ଖଣ୍ଡଗିରି ନିଆଁ ଲିଭିବା ପରେ ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ରାନୀ ପଣ୍ଡା

ନ୍ୟୁଡ ଫଟୋକୁ ନେଇ ପୁଣି ସମାଲୋଚନାର ଶିକାର ହେଲା ରାନୀ ପଣ୍ଡା। ଭାଇରାଲ ହେଉଛି ଫଟୋ। ଖରାପ କମେଣ୍ଟ କରୁଛନ୍ତି ଟ୍ରୋଲର୍ସ।

ଖଣ୍ଡଗିରି ନିଆଁ ଲିଭିବା ପରେ ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ରାନୀ ପଣ୍ଡା

ଖଣ୍ଡଗିରି ନିଆଁ ଲିଭିବା ପରେ ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ରାନୀ ପଣ୍ଡା

  • Share this:
News18 Odia Digital

ଭୁବନେଶ୍ବର: ଯାତ୍ରା କୁଇନ ରାନୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ତେବେ ସେ ନିଜ କଥା ଜରିଆରେ ହେଉ କିମ୍ବା କାମ ଜରିଆରେ ହେଉ। ପ୍ରାୟତଃ ସେ ନିଜ ବୟାନ ପାଇଁ ସମସ୍ତଙ୍କ ମୁହଁ ବନ୍ଦ କରି ଦିଅନ୍ତି। ନିକଟରେ ସେ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ରାକ୍ଷୀ ବାନ୍ଧି ଚର୍ଚ୍ଚାରେ ଆସିଥିଲେ। ହେଲେ ଏଥର ସେ କିଛି ଭିନ୍ନ କଥା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଆଜ୍ଞା ହଁ, ଏଥର ସେ ନିଜର ନ୍ୟୁଡ ଫଟୋ ଜରିଆରେ ସମସ୍ତଙ୍କୁ ଦିୱାନା କରିଛନ୍ତି। ଭାଇରାଲ ହେଉଛି ତାଙ୍କ ହଟ ଆଣ୍ଡ ସେକ୍ସି ଫଟୋ। ଯାହାକୁ ଦେଖି ଫ୍ୟାନ୍ସ କମେଣ୍ଟ କରିବାରୁ ନିଜକୁ ରୋକି ପାରୁନାହାଁନ୍ତି। ହେଲେ କିଛି ଫ୍ୟାନ୍ସଙ୍କ ସହ ଟ୍ରୋଲର୍ସ ମଧ୍ୟ ଖରାପ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି।

ସେହିପରି ତାଙ୍କ ଫଟୋରେ କିଛି ନେଗେଟିଭ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି। ରାନୀ ନିଜ ଇନଷ୍ଟାଗ୍ରାମରେ ନିଜ ଏହି ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି। ଆଉ ଯାହାର କ୍ୟାପସନରେ ଲେଖିଛନ୍ତି, ‘‘ମୋର ନୂଆ ନ୍ୟୁଡ ଫଟୋଗ୍ରାଫି।’’




ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ ସେ ଏକ ରେଡ କଲରର ଆଉଟଫିଟ୍‌ରେ ନଜର ଆସୁଛନ୍ତି। ଏହା ସହିତ ତାଙ୍କ ଶାନଦାର ମେକଅପ୍ ତାଙ୍କୁ ଆହୁରି ଆକର୍ଷଣୀୟ କରୁଛି।

ସେପଟେ ଜଣେ ୟୁଜର କମେଣ୍ଟ କରି କହିଛନ୍ତି, ‘‘ଏମିତି କୌଣସି ବୃତ୍ତି ନାହିଁ ଯେଉଁଠାରେ ଉଲଗ୍ନ ରହିବାକୁ ଏହି ପ୍ରକାରର ପୋଷାକ ପିନ୍ଧିବାକୁ ଲେଖାଯାଇଛି।’’

ଅନ୍ୟ ଜଣେ ୟୁଜର ଖରାପ କରି କମେଣ୍ଟ ଲେଖିଛନ୍ତି, ‘‘ପୁରା ଡ୍ରେସ କାଢ଼ି ଦେଇ ଫୋଟ ଅପଲୋଡ କର ଦେଖିବା କଣ କଣ ସବୁ ଅଛି ତମର ଦିଦି। just for fun.’’

ଖାଲି ଏତିକି ନୁହେଁ ତୃତୀୟ ୟୁଜର ଲେଖିଛନ୍ତି, ‘‘ବୁଢ଼ୀ ବୟସ ର ଝଲମଲ ମଧୁବାଲା।’’ ଚତୁର୍ଥ ୟୁଜର ଲେଖିଛନ୍ତି, ଆଉ ଟିକେ ଖୋଲିଥିଲେ ଭଲ ଲାଗିଥାଆନ୍ତା।’’ ବର୍ତ୍ତମାନ ତାଙ୍କ ଏହି ଫଟୋରେ ଏପରି କମେଣ୍ଟ ଦେଖିବାକୁ ମିଳୁଛି। ହେଲେ ରାନୀ ଏପର୍ଯ୍ୟନ୍ତ କୌଣସି ଟ୍ରୋଲର୍ସଙ୍କୁ ଜବାବ ଦେଇନାହାଁନ୍ତି।
Published by:Lipina Das
First published: