ନ୍ୟୁଡ଼ ଫଟୋସୁଟ ପରେ ଅଡ଼ୁଆରେ ରଣବୀର ସିଂ; ଚେମ୍ବୁର ଥାନାରେ ମାମଲା ରୁଜୁ

ବଲିଉଡ ଅଭିନେତା ରଣବୀର ସିଂଙ୍କ ନଗ୍ନ ଫଟୋସୁଟକୁ ନେଇ ଏକ ଅସନ୍ତୋଷ ଦେଖାଦେଇଛି। ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରଣବୀର ସିଂ (ପ୍ରତୀକାତ୍ମକ ଛବି)

ରଣବୀର ସିଂ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବଲିଉଡ ଅଭିନେତା ରଣବୀର ସିଂଙ୍କ ନଗ୍ନ ଫଟୋସୁଟକୁ ନେଇ ଏକ ଅସନ୍ତୋଷ ଦେଖାଦେଇଛି। ନିଜର ନଗ୍ନ ଚିତ୍ର ପାଇଁ ପୂର୍ବରୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହୋଇଥିବା ରଣବୀର ସିଂ ଏବେ ଆଇନଗତ ଅସୁବିଧାରେ ପଡ଼ିଛନ୍ତି। ଏକ ନଗ୍ନ ଫଟୋସୁଟ କରିବା ପାଇଁ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରଣବୀରଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ରହିଛି।

ରଣବୀରଙ୍କ ବିରୋଧରେ ଆଇପିସିର ଧାରା 509, 292, 294, ଆଇଟି ଆକ୍ଟର ଧାରା 67A ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏନଜିଓ ପରିଚାଳନା କରୁଥିବା ଲଲିତ ଶ୍ୟାମ ରଣବୀର ସିଂଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରଣଭୀର ସିଂଙ୍କ ନଗ୍ନ ଚିତ୍ର ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜା ଆସିବ।  ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ରଣବୀରଙ୍କ ନଗ୍ନ ଚିତ୍ର ହଟାଇବାକୁ ସେମାନେ ଦାବି କରିଛନ୍ତି।

ଏନଜିଓ ତରଫରୁ ଏଫଆଇଆର ଦାଖଲ କରିଥିବା ଓକିଲ ରଣବୀର ସିଂଙ୍କ ଗିରଫଦାରୀ ଚାହୁଁଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।  ସୋମବାର ସେ ପୋଲିସ ଷ୍ଟେସନକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।  ତଦନ୍ତ ପାଇଁ ପୋଲିସ ୪୮ ଘଣ୍ଟା ମାଗିଥିଲା।  ଆଜି (ମଙ୍ଗଳବାର) ରଣବୀର ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଓକିଲ କହିଛନ୍ତି ଯେ ଆଇପିସିର ଧାରା 292 ଅନୁଯାୟୀ ୫ ବର୍ଷ ଓ ଧାରା 293 ଅନୁଯାୟୀ ୩ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏଥି ସହିତ, ଆଇଟି ଆକ୍ଟ ୬୭A ଅନୁଯାୟୀ, ୫ ବର୍ଷର ଦଣ୍ଡ ହୋଇପାରେ।
Published by:Soumya Das
First published: