Box office collection: ଅକ୍ଷୟ କୁମାରଙ୍କ ଫିଲ୍ମ 'ରାମ ସେତୁ' କମାଇଲା ୬୦ କୋଟି

ଫିଲ୍ମ 'ରାମ ସେତୁ ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ମଧ୍ୟ ହୋଇଛି।ଶେଷରେ ଏହି ଫିଲ୍ମ ବର୍ତ୍ତମାନ ୬୦ କୋଟି ରୋଜଗାର କରିସାରିଛି।

ଫିଲ୍ମ 'ରାମ ସେତୁ' କମାଇଲା ୬୦ କୋଟି

ଫିଲ୍ମ 'ରାମ ସେତୁ' କମାଇଲା ୬୦ କୋଟି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ 'ରାମ ସେତୁ'କୁ ପ୍ରଶଂସକମାନେ ବହୁତ୍ ଦିନ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ, ଅକ୍ଟୋବର ୨୫ରେ ଏହି ଫିଲ୍ମଟି ମୁକ୍ତିଲାଭ କରିଥିଲା। ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ମଧ୍ୟ ହୋଇଛି।ଶେଷରେ ଏହି ଫିଲ୍ମ ବର୍ତ୍ତମାନ ୬୦ କୋଟି ରୋଜଗାର କରିସାରିଛି।

ପ୍ରଥମ ଦିନରେ ବକ୍ସ ଅଫିସରେ ଏକ ଅଦ୍ଭୁତପୂର୍ବ ସଫଳତା ପରେ ଏବେ ଏହି ଫିଲ୍ମଟି ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହେଉଛି। ଏହି ଚଳଚ୍ଚିତ୍ରଟି ଅଷ୍ଟମ ଦିନରେ ମାତ୍ର ୨.୯୦ କୋଟି ବ୍ୟବସାୟ କରିଥିଲା। ଫଳସ୍ୱରୂପ, ଏହାର ମୋଟ ବକ୍ସ ଅଫିସ୍ ସଂଗ୍ରହ ୬୧.୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଅକ୍ଷୟଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ ତୁଳନାରେ ଫିଲ୍ମ ରାମ ସେତୁ ଭଲ ପ୍ରଦର୍ଶନ କରୁଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ ଶର୍ମା। ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁଶରତ ଭାରୁଚା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Published by:Soumyashree Mishra
First published: