ରଣବୀର-ଆଲିୟା ଭଟ୍ଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ : ବଲିଉଡ୍ର ମୋଷ୍ଟ ଆଡରେବଲ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ । ନିକଟରେ ପିତାମାତା ହୋଇଥିଲେ। ଗତ ମାସରେ ନଭେମ୍ବର 6 ରେ ଆଲିଆ ଭଟ୍ଟ ଏକ ଝିଅକୁ ଜନ୍ମ ଦେଇଥିଲେ। ଏହି ସମୟରେ ଉଭୟ ଦମ୍ପତ୍ତି ଅଧିକାଂଶ ସମୟ ଝିଅ ରାହା କପୁରଙ୍କ ସହ ଅତିବାହିତ କରୁଛନ୍ତି। ପିତା ହେବା ପରେ ରଣବୀର କପୁର ବହୁତ ଖୁସି ଅଛନ୍ତି। କିନ୍ତୁ ସେ ଗୋଟିଏ କଥା ବିଷୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରେଡ ସି ଫିଲ୍ମ ଫେଷ୍ଟିଭାଲ୍ରେ ଏହା ପ୍ରକାଶ କରିଛନ୍ତି।
ନିକଟରେ ରଣବୀର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଚଳଚ୍ଚିତ୍ର, ପିତାମାତା ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ କହିଥିଲେ। ଯେତେବେଳେ ରଣବୀରଙ୍କୁ ପଚରାଯାଇଥିଲା ପିତା ହେବା ପରେ ତାଙ୍କ ଜୀବନରେ କ’ଣ ପରିବର୍ତ୍ତନ ହୋଇଛି ସେ କହିଥିଲେ, ‘ମୁଁ ଭାବୁଛି ମୁଁ କାହିଁକି ଏତେ ସମୟ ନେଇଥିଲି? ମୋର ସବୁଠୁ ବଡ ଅସୁରକ୍ଷିତତା ହେଉଛି ଯେତେବେଳେ ମୋ ଝିଅକୁ ୨୦ ବା ୨୧ ହେବେ, ସେତେବେଳେ ମୋତେ ୬୦ ବର୍ଷ ହୋଇ ଯାଇଥିବ। କଣ ମୁଁ ସେମାନଙ୍କ ସହିତ ଫୁଟବଲ ଖେଳିପାରିବି ? ନା ମୁଁ ସେମାନଙ୍କ ସହିତ ଦୌଡ଼ିପାରିବି ? ଏହା ମୋର ବହୁତ ବଡ ଇନ୍ସିକ୍ୟୁରିଟି। କହିଛନ୍ତି ଯେ ନିଶ୍ଚିତ ଭାବରେ ଏକ ଭିନ୍ନ ପ୍ରକାରର ଅଭିଜ୍ଞତା, ଯାହା ସେ ଏପର୍ଯ୍ୟନ୍ତ ଅନୁଭବ କରିନାହାଁନ୍ତି।
ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରାୟ ୫ ବର୍ଷ ପରସ୍ପରକୁ ଡେଟ କରିବା ପରେ ଚଳିତ ବର୍ଷ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ଏହି ଦମ୍ପତି ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ସେମାନଙ୍କ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ବିବାହର ୨ ମାସ ପରେ ଆଲିଆ ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଜଣାଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।