News18 Odia Digital
ଭୁବନେଶ୍ୱର: ସବୁବେଳେ ନିଜ ବୟାନ ଯୋଗୁଁ ଚର୍ଚ୍ଚାରେ ଥିବା ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରାଣୀ ପଣ୍ଡା ଜଣେ ପ୍ରସିଦ୍ଧ ଅଭିନେତାଙ୍କୁ ନିଜ ଆଡୁ ବିବାହ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ବିବାହ କରିବାକୁ ରାଣୀ ଅନୁରୋଧ କରିଛନ୍ତି।
ନିକଟରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିଜ ଜନ୍ମଦିନ ପାଳନ କରିଛନ୍ତି। ଡ଼ିଭୋର୍ସ ପରେ ସେ ନିଜର ଜନ୍ମ ଦିନ ଧୁମଧାମରେ ପାଳନ କରିବେ ବୋଲି ଏକ ଭିଡ଼ିଓ ଜରିଆରେ କହିଥିଲେ। ଏହା ପରେ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସିଛି। ରାଣୀ ଏକ ଭିଡ଼ିଓରେ ସିଧାସଳଖ ଅନୁଭବଙ୍କ ଉଦ୍ଦେଶ୍ୟରେ କିଛି କହୁଛନ୍ତି। ଡିଭୋର୍ସ ପରେ ମୋତେ ବିବାହ କର ବୋଲି ଭିଡ଼ିଓରେ ରାଣୀ କହୁଛନ୍ତି। ମୁଁ ଭଲ ଭାବରେ ତମର ଜନ୍ମଦିନ ପାଳନ କରିବି ବୋଲି କହିଛନ୍ତି ରାଣୀ। ବିବାହ ପରେ ଅନୁଭବଙ୍କ ସହ ଜବରଦସ୍ତ ଜନ୍ମଦିନ ପାଳିବେ ବୋଲି ରାଣୀ ମନେ ମନେ ସ୍ଥିର କରିଛନ୍ତି।
ଅନୁଭବଙ୍କ ଜନ୍ମଦିନ ବାବଦରେ ଜାଣି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରାଣୀ ପଣ୍ଡା। ଜନ୍ମଦିନ ପର ଦିନ ସେ ଶୁଭେଚ୍ଛା ଜଣାଇଛନ୍ତି। ଅନୁଭବଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଭଗବାନଙ୍କ ପାଖରେ ଆଶିଷ କାମନା କରିଛନ୍ତି ରାଣୀ। ପ୍ରସ୍ତାବ ଦେବା ବେଳେ ରାଣୀ ବେଶ ଖୁସି ଥିବାର ନଜର ଆସୁଛି।
‘ଆଜି ମୋର ଜନ୍ମଦିନ ପାଇଁ ଶୁଭେଚ୍ଛା ଦେଉଥିବା ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ। କିଛି ଅସୁବିଧା ପାଇଁ ମୁଁ ଏବର୍ଷ ଜନ୍ମଦିନ ସେଲିବ୍ରେଟ କରିବିନାହିଁ। ଯଦି ଆପଣମାନେ ମୋ ଜନ୍ମଦିନ ସେଲିବ୍ରେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଖପାଖରେ ଥିବା ଗରିବ ଲୋକଙ୍କ ସହ ସେଲିବ୍ରେଟ କରନ୍ତୁ। ଗତ ସାଢ଼େ ତିନି ବର୍ଷ ହେଲାଣି ମୁଁ ମରି ମରି ବଞ୍ଚୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେବେ ମତେ ଡିଭୋର୍ସ ମିଳିବ ସେହିଦିନ ମୁଁ ନୂଆ ଜନ୍ମ ପାଇବି ଆଉ ସେହିଦିନ ଆପଣଙ୍କ ସହ ଧୁମଧାମରେ ଜନ୍ମଦିନ ପାଳନ କରିବି। ଧନ୍ୟବାଦ, ଜୟ ଜଗନ୍ନାଥ’ ବୋଲି ଅନୁଭବ ଗତକାଲି ଭିଡ଼ିଓ ଜରିଆରେ ଜଣାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।