News18 Odia Digital
ଭୁବନେଶ୍ୱର: ପୁଣି ଖଣ୍ଡଗିରି ଯାତ୍ରା ପେଣ୍ଡାଲ ଦୁଲୁକିବ। ଯାତ୍ରା ପ୍ରେମୀଙ୍କ ତାଳିମାଡ଼ରେ ପ୍ରକମ୍ପିତ ହେବ ଖଣ୍ଡଗିରି। କାହିଁକି ନା ଦୀର୍ଘ ଦିନ ପରେ ପୁଣି ରାଣୀ ପଣ୍ଡାଙ୍କ ଜଲୱା ଦେଖିବେ ଦର୍ଶକ।
ନିକଟରେ ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା । ଯେଉଁଥିରେ ରାଣୀ ପଣ୍ଡା ନିଜର ଜଲୱା ଦେଖାଇବେ । ଛଅ ରାତି ଯାତ୍ରାରେ ରାଣୀ ପଣ୍ଡାଙ୍କର ଅଭିନୟ ଗୋଟିଏ ରାତି ରହିଛି। ଯେଉଁଥିରେ ସେ ନିଜେ ଚମକିବେ ଆଉ ସମସ୍ତଙ୍କୁ ଚମକାଇବେ ବୋଲି କହିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରି ରାଣୀ ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡିଶା ବାସୀଙ୍କ ଭଲପାଇବା ଆର୍ଶୀବାଦ ମୋ ଉପରେ ଥାଉ।
ଦୀର୍ଘ ୩ବର୍ଷ ପରେ ପୁଣି ଯାତ୍ରା ମହା ସମରକୁ ଓହ୍ଲାଇବେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଫେବୃଆରୀ ୪ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ଜୁଏଲ ଯାତ୍ରା ସ୍ଵର୍ଣ୍ଣ ମନ୍ଦିରରେ ଯାତ୍ରା ପରିବେଷଣ କରିବ ରାଣୀ। ପ୍ରଯୋଜକ ମୁକ୍ତିକାନ୍ତ ସାମଲ ଓ ପରିଚାଳକ ପଞ୍ଚୁ ଭାଇଙ୍କ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରେ ଦମଦାର କାହାଣୀ, ଷ୍ଟାର କାଷ୍ଟ, ମେଲିଡ଼ି ସହ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ ରାଣୀ। ସ୍ଵର୍ଣ ମନ୍ଦିର ମଞ୍ଚରେ ପୁଣି ଥରେ ନିଜର କଳା ଦେଖାଇବେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡିତ। ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା, ଆଖିଏ ଲୁହକୁ ଛାତିଏ କୋହ, ତୁ ହସୁଥିବୁ ମୁଁ କାନ୍ଦୁଥିବି ଓ ଏତେ ଦୁଃଖ କାଇଁ ଦେଲୁ ଦଇବ ଭଳି ନାଟକକୁ ଯାତ୍ରା ପ୍ରେମୀଙ୍କୁ ଭେଟି ଦେବ ଯାତ୍ରା ସ୍ଵର୍ଣ ମନ୍ଦିର।
ରାଣୀ ପଣ୍ଡାଙ୍କ ଅଭିନୟ ସମସ୍ତଙ୍କୁ ଖୁସି ଆଣି ଦେବେ । ବର୍ତ୍ତମାନ ସମୟରେ ସେ ଆଉ ବିବାଦରେ ନାହାଁନ୍ତି । ବର୍ତ୍ତମାନ ସମୟରେ ସେ ଅତ୍ୟନ୍ତ ଖୁସି ଅଛନ୍ତି । ଲୋକେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି ଆଉ ଏଥର ମଧ୍ୟ ଲୋକେ ତାଙ୍କ ଅଭିନୟକୁ ଅନେକ ପସନ୍ଦ କରିବେ ବୋଲି ରାଣୀ ଗ୍ୟାରେଣ୍ଟି ଦେଇ କହିଛନ୍ତି।
କିଛି ବର୍ଷ ପୂର୍ବେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ବିବାଦକୁ ଆସିଥିଲେ ଅଭିନେତ୍ରୀ ରାଣୀ ପଣ୍ଡା। ସେହି ସମୟରେ ତାଙ୍କ ବିରୋଧରେ ଅନେକ ଏତଲା ମଧ୍ୟ ହୋଇଥିଲା।।ଯେଉଁଥିପାଇଁ ତାଙ୍କୁ ଖଣ୍ଡଗିରି ବ୍ୟାନ କରାଯାଇଥିଲା। ନିଜର ମୁହଁ ତୋଡ ଜବାବ ପାଇଁ ସବୁବେଳେ ଚର୍ଚ୍ଚାରର ରହୁଥିବା ରାଣୀ ପଣ୍ଡାଙ୍କ ଝଲକ ପାଇଁ ଅପେକ୍ଷା କରିଛନ୍ତି ଯାତ୍ରା ପ୍ରେମୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।