ଭଦ୍ରକ ଯାତ୍ରା ଆଇଟମ ଗାର୍ଲ ଚପଲ ମାଡ ଘଟଣା...ଗର୍ଜିଲେ ରାନୀ ପଣ୍ଡା

ରାଣୀ ପ୍ରିୟଦର୍ଶନୀଙ୍କୁ ଚପଲ ମାଡ଼ ଘଟଣାକୁ ନେଇ ମୁହଁ ଖୋଲିଲେ ରାନୀ ପଣ୍ଡା; କହିଲେ ଏବେ ସବୁ ଚୁପ କାହିଁକି..ଗଣମାଧ୍ୟମକୁ କଲେ ବିଶେଷ ଅନୁରୋଧ।

ରାଣୀ ପ୍ରିୟଦର୍ଶନୀ ଓ ରାନୀ ପଣ୍ଡା (ପ୍ରତୀକାତ୍ମକ ଛବି)

ରାଣୀ ପ୍ରିୟଦର୍ଶନୀ ଓ ରାନୀ ପଣ୍ଡା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ମଞ୍ଚ ଉପରେ ଚପଲ ମାଡ଼ ଖାଇଥିବା ରାଣୀ ପ୍ରିୟଦର୍ଶନୀଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ନିଜକୁ ବିବାଦୀୟ ଅଭିନେତ୍ରୀ କହୁଥିବା ରାନୀ ପଣ୍ଡା। ଖବର ପ୍ରସାରଣ ବେଳେ କେବଳ ରାନୀ ନଲେଖି ପୂରା ନାମ ଲେଖିବାକୁ ଗଣମାଧ୍ୟମକୁ ମଧ୍ୟ ଅନୁରୋଧ କରିଛନ୍ତି।

ନିଜ ସୋସିଆଲ ମିଡ଼ିଆରେ ଲାଇଭ ଆସି ଅଭିନେତ୍ରୀ ରାନୀ ପଣ୍ଡା ନିଜ କ୍ରୋଧ ପ୍ରକାଶ କରିଛନ୍ତି। ଯାତ୍ରା ପ୍ରଦର୍ଶନ ସମୟରେ ସେ ଅଶ୍ଳୀଳ ନୃତ୍ୟ କରିଥିବାରୁ ତାଙ୍କୁ ଖଣ୍ଡଗିରି ବ୍ୟାନ କରିଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଭଦ୍ରକରେ ସମାନ ପରିସ୍ଥିତି ସତ୍ତ୍ୱେ କାହିଁକି କେହି ମୁହଁ ଖୋଲୁନାହାଁନ୍ତି। ତାଙ୍କୁ ଯେପରି ଭାବେ ପ୍ରତିବାଦ କରାଯାଇଥିଲା, ରାଣୀ ପ୍ରିୟଦର୍ଶନୀଙ୍କୁ କାହିଁକି ପ୍ରତିବାଦ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ରାନୀ ପଣ୍ଡା। ମୋତେ ପ୍ରତିବାଦ କରିଥିବା ଲୋକମାନେ ରାଜରାସ୍ତାକୁ ଆସି କାହିଁକି ବିରୋଧ କରିନାହାଁନ୍ତି ବୋଲି କହିଛନ୍ତି।

https://odia.news18.com/news/odisha/jatra-item-girl-rani-sensual-performance-in-bhadrak-draws-ire-of-locals-2lpd-291022-lpd-132885.html

ଫେସବୁକ ଲାଇଭ ମାଧ୍ୟମରେ ବିଷ ଓଗାଳିଛନ୍ତି ରାନୀ। ସବୁ କିଛି ଖରାପ ଅଶ୍ଳୀଳ ପ୍ରଦର୍ଶନରେ ତାଙ୍କ ନାମ ସାମ୍ନାକୁ ଆସୁଛି। ଯିଏ ଯେଉଁଠି ଯାହା କିଛି କରୁଛି ସେଥିପାଇଁ ରାନୀ ପଣ୍ଡାଙ୍କୁ ଦାୟୀ କରାଯାଉଛି। ଏପରିକି ସେ କଣ ଖରାପ ଘରର ଝିଅ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ରାଣୀ ପ୍ରିୟଦର୍ଶନୀ କେଉଁ ଯାତ୍ରା ଅଭିନେତ୍ରୀ, ତାଙ୍କ ବାବଦରେ ମୁଁ ଜାଣିନି। ମୁଁ ନିନ୍ଦା ଅପବାଦ ସହି ବଦନାମ ହୋଇ ବଞ୍ଚିଛି। ଯିଏ ପ୍ରକୃତରେ ସେପରି ବ୍ୟକ୍ତିତ୍ବ ତାଙ୍କୁ ନେଇ କାହିଁକି କେହି ମୁହଁ ଖୋଲୁ ନାହାଁନ୍ତି। ମୋ ପ୍ରଦର୍ଶନ ପାଇଁ ମୋତେ ଅଣ କଳାକାର, ବିବାଦୀୟ, ଅଶ୍ଳୀଳ କହି ବିବାଦ ଘେରକୁ ନେଇ ଆସିଥିଲେ, ଏବେ ସେମାନେ ସମସ୍ତେ କୁଆଡେ ଗଲେ ବୋଲି  ଯାତ୍ରା କଳାକାର, ମାଲିକ ଓ କିଛି ସାମାଜିକ କର୍ମୀଙ୍କ ଉଦ୍ଦେଶ୍ୟରେ ରାନୀ ପଣ୍ଡା ପ୍ରଶ୍ନ କରିଛନ୍ତି।

https://odia.news18.com/news/entertainment/rani-panda-nude-photo-goes-viral-on-social-media-2lpd-160822-lpd-119677.html

ନିଜ କ୍ରୋଧ ପ୍ରକାଶ କରି ରାନୀ ପଣ୍ଡା କହିଛନ୍ତି, ମୋ ପାଇଁ ହାତରେ ପ୍ଲା କାର୍ଡ଼ ଧରି, ପୋଷ୍ଟର ଚିରି, ଆନ୍ଦୋଳନ କରି କିଛି ନାରୀ ନେତ୍ରୀ ବିରୋଧ ପ୍ରଦର୍ଶନ କରୁଥିଲେ। ମୋତେ ଖଣ୍ଡଗିରିକୁ ବ୍ୟାନ କରିଥିଲେ। ଏବେ ପର୍ଯ୍ୟନ୍ତ ମଧ୍ୟ ମୁଁ ସେଠାକୁ ଯାଇପାରୁନାହିଁ। ବର୍ତ୍ତମାନ ସେହି ନାରୀ ନେତ୍ରୀ କୁଆଡେ ଗଲେ। ପ୍ରଶାସନ, ଯାତ୍ରା ପରିଚାଳନା କମିଟି, ଯାତ୍ରା ମାଲିକ, କଳାକାରଙ୍କୁ ସିଧା ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ରାନୀ। ରାଣୀ ପ୍ରିୟଦର୍ଶନୀଙ୍କ ସହ କିଛି କଳାକାରଙ୍କର ଖରାପ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେଥିପାଇଁ ବର୍ତ୍ତମାନ ତାଙ୍କୁ ପ୍ରତିବାଦ କରିବାକୁ କେହି ସାମ୍ନାକୁ ଆସୁନାହାନ୍ତି ବୋଲି ରାନୀ କହିଛନ୍ତି। ପ୍ରଶାସନ ସହ ସହ ମିଶି କିଛି କଳାକାର, ମାଲିକ ଗୁଳି ମାରି ତାଙ୍କୁ ହତ୍ୟା କରିପାରନ୍ତି ବୋଲି ସେ ସନ୍ଦେହ ମଧ୍ୟ କରିଛନ୍ତି।

ଅଣ କଳାକାର କହି ପ୍ରତିବାଦ କରୁଥିବା ଲୋକମାନେ ଏବେ ଚୁପ କାହିଁକି ଅଛନ୍ତି। ଯଦି ମୋ ବେଳେ ଏତେ ବିରୋଧ କରୁଥିଲେ ଏବେ କେହି ବିରୋଧ କରୁନାହାନ୍ତି। ରାନୀ ପଣ୍ଡା ଭଲ କାମ କରୁଥିବାର କେହି ପ୍ରଚାର କରୁନାହାନ୍ତି। କିନ୍ତୁ ଯାତ୍ରା ନୁହେଁ ଭିନ୍ନ ଉପାୟରେ ଟଙ୍କା ରୋଜଗାର କରୁଛି ବୋଲି ଆରୋପ ଲଗାଉଛନ୍ତି। ଯଦି ଏଭଳି ଅଭିଯୋଗ ଆଗାମୀ ଦିନରେ ପ୍ରମାଣିତ ହୋଇଯାଏ ତେବେ ଲଣ୍ଡା ହୋଇ ରାଜରାସ୍ତାରେ ବୁଲିବେ ବୋଲି କହିଛନ୍ତି ରାନୀ।

https://odia.news18.com/news/odisha/rani-panda-is-celebrating-raksha-bandhan-with-sura-rautarai-tv-11082022-ssd-ss1-118583.html

କେବଳ ସେତିକି ନୁହେଁ ନିଜ ଲାଇଭ ମଝିରେ ଗଣମାଧ୍ୟମକୁ ମଧ୍ୟ ଟାଣିଛନ୍ତି ରାନୀ ପଣ୍ଡା। ମୋ ନାମରେ ରୋଚକ ଖବର ପ୍ରସାର କରୁଥିଲେ। ବର୍ତ୍ତମାନ ଏମାନେ ବି ଚୁପ ଅଛନ୍ତି। ଖବର ପ୍ରସାରଣ ବେଳେ କେବଳ ରାନୀ ନଲେଖି ପୂରା ନାମ ଲେଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏପରି ହେବା ଦ୍ୱାରା କେହି ତାଙ୍କୁ ଇଙ୍ଗିତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।
Published by:Soumya Das
First published: