ରାନୀ ଜଣେ ଭଲ ସ୍ତ୍ରୀ ହୋଇପାରିବେ; ଅଭିନେତା ଅନୁଭବ ମହାନ୍ତି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଉତ୍ତର ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ରାନୀ ନିଜ ସୋସିଆଲ ମିଡିଆରେ ଅନୁଭବଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନୁଭବ ମହାନ୍ତି କହିଛନ୍ତି ଯେ, ମୁଁ ତାଙ୍କୁ ବହୁତ ସମ୍ମାନ କରେ । ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି । ତେଣୁ ଏତେଟା ଯଦିଓ ତାଙ୍କ ବିଷୟରେ ଜାଣିନାହିଁ ତେବେ ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ । ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ । ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କ ସେବା ପାଇଁ ଦାନ କରନ୍ତି । ତାଙ୍କୁ ମୁଁ ଖୁବ ସମ୍ମାନ କରେ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ନୂତନ ବର୍ଷ ୨୦୨୩ ଏବଂ ତା ପରେ ତାଙ୍କ ଜୀବନ ସୁଖମୟ ହେଉ । ସେ ବହୁତ ଭଲରେ ରୁହନ୍ତୁ । ସେ ଯାହାକୁ ବି ବାହା ହେବେ ଜୀବନରେ ଖୁବ ଭଲ ସ୍ତ୍ରୀ ହୋଇପାରିବେ ।
ସୂଚନାଯୋଗ୍ୟ, ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଉତ୍ସବ ପାଳନ ହୋଇଥିଲା । ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଅନୁଭବଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ । ତେବେ ଅଭିନେତ୍ରୀ ରାନୀ ପଣ୍ଡା ଗୋଟିଏ ଦିନ ବିଳମ୍ୱରେ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାନୀ କହିଥିଲେ ଯେ, ଅନୁଭବ ମହାନ୍ତିଙ୍କ ଜନ୍ମଦିନରେ ମୁଁ ଶୁଭେଚ୍ଛା ଜଣାଇବାକୁ ଭୁଲିଯାଇଥିଲି । ଏଥିସହ ରାନୀ ପଣ୍ଡା କଥା ଆଳରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ମଧ୍ୟ ଭିଡିଓରେ କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ରାନୀଙ୍କୁ ବିଭିନ୍ନ ମତ ଦେଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ଏହି କଥାକୁ ନେଇ ଅନେକ ଜଣ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆଜି ରାନୀ ପଣ୍ଡା ନିଜର ଉତ୍ତର ପାଇଛନ୍ତି ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ଠାରୁ । ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ଲଭ୍ ୟୁ ଧନ ।
ଅନୁଭବଙ୍କର ଭିଡିଓଟିକୁ କିଛି ସମୟ ତଳେ ରାନୀ ଅପଲୋଡ କରିଛନ୍ତି । ଖୁବ କମ ସମୟରେ ଭିଡିଓଟି ଭାଇରାଲ୍ ହୋଇଯାଇଛି । ପ୍ରଶଂସକମାନେ ମଧ୍ୟ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଦିଦି ଆମ ଭାଇନା ଖୁବ ଭଲ । ସେ ତମକୁ ବିବାହ କଲେ ବହୁତ ଭଲ ପାଇବେ ଏବଂ ଭଲରେ ରଖିବେ । ମୁଁ ଦିନ ଗଣୁଛି କେବେ ହେବ ବାହାଘର । ଆମକୁ ମଟନ ଭୋଜି ଖାଇବାକୁ ମିଳିବ । ସତରେ ଭଗବାନ ତମ ଦୁହିଁଙ୍କୁ ଭଲରେ ରଖନ୍ତୁ । ମୋର ଭଗବାନଙ୍କ ନିକଟରେ ପାର୍ଥନା । ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଦୁହେଁ ବିବାହ କଲେ ଦୁହିଁଙ୍କର ଭଲ ହିଁ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।