News18 Odia Digital
Rani Panda: ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖ ଖବର! ଖୁବ ଶୀଘ୍ର ଯାତ୍ରାରୁ ବିଦାୟ ନେବେ ରାଣୀ ପଣ୍ଡା(Rani Panda)। ରାଣୀ ପଣ୍ଡା ଯାତ୍ରା ସ୍ଵର୍ଣ୍ଣ ମନ୍ଦିର(Jatra Swarna Mandira) ଛାଡିବାକୁ ଯାଉଛନ୍ତି। ଯାତ୍ରା ସ୍ୱର୍ଣ୍ଣ ମହଲରେ 'ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା' ନାଟକ ଯୋଗୁଁ ସେ ବେଶ ପରିଚିତ ହୋଇଥିଲେ। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି।
ବାଇକକୁ ପିଟିଲା ରାନୀ ପଣ୍ଡାଙ୍କ କାର; ବାଇକ ଆରୋହୀ ଗୁରୁତର
ରାଣୀ ସୋସିଆଲ ମିଡିଆ ଫେସବୁକ ପୃଷ୍ଠାରେ ଲେଖିଛନ୍ତି ନମସ୍କାର ଓଡିଶାବାସୀ ଆପଣ ମାନଙ୍କ ଭଲ ପାଇବା ଓ ଶ୍ରଦ୍ଧାରେ ତିଆରି ମୁଁ ଆପଣଙ୍କର ସୁଖ ଦୁଃଖର ସାଥି ବିବାଦୀୟ ରାଣୀ ପଣ୍ଡା (Rani Panda)। ମୋର ଅନେକ ଅସୁବିଧା ପାଇଁ ମୁଁ ମୋ ଆଡୁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଛାଡୁଛି। ଯାତ୍ରା ସ୍ଵର୍ଣ୍ଣ ମନ୍ଦିରର ମାଲିକଙ୍କୁ ପଇସା ଦେବାକୁ ୫ ଲକ୍ଷ ୫୦ ହଜାର ଟଙ୍କା ବାକି ଅଛି ସେ ପଇସା ମୁଁ ଶୀଘ୍ର ଚୁକ୍ତି କରି ଯାତ୍ରାରୁ ବିଦାୟ ନେବି ।
ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ଛାଡିବା ପରେ ରାଣୀ ପଣ୍ଡା କେଉଁ ଯାତ୍ରା ପାର୍ଟିରେ ଯୋଗ ଦେବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତାଙ୍କର ଏଭଳି ନିଷ୍ପତ୍ତି ପଛରେ କିଛି ବ୍ୟକ୍ତିଗତ କାରଣ ଅଛି କି ନାହିଁ ତାହା ମଧ୍ୟ ଜଣାପଡିନାହିଁ। ଏପରି ସ୍ଥିତିରେ ରାଣୀ ଆଗକୁ କଣ ନିଷ୍ପତ୍ତି ନେଇଛନ୍ତି ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।