ରଣବୀର-ଆଲିୟାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ ଦୁଇ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା ଓ ଦୀପିକା

Ranbir Alia Wedding: ରଣବୀର କପୁର ଓ ଆଲିୟା ଭଟ୍ଟ ସେମାନଙ୍କ ବିବାହ ପରେ ସେଲିବ୍ରିଟିଙ୍କଠାରୁ ଅନେକ ଅନେକ ଅଭିନନ୍ଦନ ପାଇବାରେ ଲାଗିଛନ୍ତି। ଆଲିୟା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ରଣବୀରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ଓ ଦୀପିକା ପାଦୁକୋନ ପ୍ରତିକ୍ରିୟା ରଖିଛନ୍ତି।

ରଣବୀର-ଆଲିୟାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ ଦୁଇ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା ଓ ଦୀପିକା

ରଣବୀର-ଆଲିୟାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ ଦୁଇ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା ଓ ଦୀପିକା

  • Share this:
News18 Odia Digital

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ରଣବୀର କପୁର ଓ ଆଲିୟା ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହେଁ ଗୁରୁବାର ଦିନ ବିବାହ କରି ବର୍ତ୍ତମାନ ପତି-ପତ୍ନୀ ହୋଇଛନ୍ତି। ବିବାହ ପରେ, ଏହି ସେଲିବ୍ରିଟଙ୍କ ଠାରୁ ଶୁଭେଚ୍ଛା ପାଇବାରେ ଲାଗିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ରଣବୀରଙ୍କ ଦୁଇ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ଓ ଦୀପିକା ପାଦୁକୋନ। ଉଭୟ ରଣବୀର-ଆଲିୟାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଆଲିୟା ଏହି ପୋଷ୍ଟକୁ ସେୟାର କରିଛନ୍ତି

ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିୟା ଭଟ୍ଟ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ସ୍ୱାମୀ ରଣବୀର କପୁରଙ୍କ ସହ ନଜର ଆସୁଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘‘ବନ୍ଧୁ ଓ ପରିବାର ମଧ୍ୟରେ ଏହି ଘରେ ଆମର ପ୍ରିୟ ସ୍ଥାନ (ବାଲକୋନି), ଯେଉଁଠାରେ ଆମେ ଆମର ସମ୍ପର୍କର ପାଞ୍ଚ ବର୍ଷ ବିତାଇଥିଲୁ, ଆଜି ଆମେ ବିବାହ କଲୁ। ଆମ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଆପଣଙ୍କ ପ୍ରେମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ।’’ ବର୍ତ୍ତମାନ ଇଣ୍ଟରନେଟରେ ଆଲିୟା ଓ ରଣବୀରଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି।

ଦୀପିକା-କ୍ୟାଟ୍ରିନା ଜଣାଇଛନ୍ତି ଶୁଭେଚ୍ଛା

ଆଲିୟାଙ୍କ ଏହି ପୋଷ୍ଟରେ କ୍ୟାଟ୍ରିନା କୈଫ ପ୍ରତିକ୍ରିୟା ଦେଇଛନ୍ତି। କମେଣ୍ଟେ ଦେଇ ସେ ଲେଖିଛନ୍ତି, ‘‘ତୁମ ଦୁହିଁଙ୍କୁ ଅନେକ ଶୁଭେଚ୍ଛା ଶୁଭେଚ୍ଛା। ଦୁହିଁଙ୍କ ପାଇଁ ବହୁତ ବହୁତ ପ୍ରେମ ଓ ଖୁସି।’’

ଏଥି ସହିତ ଦୀପିକା ପାଦୁକୋନ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଓ ଏହି ଦମ୍ପତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘‘ତୁମର ଆଜୀବନ ପ୍ରେମ, ସୁଖ ଓ ହସ କାମନା କରୁଛି।’’ ଏହା ସହିତ ସେ ଏକ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି।

ପ୍ରକାଶ ଥାଉକି ଦୀପିକା ଓ କ୍ୟାଟ୍ରିନାଙ୍କ ନାମ ରଣବୀର କପୁରଙ୍କ ସହ ଜଡିତ ଥିଲା। ବିବାହ ପୂର୍ବରୁ ରଣବୀର ଭିନ୍ନ ଭିନ୍ନ ସମୟରେ ଉଭୟ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ।
Published by:Lipina Das
First published: