- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ଆଗାମୀ ଫିଲ୍ମ 'ସର୍କସ'ର ଟ୍ରେଲର ରିଲିଜ ହୋଇଛି। ରଣବୀର ସିଂଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ପୂଜା ହେଗଡେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ରଣବୀର ସିଂହଙ୍କୁ ଆକସନରୁ ନେଇ କମେଡି ପର୍ଯ୍ୟନ୍ତ ଅନେକ ଚରିତ୍ରରେ ଦେଖିବାକୁ ମିଳିଛି। କିନ୍ତୁ ଏହି ସିନେମାରେ ରଣବୀର ନିଜର ନୂଆ ଢ଼ଙ୍ଗରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି।
ରଣବୀର ସିଂହ ନିଜର ସିନେମା ‘ସର୍କସ’ ଜରିଆରେ ଦର୍ଶକଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ସିନେମା ସର୍କସ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେଉଛି। ପ୍ରାୟ ସାଢେ ତିନି ମିନିଟର ଟ୍ରେଲରରେ ବରୁଣ ଶର୍ମା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ପୂଜା ହେଗଡେ, ଭ୍ରାଜେଶ ହିରଜୀ, ମୁକେଶ ତିୱାରୀ, ସଞ୍ଜୟ ମିଶ୍ର, ଜନି ଲିଭର, ସିଦ୍ଧାର୍ଥ ଯାଦବ ଏବଂ ଅଶ୍ୱିନୀ କାଲସେକରଙ୍କ ଭଳି ସମସ୍ତ ତାରକା ମଜା କରୁଥିବା ଦେଖିବାକୁ ମିଳିଛି। ରଣଭୀର ସିଂଙ୍କ ସହ ଜବରଦସ୍ତ ନୃତ୍ୟ କରୁଥିବା ନଜର ଆସିଥିବା ଟ୍ରେଲର ଶେଷରେ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଛନ୍ତି। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ୍ ଖୁସି ଅଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।