ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ନିଜ ଫଟୋକୁ ନେଇ ଟ୍ରୋଲ ହେଲେ ରାକୁଲ ପ୍ରୀତ ସିଂ; ଲୋକ କହିଲେ କଣ ପ୍ଲାଷ୍ଟିକ ସର୍ଜରୀ କରିଦେଲ

ନିଜ ଫଟୋକୁ ନେଇ ଟ୍ରୋଲ ହେଲେ ରାକୁଲ ପ୍ରୀତ ସିଂ; ଲୋକ କହିଲେ କଣ ପ୍ଲାଷ୍ଟିକ ସର୍ଜରୀ କରିଦେଲ

ଲୋକମାନେ ରାକୁଲ ପ୍ରୀତ ସିଂଙ୍କ ସୌନ୍ଦର୍ଯ୍ୟ ଓ ସୁନ୍ଦରତାକୁ ଅତିଶୟ ପ୍ରଶଂସା କରନ୍ତି। କିନ୍ତୁ ଅତୀତରେ, ରାକୁଲ ପ୍ରୀତ ତାଙ୍କ ଚେହେରାକୁ ଏମିତି ସଜେଇଛନ୍ତି ଯେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଚିହ୍ନିବାରେ ଅସମର୍ଥ।

ନିଜ ଫଟୋକୁ ନେଇ ଟ୍ରୋଲ ହେଲେ ରାକୁଲ ପ୍ରୀତ ସିଂ; ଲୋକ କହିଲେ କଣ ପ୍ଲାଷ୍ଟିକ ସର୍ଜରୀ କରିଦେଲ
ଏହି ଫଟୋ ଯୋଗୁଁ ଟ୍ରୋଲ ହେଉଛନ୍ତି ରାକୁଲ ପ୍ରୀତ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 27, 2021, 12:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ଼ ବ୍ୟତୀତ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଶୀର୍ଷ ତାରକାମାନଙ୍କରେ ରାକୁଲ ପ୍ରୀତ ସିଂ ଅନ୍ୟତମ। ବଲିଉଡରେ ସେ କିଛି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଅଜୟ ଦେବଗନଙ୍କ ସହ 'ଦେ ଦେ ପ୍ୟାର ଦେ'ରେ ମଧ୍ୟ ଅଭିନୟ କରିଛନ୍ତି। ରାକୁଲ ପ୍ରୀତ ସିଂଙ୍କର ବହୁତ ପ୍ରଶଂସକ ଅଛନ୍ତି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଓ ସୁନ୍ଦରତାକୁ ଅତିଶୟ ପ୍ରଶଂସା କରନ୍ତି। କିନ୍ତୁ ଅତୀତରେ, ରାକୁଲ ପ୍ରୀତ ତାଙ୍କ ଚେହେରାକୁ ଏମିତି ସଜେଇଛନ୍ତି ଯେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଚିହ୍ନିବାରେ ଅସମର୍ଥ।

ବାସ୍ତବରେ ସୋସିଆଲ ମିଡ଼ିଆରେ ରାକୁଲ ପ୍ରୀତ ସିଂଙ୍କୁ ଟ୍ରୋଲ କରାଯାଉଛି। ଏହାର କାରଣ ହେଉଛି ତାଙ୍କର ଏକ ଫଟୋ।  ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖିବା କଷ୍ଟକର ଯେ ଏହା ରାକୁଲ ପ୍ରୀତ ସିଂ। ଏହି ଚିତ୍ରକୁ ଦେଖିଲେ ଲାଗୁଛି ଯେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ତାଙ୍କର ପରିବର୍ତ୍ତିତ ଚେହେରା ତାଙ୍କ ପ୍ରଶଂସକମାନେ ହଜମ କରିପାରିନାହାନ୍ତି।

ଏହି ଚିତ୍ରର କ୍ୟାପସନରେ ସେ 'ଅନ୍ ଡିମାଣ୍ଡ ପୋଷ୍ଟ' ଲେଖିଛନ୍ତି।  ଏହା ସହିତ ସେ ଇମୋଜି ମଧ୍ୟ ରଖିଛନ୍ତି ଓ ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟକୁ ଟ୍ୟାଗ୍ କରିଛନ୍ତି। ଏହି ଫଟୋରେ ତାଙ୍କୁ ବହୁତ କମେଣ୍ଟ ଆସୁଛି। ବ୍ୟବହାରକାରୀମାନେ ତାଙ୍କୁ ପଚାରୁଛନ୍ତି ଯେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି?  ତାଙ୍କ ଜ ଲାଇନ ଓ ଲମ୍ବା ଚେହେରା ଦେଖି ଲୋକମାନେ ସନ୍ଦେହ କରୁଛନ୍ତି ଯେ ସେ ଅସ୍ତ୍ରୋପଚାର କରିଛନ୍ତି। ତାଙ୍କର ଏହି ଚିତ୍ର ୪ ଲକ୍ଷରୁ ଅଧିକ ଲାଇକ ପାଇଛି।

ଜଣେ ଉପଭୋକ୍ତା ରକୁଲ ପ୍ରୀତଙ୍କ ପାଇଁ ଲେଖିଛନ୍ତି, 'କଣ ୟେ ବି ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରିଦେଲେ, ୟାର ୟେ ବଲିଉଡ ଲୋକଙ୍କର କଣ ହେଇଛି। ଭଲ ଚେହେରାକୁ ନଷ୍ଟ କରିଦଉଛ। ଜଣେ ଉପଭୋକ୍ତା ଲେଖିଛନ୍ତି ଟିକେ ଅଧିକା ହେଇଗଲା।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରକୁଲ ପ୍ରୀତଙ୍କ ନାମ ମଧ୍ୟ ଏନସିବିର ଡ୍ରଗ୍ ଯାଞ୍ଚରେ ଆସିଛି।  ମହଙ୍ଗା ନିଶା ଦ୍ରବ୍ୟ ଯୋଗାଉଥିବା ସମ୍ବେଦନଶୀଳ ଗ୍ୟାଙ୍ଗ ସଂପର୍କରେ ଇଡି ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୧୦ ଜଣ ସେଲିବ୍ରିଟିଙ୍କୁ ଡକାଇଥିଲା, ଏହି ୧୦ ଜଣଙ୍କ ମଧ୍ୟରେ ରାକୁଲ ପ୍ରୀତଙ୍କ ନାମ ମଧ୍ୟ ଥିଲା। ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।
Published by: Soumya Das
First published: September 27, 2021, 12:44 PM IST