News18 Odia Digital
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର। ବିଶିଷ୍ଟ ଗାୟକ ବାଦଶାହଙ୍କ ତରଫରୁ ତାଙ୍କୁ ମିଳିଛି ନୂଆ ଉପହାର। ସିଙ୍ଗରଙ୍କ କନସର୍ଟ ଏଣ୍ଟ୍ରି ପାସ ହାତେଇଛନ୍ତି ପ୍ରକୃତି।
ପ୍ରକୃତି ମିଶ୍ର ନିଜ ଇଷ୍ଟନଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଗୋଟିଏ ଷ୍ଟେଜରେ ନଜର ଆସିଛନ୍ତି ପ୍ରକୃତି ଆଉ ବାଦଶାହ ନଜର ଆସିଛନ୍ତି। ଆଗକୁ ନୂଆବର୍ଷ ଆସୁଥିବାରୁ କନସର୍ଟ କରିବେ ବାଦଶାହା। ବାଦଶାହଙ୍କ କନସର୍ଟ ପାଇଁ ଟିକେଟ ହାତେଇଛନ୍ତି ପ୍ରକୃତି । ନିଜେ ବାଦଶାହ ତାଙ୍କୁ ଏହି ପାସ ଦେଇଛନ୍ତି ।
ଏକ ପିଙ୍କ କଲର ଡ୍ରେସ ପିନ୍ଧି ପ୍ରକୃତି ମିଶ୍ର ସାନ୍ତା କ୍ଲଜକୁ କିଛି ମାଗୁଛନ୍ତି। ତାଙ୍କୁ ବାଦଶହଙ୍କ ସୋର ଟିକେଟ ମିଳିଯାଉ ବୋଲି ଅଭିନେତ୍ରୀ ଚାଁହୁଛନ୍ତି। ଆଶା ଅନୁଯାୟୀ ବାଦଶାହ ସେଠାରେ ପହଞ୍ଚୁଛନ୍ତି। ପ୍ରକୃତିଙ୍କ ଇଚ୍ଛା ପୁରା କରୁଛନ୍ତି। ପ୍ରକୃତିଙ୍କ ହାତକୁ ବଢ଼ାଇ ଦେଉଛନ୍ତି ଟିକେଟ । ଏହା ଦେଖି ଖୁସି ହେଇ ଯାଉଛନ୍ତି ପ୍ରକୃତି । ପରେ ଉଭୟ ଏକ ଗୀତରେ ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।