ପତ୍ନୀ ଆଲିଆଙ୍କୁ କ୍ଷମା ମାଗିଲେ ରଣବୀର କପୁର; କହିଲେ ମୁଁ ଜୋକ୍‌ କରୁଥିଲି

ଆଲିଆଙ୍କ ବେବି ବମ୍ପକୁ ନେଇ ତାଙ୍କର ଲୁକ୍ସ ଆଉ ବଡି ଲାଙ୍ଗୁଏଜ୍‌ ଉପରେ କମେଣ୍ଟ କରିଥିଲେ ରଣବୀର କପୁର। ଏବେ କ୍ଷମା ମାଗିଛନ୍ତି।

ପତ୍ନୀ ଆଲିଆଙ୍କୁ କ୍ଷମା ମାଗିଲେ ରଣବୀର କପୁର

ପତ୍ନୀ ଆଲିଆଙ୍କୁ କ୍ଷମା ମାଗିଲେ ରଣବୀର କପୁର

  • Share this:
News 18 Odia Digital

ମୁମ୍ବାଇ: ଅଭିନେତା ରଣବୀର କପୁର ତାଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଏକ ପ୍ରମୋସନାଲ ଇଭେଣ୍ଟ ପାଇଁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଲାଇଭ ୟୁଟ୍ୟୁବ ଭିଡିଓରେ ଲଜ୍ଜିତ କଲା ଭଳି ମନ୍ତବ୍ୟ ଦେଇଥିଲେ। ଆଲିଆଙ୍କ ବେବି ବମ୍ପକୁ ନେଇ ତାଙ୍କର ଲୁକ୍‌ସ ଆଉ ବଡି ଲାଙ୍ଗୁଏଜ୍‌ ଉପରେ କମେଣ୍ଟ କରିଥିଲେ ରଣବୀର।

ଏସ୍‌ଏସ୍‌ ରାଜାମୌଲି ଓ ନାଗାର୍ଜୁନଙ୍କ ସହ ଚେନ୍ନାଇରେ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରିବାକୁ ଯାଇଥିବା ବେଳେ ସେଠାରେ ସାମ୍ବାଦିକ ରଣବୀରଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ସେ ଆଲିଆଙ୍କ ଉପରେ ତାଙ୍କର ମନ୍ତବ୍ୟ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି କି, କାରଣ ଫ୍ୟାନ୍ସ ଆପଣଙ୍କ ଉପରେ ରାଗିଛନ୍ତି। ଆଉ ଏହାର ଉତ୍ତରରେ ରଣବୀର କହିଥିଲେ, ‘ଏଥିପାଇଁ ମୁଁ କ୍ଷମା ମାଗୁଛି। ଯାହା ବି ହୋଇଛି ସେଥିପାଇଁ ମୁଁ ଦୁଃଖିତ। ମୋର ସେନ୍ସ ଅଫ୍‌ ହ୍ୟୁମର ନାହିଁ। ମୋର ସେହି କଥା କାହାରିକୁ କଷ୍ଟ ଦେବା ଉଦ୍ଦେଶ୍ୟରେ ନଥିଲା । ଏକ ଜୋକ୍‌ କରିବା ଉଦ୍ଦେଶ୍ୟରେ ମୁଁ ଏହା କହିଥିଲି। କିନ୍ତୁ ତାହା ଭାରି ଖରାପ ଜୋକ୍‌ ଥିଲା।’’
Published by:Soumyashree Mishra
First published: