News18 Odia Digital
କୋଲକାତା: ‘ମାନିକେ ମାଗେ ହିଥେ’ (Manike Mage Hithe) ଗୀତଟି ସୋସିଆଲ ମିଡି଼ଆରେ ଭାଇରାଲ ହୋଇଚାଲିଛି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଶ୍ରୀଲଙ୍କାର ଗାୟିକା ୟୋହାନୀ (Yohani) ଗାଇଥିବା ଏହି ଗୀତ ଏ ପର୍ଯ୍ୟନ୍ତ ଶୁଣି ନାହାଁନ୍ତି । ଅନେକ ଲୋକ ଏହି ଗୀତଟିକୁ କେବଳ ଶୁଣିଛନ୍ତି ତାହା ନୁହେଁ, ଅନେକ ଏହି ଗୀତଟିକୁ ଗାଇଛନ୍ତି ବି । ବଲିଉଡର ସେଲିବ୍ରିଟିମାନେ ବି ଏହି ଗୀତର ସ୍ୱରରେ ରିଲ୍ ଭିଡିଓ କରୁଛନ୍ତି ।
‘ମାନିକେ ମାଗେ ହିଥେ’ ଗିତ ସହ ନିଜ ଭାଷାରେ ଗୀତ ବନେଇ ଅନେକ ଲୋକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏହି ଗୀତକୁ ବଙ୍ଗାଳୀରେ ବି ଅନୁବାଦ କରାଯାଇଛି । ସିଂହଲୀ ଭାଷାରେ ଏହି ଗୀତର ଅର୍ଥ କ’ଣ ବୋଲି ପଶ୍ଚିମ ବଙ୍ଗରେ ଅନେକ ଲୋକ ଆଲୋଚନା କରୁଛନ୍ତି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଲୋକେ ଏହି ଗୀତ ଗାଉଛନ୍ତି ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ୨ ମହିଳା ନବଜାତ ଝିଅଙ୍କ ନାଁ ରଖିଲେ ‘ଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?
ବାଂଲାଦେଶୀ ହାସ୍ୟ ଅଭିନେତା ହିରୁ ଆଲାମ ପୁଣି ଥରେ ନିଜ ଭାଷାରେ ଏହି ଗୀତ ଗାଇଛନ୍ତି । ସେ ଗାଇଥିବା ‘ମାନିକେ ମାଗେ ହିଥେ’ ଗୀତ ଏତେ ଭାଇରାଲ ହୋଇଥିଲା ଯେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପଶ୍ଚିମ ବଙ୍ଗର ରାଣାଘାଟରେ ରହୁଥିବା ରାନୁ ମଣ୍ଡଳ ଏହି ଗୀତଟି କେମିତି ଗାଇବେ ନାହିଁ? ଯଦି ଆପଣ ରାନୁଙ୍କ ଗଳାରେ ଏହି ଭାଇରାଲ୍ ଗୀତ ଶୁଣନ୍ତି ନାହାନ୍ତି, ତାହେଲେ ଆଉ କ’ଣ!
ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଓ ଭାଷା ବିଶେଷଜ୍ଞ ଆଲୋଚନା କଲେ
ରାନୁ ମଣ୍ଡଳ (Ranu Mandal) ଏବେ ରାଣଘାଟରେ ନିଜ ଭଙ୍ଗା ଘରେ ରହୁଛନ୍ତି । ତାଙ୍କ କୋଠରୀରେ ଗୋଟିଏ ଛୋଟ ବଲବ୍ ଜଳୁଛି । ଏବେ ତାଙ୍କୁ ଆଉ କେହି ଦେଖୁ ନାହାଁନ୍ତି । ବଲିଉଡରୁ ତାଙ୍କୁ ମିଳିଥିବା ଟଙ୍କା ପଇସା ସବୁ ସରିଯାଇଛି । ସେ ଆଜି ପୁଣି ଥରେ ପଥର ଭିକାରୀ ସାଜିଛନ୍ତି । କିନ୍ତୁ ଭଲ ଖବର ହେଉଛି ରାନୁଙ୍କ ବିଷୟରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ।
ଏଇଠି ଦେଖନ୍ତୁ ରାନୁ ଗାଇଥିବା ଗୀତଟି:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋ’ର୍ ବରକେ ମାରିଛନ୍… ମୋ’ର ନ୍ୟାୟ ଦରକାର, ଟଙ୍କା ନୁହେଁ’’
କିଏ ରାନୁ (Ranu Mandal) ଭୂମିକାରେ ଅଭିନୟ କରିବେ ତାହା ବି ସ୍ଥିର ହୋଇସାରିଛି । ରାନୁ କିନ୍ତୁ ସେ ବିଷୟରେ ମଥା ଖେଳାଉ ନାହାନ୍ତି । ସେ ଫିଲ୍ମଟି ତିଆରି ହେଉଛି ବୋଲି ବି ଜାଣି ନ ଥିଲେ । କିନ୍ତୁ ସେ ଯାହା ହେଉନା କାହିଁକି, ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ଏ ଥର ସେ 'ମାନିକେ ମାଗେ ହିଥେ' ଗୀତ ପାଇଁ ଭାଇରାଲ୍ ହୋଇଛନ୍ତି (Ranu Mandal Manike Mage Hithe)।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ ଛାତ୍ରଙ୍କ ମୃ୍ତ ଦେହ ମିଳିଲା
ନିକଟରେ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ଭିଡିଓରେ ରାନୁ ମଣ୍ଡଳ ଏକ ନାଲି ଟି-ସାର୍ଟ ପିନ୍ଧି 'ମାନିକେ ମାଗେ ହିଥେ’ ଗୀତ ଗାଉଥିବା ଦେଖାଯାଇଛି । ସେ ସବୁ ବେଳେ ଛିଣ୍ଡା ନାଇଟି ଓ ଟାୱେଲ ପିନ୍ଧୁଥିବା ଦେଖାଯାଏ । କିନ୍ତୁ ଏହି ଭିଡିଓରେ ସେ ଗୋଟେ ଲାଲ୍ ଟି-ସାର୍ଟ ପିନ୍ଧିଛନ୍ତି ।
ଏଇଠି ଦେଖନ୍ତୁ ୟୋହାନୀ ଗାଇଥିବା ମୂଳ ଗୀତଟି:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?
ସୋସିଆଲ ମିଡିଆରେ ଶେୟାର୍ ହେବା ପରେ ଏହି ଭିଡିଓ ଭାଇରାଲ ହୋଇଛି । ଅନେକ କହୁଛନ୍ତି, ଚାଲ, ପୁଣି ଥରେ ରାନୁ ମଣ୍ଡଳଙ୍କୁ ଦେଖିବା । କିଛି ଲୋକ ତାଙ୍କୁ କମେଣ୍ଟ୍ ସେକ୍ସନରେ ପଚାରୁଛନ୍ତି ସେ ବଲିଉଡରେ ଏହି ଗୀତ ଗାଇବେ କି ବୋଲି । ଏମିତି ଅନେକ ମନ୍ତବ୍ୟ ତାଙ୍କ ଭିଡିଓ ଉପରେ ଆସୁଛି । ବେଶ୍ କିଛି ଦିନ ପରେ ପୁଣି ଥରେ ଭାଇରାଲ୍ ହୋଇଥିବାରୁ ରାନୁ ମଣ୍ଡଳ ଖୁସି ଅଛନ୍ତି ।