Ranbir Alia Wedding: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ଲଭବାର୍ଡ ରଣବୀର-ଆଲିୟା

Ranbir Kapoor Alia Bhatt Wedding: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ରଣବୀରଙ୍କ ମା' ତଥା ଅଭିନେତ୍ରୀ ନୀତୁ କପୁର ଓ ଭଉଣୀ ରିଦ୍ଧିମା କପୁର ଏହା ପ୍ରକାଶ କରିଛନ୍ତି।

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ଲଭବାର୍ଡ ରଣବୀର-ଆଲିୟା

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ଲଭବାର୍ଡ ରଣବୀର-ଆଲିୟା

  • Share this:
News18 Odia Digital

ମୁମ୍ବାଇ: ଆଜି ଅର୍ଥାତ୍ ଏପ୍ରିଲ ୧୪ରେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟ ସାଥ ଜନ୍ମର ସାଥୀ ହେବାକୁ ଯାଉଛନ୍ତି। ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ମେହେନ୍ଦୀ ସମାରୋହ ପରେ ନୀତୁ କପୁର ରିଦ୍ଧିମା କପୁର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଏହି ବିବାହର ତାରିଖ ପ୍ରକାଶ କରିଥିଲେ।

ଆଲିୟାଙ୍କ ପ୍ରଶଂସା କଲେ ଭାବି ଶାଶୁ ନୀତୁ କପୁର

ସେ ତାଙ୍କ ପରିବାରର ନୂଆ ବୋହୂ ଆଲିୟାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ନୀତି କପୁର ଆଲିୟାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ହେଉଛନ୍ତି ବେଷ୍ଟ, ତାଙ୍କୁ ଅନେକ ଅନେକ ଅଭିନନ୍ଦନ।

ରଣବୀର ନିଜେ ବିବାହ ତାରିଖ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର କପୁର ହିଁ ତାଙ୍କ ମା' ଓ ଭଉଣୀଙ୍କୁ ବିବାହ ତାରିଖ ସେୟାର କରିବାକୁ ପରାମର୍ଶ ଦେଇଥିଲେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ରଣବୀର ବିବାହର କଭରେଜ ଓ ତାଙ୍କ ଘର ବାହାରେ ଠିଆ ହୋଇଥିବା ମିଡ଼ିଆ ଦେଖିବା ପରେ ଏହା କରିବାକୁ କହିଥିଲେ। ଶେଷରେ ସେମାନେ ଏହି ଘୋଷଣା କରିବା ଉଚିତ୍ ଓ ସେମାନଙ୍କ ବିବାହ ତାରିଖ ସମ୍ବନ୍ଧୀୟ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇବାକୁ ସେ ପରାମର୍ଶ ଦେଇଥିଲେ।

ଏପ୍ରିଲ ଶେଷରେ ରିସେପସନ୍ ଅନୁଷ୍ଠିତ ହେବ

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଦମ୍ପତି ବନ୍ଧୁ ଓ ପରିବାରଙ୍କ ଉପସ୍ଥିତିରେ ପାରମ୍ପାରିକ ପଞ୍ଜାବୀ ବିଧିବିଧାନ ଅନୁଯାୟୀ ବିବାହ କରିବେ। ଆଜି ତାଙ୍କର ହଳଦୀ ସମାରୋହ ସକାଳ ଆରମ୍ଭ ହେବ, ତା’ପରେ ଚୁଡା ସମାରୋହ।

ଖବର ଅନୁଯାୟୀ, ବିବାହ ପରେ ରଣବୀର ଓ ଆଲିୟା ଏପ୍ରିଲ ଶେଷ ସୁଦ୍ଧା ଏକ ବଡ଼ ରିସେପସନ୍ ପାର୍ଟି ଦେବାକୁ ଯାଉଛନ୍ତି। ଏଥିରେ ରଣବୀର ସିଂ, ଦୀପିକା ପାଦୁକୋନ, କରନ ଜୋହର, ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅର୍ଜୁନ କପୁର, ଶାହାରୁଖ ଖାନଙ୍କ ପରି ସେଲିବ୍ରିଟିମାନେ ସାମିଲ ହେବେ।

ଏହି ସମୟରେ, ଆଲିୟା ଭଟ୍ଟ ରଣଭୀର ସିଂଙ୍କ ସହ ତାଙ୍କ ଆଗାମୀ ଫିଲ୍ମ ‘ରକି ଅର ରାନୀ’ କି ଲଭ୍ ଷ୍ଟୋରୀରେ କାର୍ଯ୍ୟ ଜାରି ରଖିଥିବାବେଳେ ରଣବୀର କପୁରଙ୍କ ଖୁବ୍ ଶୀଘ୍ର ଶ୍ରଦ୍ଧା କପୁରଙ୍କ ସହ ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।
Published by:Lipina Das
First published: