News18 Odia Digital
ଭୁବନେଶ୍ୱର: ଅନୁଭବ ଓ ରାଣୀ । ମଝିରେ ହାର୍ଟ ଇମୋଜି । ସୁପରଷ୍ଟାର ଅନୁଭବଙ୍କ ସହ ନିଜ ନାମ ଲେଖିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ଇନଷ୍ଟାଗ୍ରାମରେ ଅନୁଭବଙ୍କ ପ୍ରତି ନିଜ ସ୍ନେହ ପ୍ରଦର୍ଶନ କଲେ ରାଣୀ ପଣ୍ଡା ।
ସବୁବେଳେ ନିଜ ବୟାନ ଯୋଗୁଁ ଚର୍ଚ୍ଚାରେ ଥିବା ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରାଣୀ ପଣ୍ଡା ଜଣେ ପ୍ରସିଦ୍ଧ ଅଭିନେତାଙ୍କୁ ନିଜ ଆଡୁ ବିବାହ ପ୍ରସ୍ତାବ ଦେଇଛନ୍ତି। ନିଜ ସୋସିଆଲ ମିଡିଆରେ ନିଜ ପ୍ରେମ ପ୍ରକାଶ କରିଛନ୍ତି ରାଣୀ । ଅନୁଭବ ଓ ନିଜର ଏକ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ଅନୁଭବ ଓ ରାଣୀ ପଣ୍ଡା । ତଳେ ଲେଖିଛନ୍ତି ଦେହକୁ ନେବେନି। ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରାୟ ୧୩ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି ।
ନିକଟରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିଜ ଜନ୍ମଦିନ ପାଳନ କରିଥିଲେ। ଡ଼ିଭୋର୍ସ ପରେ ସେ ନିଜର ଜନ୍ମ ଦିନ ଧୁମଧାମରେ ପାଳନ କରିବେ ବୋଲି ଏକ ଭିଡ଼ିଓ ଜରିଆରେ କହିଥିଲେ। ଏହା ପରେ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସିଛି। ରାଣୀ ଏକ ଭିଡ଼ିଓରେ ସିଧାସଳଖ ଅନୁଭବଙ୍କ ଉଦ୍ଦେଶ୍ୟରେ କିଛି କହୁଛନ୍ତି। ଡିଭୋର୍ସ ପରେ ମୋତେ ବିବାହ କର ବୋଲି ଭିଡ଼ିଓରେ ରାଣୀ କହୁଛନ୍ତି। ମୁଁ ଭଲ ଭାବରେ ତମର ଜନ୍ମଦିନ ପାଳନ କରିବି ବୋଲି କହିଛନ୍ତି ରାଣୀ। ବିବାହ ପରେ ଅନୁଭବଙ୍କ ସହ ଜବରଦସ୍ତ ଜନ୍ମଦିନ ପାଳିବେ ବୋଲି ରାଣୀ ମନେ ମନେ ସ୍ଥିର କରିଛନ୍ତି।
https://odia.news18.com/news/entertainment/rani-panda-proposed-to-anubhav-mohanty-to-marry-her-3ssd-25122022-ssd-143891.htmlଅନୁଭବଙ୍କ ଜନ୍ମଦିନ ବାବଦରେ ଜାଣି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ରାଣୀ ପଣ୍ଡା। ଜନ୍ମଦିନ ପର ଦିନ ସେ ଶୁଭେଚ୍ଛା ଜଣାଇଥଲେ। ଅନୁଭବଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଭଗବାନଙ୍କ ପାଖରେ ଆଶିଷ କାମନା କରିଥିଲେ ରାଣୀ। ପ୍ରସ୍ତାବ ଦେବା ବେଳେ ରାଣୀ ବେଶ ଖୁସି ଥିବାର ନଜର ଆସୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।