ମିଡ଼ିଆ ଫଟୋଗ୍ରାଫରଙ୍କ ଉପରେ ୫୦୦ କୋଟି ଟଙ୍କାର ଜୋରିମନା ଲଗାଇବା ଧମକ ଦେଲେ ରାକ୍ଷୀ

ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ରାକ୍ଷୀ ସାୱନ୍ତଙ୍କ ଏକ ନୂଆ ଭିଡିଓ। ଯେଉଥିରେ ସେ ମିଡ଼ିଆ ଫଟୋଗ୍ରାଫରଙ୍କୁ ଧମକ ଦେଉଥିବାର ନଜର ଆସୁଛନ୍ତି।

ମିଡିଆ ଫଟୋଗ୍ରାଫରଙ୍କ ଉପରେ ୫୦୦ କୋଟି ଟଙ୍କାର ଜୋରିମନା ଲଗାଇବା ଧମକ ଦେଲେ ରାକ୍ଷୀ

ମିଡିଆ ଫଟୋଗ୍ରାଫରଙ୍କ ଉପରେ ୫୦୦ କୋଟି ଟଙ୍କାର ଜୋରିମନା ଲଗାଇବା ଧମକ ଦେଲେ ରାକ୍ଷୀ

  • Share this:
News18 Odia Digital

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତି ଯାହା ବି କରନ୍ତି ଚର୍ଚ୍ଚାର ବିଷୟ ପାଲଟିଯାଏ। ବିଗ୍ ବସ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସି ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ରାକ୍ଷୀଙ୍କ ଏକ ନୂଆ ଭିଡିଓ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ମିଡ଼ିଆ କ୍ୟାମେରାରେ ସବୁ ବେଳେ ରହିବାକୁ ଚାହୁଁଥିବା ରାକ୍ଷୀ କିନ୍ତୁ ଏଥର ଏମିତି ଧମକ ଦେଉଛନ୍ତି ଯେ, ଯାହାକୁ ଶୁଣି ମିଡ଼ିଆ ଫଟୋଗ୍ରାଫର ସମସ୍ତେ ଆଶ୍ଚର୍ଯ୍ୟ।

ରାକ୍ଷୀଙ୍କ ପ୍ରଶଂସାରେ କଶ୍ମୀରା

ରାକ୍ଷୀ ସାୱନ୍ତ ବୁଧବାର ଦିନ ଶମିତା ଶେଟ୍ଟୀଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ, ଏହା ପରେ ସେ ମିଡ଼ିଆ କ୍ୟାମେରା ସାମ୍ନାରେ ଫଟୋ ଉଠାଇବା ପାଇଁ ଅନେକ ପୋଜ୍ ଦେଇଥିଲେ। ଭିଡିଓରେ ସେ କଶ୍ମୀରା ଶାହଙ୍କ ସହ ନଜର ଆସିଛନ୍ତି। ଆଉ କଶ୍ମୀରା କୁଛନ୍ତି, ରାକ୍ଷୀ ବିଗ୍ ବସ୍ ହାଉସରେ ଚମତ୍କାର କରିଥିଲେ। ସେ ଆମକୁ ବହୁତ ମନୋରଞ୍ଜନ କରିଥିଲେ। ଗୋଟିଏ କଥା ଗ୍ରହଣ କର ଯେ ଯଦି ରାକ୍ଷୀ ଓ ମୁଁ 'ବିଗ୍ ବସ୍' କୁ ଯାଆନ୍ତି ତେବେ ଝଗଡା ହେବ କାରଣ ରାକ୍ଷୀ ଓ ମୋର ସମାନ ଚିନ୍ତାଧାରା ଅଛି।

ଫଟୋଗ୍ରାଫରଙ୍କୁ ଦେଲେ ଚେତାବନୀ

ଭିଡିଓରେ, ରାକ୍ଷୀ ସାୱନ୍ତ ଫଟୋଗ୍ରାଫରଙ୍କ ସାମ୍ନାରେ ପୋଜ୍ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ରାକ୍ଷୀ ଏକ ନୀଳ ଡେନିମ୍ କ୍ରପ୍ ଟପ୍ ଓ ସର୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହାସହ ସେ ଏକ ଡେନିମ ଜ୍ୟାକେଟ୍ କ୍ୟାରି କରିଥିଲେ।








View this post on Instagram






A post shared by Filmozo (@filmozo)






ସେ ନିଜ ଜ୍ୟାକେଟ୍ କାଢ଼ି କ୍ୟାମେରା ଆଗରେ ପୋଜ୍ ଦେଇଥିଲେ, ତା’ପରେ ଫଟୋଗ୍ରାଫର କହିଲେ ଆଜି ନୋରା ମଧ୍ୟ ତୁମ ସାମ୍ନାରେ ଫିକା ନଜର ଆସୁଛନ୍ତି। ଏହା ପରେ ରାକ୍ଷୀ ସେଠାରୁ ଚାଲିଯିବା ବେଳେ ଫଟୋଗ୍ରାଫରମାନେ ତାଙ୍କୁ ଆଉ କିଛି ଫଟୋ ଉଠାଇବାକୁ ଅନୁରୋଧ କରୁଥିଲେ, କିନ୍ତୁ ସେ ରାଜି ହେଲେ ନାହିଁ ଆଉ ଚାଲିବା ସମୟରେ କହିଲେ ମୋତେ ଛୁଉଁ ନାହିଁ ନହେଲେ ତୁମମାନଙ୍କ ଉପରେ ୫୦୦ କୋଟି ଟଙ୍କା ଜୋରିମନା ଲଗାଇଦେବି।

ପ୍ରକାଶ ଥାଉକି ରାକ୍ଷୀ ଅତ୍ୟନ୍ତ ବକ୍ତବ୍ୟ ଓ ତାଙ୍କ ମନ କଥା କହିବାକୁ ଦ୍ୱିଧା କରନ୍ତି ନାହିଁ। କିଛି ଦିନ ପୂର୍ବରୁ ରାକ୍ଷୀଙ୍କ ସ୍ୱାମୀଙ୍କୁ ସର୍ବସାଧାରଣରେ ଲିପଲକ୍ କରୁଥିବା ଭିଡିଓ ଭାଇରାଲ ହୋଇଥିଲା।
Published by:Lipina Das
First published: