News18 Odia Digital
ଭୁବନେଶ୍ୱର: ଯାତ୍ରାରେ ଅଶ୍ଳୀଳ ନୃତ୍ଯ ବନ୍ଦ ଘୋଷଣା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଶେଷ କରି ଯାତ୍ରା ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ଆଡୁ ତର୍କ-ବତର୍କ ମଧ୍ଯରେ ଯାତ୍ରୀ କଳାକାର ତା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀଙ୍କ ଉପରେ ଧ୍ଯାନ କେନ୍ଦ୍ରିତ ହୋଇଛି । ଅଶ୍ଳୀଳ ନୃତ୍ଯୁକୁ ନେଇ ରାନୀ ଗତକାଲି ମୁହଁ ଖୋଲିଥିଲେ । ଆଜ ନ୍ଯୁୃଜ ୧୮ରେ ଆଲୋଚନାରେ ଯୋଗ ଦେଇ ପୁଣି ନିଜର ମତ ରଖିଛନ୍ତି ରାନୀ । ନିଜ କଥା କହୁ କହୁ କାନ୍ଦି ପକାଇଥିଲେ ଅଭିନେତ୍ରୀ ।
ଆମେ ଆଇଟମ କରିଲେ ବ୍ୟାନ୍ କରୁଛନ୍ତି! ଦିଶା ପଟାନି କେଉଁ ଡ୍ୟାନ୍ସ କଲେ? ଲୋକେ ଚାହୁଁଛନ୍ତି ବୋଲି ଆମେ ନାଚୁଛୁ
ଆଲୋଚନାରେ ରାନୀ ଅଶ୍ଳୀଳତା ନୃତ୍ଯ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଥିଲେ । ରାନୀଙ୍କ କହିବାନୁସାରେ, କେବଳ ଖାଲି କଣ ଆଇଟମ ଡ୍ଯାନ୍ସରେ ଅଶ୍ଳୀଳତା ଅଛି, ଅନ୍ଯ ଯେଉଁ ସବୁରେ ଅଶ୍ଳୀଳତା ଅଛି ସେସବୁ କାହିଁକି ବନ୍ଦ କରାଯାଉନାହିଁ? ନିଜ ପେଟ ପାଟଣା ପାଇଁ ଜଣେ ଡ୍ଯାନ୍ସ କରୁଛି। କେହି ନିଜ ଇଚ୍ଛାରେ ପୋଷାକ କାଢି ନୃତ୍ଯ କରୁନାହିଁ । ଯଦି ଅଶ୍ଳୀଳତା ବନ୍ଦ କରିବାର ଅଛି ସବୁଆଡେ କରାଯିବା ଉଚିତ । କଥା ମଝିରେ ଅର୍ଚ୍ଚନା ନାଗଙ୍କ ମାମଲା ଉଦାହରଣ ଦେଇଥିଲେ ଅଭିନେତ୍ରୀ ।
ଲାଇଭ ଚାଲିଥିବା ସମୟରେ ଚେୟାରରୁ ଉଠିଯାଇଥିଲେ ରାନୀ । ସଂଘର୍ଷ କରି ଯାତ୍ରା କଳାକାର ଏତେ ବାଟରେ ପହଞ୍ଚିଛନ୍ତି । କେବଳ ଅଶ୍ଳୀଳତା ଆଇଟନ ଡ୍ୟାନ୍ସରେ ଅଛି, ଆଉ କେଉଁଥିରେ ନାହିଁ ବୋଲି ପଚାରିଥିଲେ ରାନୀ । କଷ୍ଟ ସହି ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି ଯାତ୍ରା କଳାକାର । କିନ୍ତୁ ସେମାନଙ୍କ ପାଇଁ କାହିଁକି ଏତେ ପ୍ରତିବାଦ ହେଉଛି । ଆଲୋଚନା ମଝିରେ ହଠାତ ରାଗି ଯାଇଥିଲେ ରାନୀ । ନିଜର ଲାପେଲ ମଧ୍ଯ ଓହ୍ଲାଇଦେଇଥିଲେ । ପରେ ଉପସ୍ଥାପିକାଙ୍କ ଅନୁରୋଧ କ୍ରମେ ବିତର୍କରେ ଅଂଶ ଗ୍ରହଣ କରିଥିଲେ ।
ଭଦ୍ରକ ଯାତ୍ରା ଆଇଟମ ଗାର୍ଲ ଚପଲ ମାଡ ଘଟଣା...ଗର୍ଜିଲେ ରାନୀ ପଣ୍ଡା
ଆମେ ଯଦି ଅଶ୍ଳୀଳ ନୃତ୍ୟ କରୁଛୁ ଆମକୁ ବ୍ୟାନ୍ କରୁଛନ୍ତି ହେଲେ ଅନ୍ୟ ମାନେ ଅଶ୍ଳୀଳ ନାଚିଲେ ଲୋକେ ତାଳି ମାରୁଛନ୍ତି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଦିଶା ପଟାନୀ ଯେଉଁ ନାଚିଲେ ସେ କେଉଁ ନାଚ ନାଚିଲେ। ସେତେବେଳେ କ'ଣ ସେତେବେଳେ କ'ଣ ଆପଣମାନଙ୍କୁ ଦେଖା ଗଲାନି। ଖଣ୍ଡଗିରିରେ ଆମେ ଆଇଟମ ଗୀତରେ ନାଚିଲେ ଵ୍ୟାନ କରିଦେଉଛନ୍ତି । ହେଲେ ସେ କେଉଁ ଡ୍ୟାନ୍ସ କଲେ, ସେ ପରା ଆଇଟମ ନାଚିଲେ, ତାଙ୍କୁ ତ କେହି କିଛି କହିଲେନି ବୋଲି ଗତକାଲି ପ୍ରଶ୍ନ କରିଥିଲେ ରାନୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।