ଠକିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। କମ୍ପାନୀକି ଧରାଛୁଆଁ ଦେଉନାହାନ୍ତି ଓଡ଼ିଆ ରାପର। ଓଡିଶା ପୋଲିସ ଓ କଳାହାଣ୍ଡି ପୋଲିସକୁ ଇମେଲ ଯୋଗେ ଅଭିଯୋଗ ପଠାଇଛନ୍ତି ତୁର୍କୀର ଏହି ମ୍ୟୁଜିକ ଭିଡ଼ିଓ କମ୍ପାନୀ। ପ୍ରଚୁର ଟଙ୍କା ନେଇ ରାପର ଭିଡ଼ିଓ କରିନାହାଁନ୍ତି। ବାରମ୍ବାର ଏନେଇ କୁହାଯାଉଥିଲେ ମଧ୍ୟ ଦିଲେଶ୍ୱରଙ୍କ ତରଫରୁ କମ୍ପାନୀକୁ କୌଣସି ଉତ୍ତର ମିଳିନଥିଲା।

ତୁର୍କୀର କେମେଲ ବକିର ଏକ ମ୍ୟୁଜିକ ଭିଡ଼ିଓ ସଂସ୍ଥା ପରିଚାଳନା କରନ୍ତି। ତୁର୍କୀର ଏହି ମ୍ୟୁଜିକ ସଂସ୍ଥା ଗତ ଫେବ୍ରୁଆରୀ ମାସରେ ଟ୍ୱିଟର ମାଧ୍ୟମରେ ଫ୍ରାନ୍ସର ନାଥିନ ନାମକ ଜଣେ କଳାକାରଙ୍କ ଜରିଆରେ ଦିଲେଶ୍ୱର ତାଣ୍ଡିଙ୍କ ସହ ଯୋଗାଯୋଗ କରିଥିଲା। ଇଣ୍ଟରନେଟରୁ ଦିଲେଶ୍ୱରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ସଂସ୍ଥା। ଅନେକ ତଥ୍ୟ ପାଇବା ପରେ ମ୍ୟୁଜିକ ସଂସ୍ଥା ଅଲବମ କରିବା ପାଇଁ ଦିଲେଶ୍ୱରଙ୍କ ସହ ଫୋନରେ କଥା ହୋଇଥିଲା। ଏହା ପରେ ଦିଲେଶ୍ୱରଙ୍କୁ ଇସ୍ତାନବୁଲ ଗସ୍ତ ନିମନ୍ତେ ଫ୍ଲାଇଟ ଟିକେଟର ମଧ୍ୟ ବ୍ୟବସ୍ଥା କରିଥିଲା। କିନ୍ତୁ ଏସବୁ ଏଡ଼ାଇ ଦେଇଥିଲେ ଦିଲେଶ୍ୱର।



କଳାହାଣ୍ଡି ପୋଲିସକୁ ଏହି ଅଭିଯୋଗ ହସ୍ତଗତ ହୋଇଛି। ଘଟଣାକୁ ଗୁରୁତ୍ୱ ସହ ନେଇ କଳାହାଣ୍ଡି ଏସ୍ପି ତଦନ୍ତ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା। ନାରୀମାନଙ୍କୁ ଅପମାନ ହେଲା ଭଳି ଗୀତ ଗାଇଥିବା ନେଇ ଅଭିଯୋଗ ଆସିଥିଲା।

ରାପର୍ ଦୁଲେ ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି । କିଛିଦିନ ପୂର୍ବରୁ ସୁନୋ ସର୍‌କାର୍ ରାପ୍ ଗୀତ ଗାଇ ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଏହି ଗୀତ ଶୁଣି ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ୍ ଦଦ୍‌ଲାନିଙ୍କ ଠାରୁ ଆରମ୍ଭ କରି ସ୍ୱରା ଭାସ୍କର, ସୋନା ମହାପାତ୍ରଙ୍କ ଭଳି ଅନେକ ତାଙ୍କ ଗୀତକୁ ଢେର୍ ପ୍ରଶଂସା କରିଥିଲେ । ବିଶାଲ ଦଦ୍‌ଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ମଧ୍ୟ, ଦୁଲେଙ୍କର ସ୍ୱପ୍ନଥିଲା ସେ ଓଡିଆ ଚଳଚିତ୍ରରେ ଗୀତଗାଇବେ । ତାଙ୍କର ସ୍ୱପ୍ନ ପୂରଣ କରିଥିଲେ , ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ୍ । ଓଡିଆ ଚଳଚିତ୍ରରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ  ।
Published by:Soumya Das
First published: