News18 Odia Digital
କେନ୍ଦ୍ରାପଡା: ପୁଣି ସମ୍ନାକୁ ଆସିଲା ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଆଉ ଏକ ଭିଡ଼ିଓ। ଅନୁଭବ ମହାନ୍ତିଙ୍କ ବଦଳରେ ସେ କେନ୍ଦ୍ରାପଡାବାସୀଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି ଭିଡ଼ିଓରର କହିଛନ୍ତି ରାଣୀ।
ରାଣୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅନୁଭବ ମହାନ୍ତି କିଛି ସମସ୍ୟା ଯୋଗୁଁ ଡ଼ିପ୍ରେସନରେ ଅଛନ୍ତି। ବ୍ୟକ୍ତିଗତ ସମସ୍ୟା ଓ ସିନେମା ସୁଟିଂ ଯୋଗୁଁ ଅନୁଭବ କେନ୍ଦ୍ରାପଡା ଆସି ପାରି ନାହାଁନ୍ତି। ସେଥିପାଇଁ ଵ୍ୟସ୍ତ ନ ହେବାକୁ କହିଛନ୍ତି ରାଣୀ। ଆହୁରି ମଧ୍ୟ ରାଣୀ କହିଛନ୍ତି, ଅନୁବଭ ନ ଆସିଲେ ନାହିଁ ସେ ଆସିଛନ୍ତି। ଅନୁଭବ ଆସିବା ଯାହା ରାଣୀ ପଣ୍ଡା ଆସିବା ସେୟା। କେନ୍ଦ୍ରାପଡା ବାସୀଙ୍କ ଦୁଃଖ ସମସ୍ୟା ସମାଧାନ କରିବାକୁ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି ରାଣୀ। ଦରକାର ପଡ଼ିଲେ ସିଏମ ନବୀନ ପଟ୍ଟନାୟକଙ୍କ ପାଖକୁ ରାଣୀ ଚିଠି ଲେଖିବେ। ଜୀବନ ଥିବା ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ରାଣୀ କହିଛନ୍ତି, ବର୍ଷା ପଇସା ନେଇ ଅନୁଭବଙ୍କ ପ୍ରଚାର କରୁଥିଲେ। କିନ୍ତୁ ସେ ବିନା ପଇସାରେ ଅନୁଭବଙ୍କ ପାଇଁ ପ୍ରଚାର ପ୍ରସାର କରିବେ। ହୃଦୟରୁ ରାଣୀ ପଣ୍ଡାଙ୍କୁ ଭଲ ପାଉଥିଲେ ଅନୁଭବଙ୍କ ଭୁଲକୁ କ୍ଷମା କରିବାକୁ ଅନୁରୋଧ କରିଛନ୍ତି ରାଣୀ ପଣ୍ଡା।
ରାଜନୀତିରେ ପ୍ରବେଶ ବାବଦରେ ରାଣୀ ନିଜ ମତ ରଖି କହିଛନ୍ତି, ସେ ରାଜନୀତିକୁ ପସନ୍ଦ କରନ୍ତି ନାହିଁ। କଳାକାର ଭାବେ ଯେତିକି ଦରମା ପାଇବେ ସେଥିରେ ସେ ନିଜର, ପରିବାର ଓ ଦୁଃଖୀ ଲୋକଙ୍କ ସେବା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ରାଜନେତାଙ୍କ ଭଳି ଗରିବଙ୍କ ତଣ୍ଟି କାଟି ପଇସା ଆଣିବାରେ ଇଚ୍ଛୁକ ନୁହନ୍ତି ବୋଲି ରାଣୀ ଜଣାଇଛନ୍ତି।
ନିକଟରେ ରାଣୀ ପଣ୍ଡା ଜଣେ ଅନୁଭବଙ୍କୁ ନିଜ ଆଡୁ ବିବାହ ପ୍ରସ୍ତାବ ଦେଇଥିଲେ। ତାଙ୍କୁ ବିବାହ କରିବାକୁ ଅନୁରୋଧ କରୁଥିଲେ ରାଣୀ । ପରେ ଅନୁଭବ ରାଣୀଙ୍କୁ ସମ୍ମାନ କରେ ଓ ସେ ଯାହାକୁ ବି ବାହା ହେବେ ଜୀବନରେ ଖୁବ ଭଲ ସ୍ତ୍ରୀ ହୋଇପାରିବେ ବୋଲି ଏକ ଭିଡିଓ ଜରିଆରେ ଜଣାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।