Adil Khan Arrested: ରାକ୍ଷୀଙ୍କ ସ୍ୱାମୀ ଗିରଫ; ଆଦିଲଙ୍କ ଉପରେ ଲାଗିଛି ଗୁରୁତର ଆରୋପ

Adil Khan Arrested: ରାକ୍ଷୀଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ପୋଲିସ ଗିରଫ କରିଛି। ଜାଣନ୍ତୁ ପୂରା ମାମଲା କଣ ।

Adil Durani Arrested

Adil Durani Arrested

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Adil Durani Arrested: ଆଜିକାଲି ରାକ୍ଷୀ ସାୱନ୍ତ(Rakhi Sawant)ଙ୍କ ଜୀବନ ବହୁତ ସମସ୍ୟା ଦେଇ ଗତି କରୁଛି। ପ୍ରଥମେ ମା’ଙ୍କ ମୃତ୍ୟୁ ଓ ଏବେ ସ୍ୱାମୀ ଆଦିଲଙ୍କ ଧୋକା ଯୋଗୁଁ ପୂରା ଭାଙ୍ଗିଯାଇଛନ୍ତି ରାକ୍ଷୀ। ବର୍ତ୍ତମାନ ଖବର ଆସିଛି ଯେ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ (Adil Khan Durani Arrest)ଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଗିରଫ ହେବାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। କିଛି ଦିନ ହେବ ମିଡିଆରେ ରାକ୍ଷୀ ସାୱନ୍ତ ଦେଇଥିବା ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ମାମଲା କେବଳ ଅବୈଧ ବୈବାହିକ ସମ୍ପର୍କ(Extra Marital Affairs) ସହ ଜଡିତ।

RAKHI SAWANT MOTHER DIED: ଚିକିତ୍ସାଧୀନ ଅବସ୍ଥାରେ ରାକ୍ଷୀ ସାୱନ୍ତଙ୍କ ମାଙ୍କର ଦେହାନ୍ତ

କିଛି ଦିନ ପୂର୍ବରୁ ରାକ୍ଷୀ ସାୱନ୍ତଙ୍କୁ ମଧ୍ୟ ପୋଲିସ ଷ୍ଟେସନରେ ଦେଖିବାକୁ ମିଳିଥିଲା, ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା, ସେ କହିଥିଲେ ଯେ ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଏଠାକୁ ଆସିଛନ୍ତି ଏବଂ ଏ ବିଷୟରେ କିଛି କହିବାକୁ ନାହିଁ। ବର୍ତ୍ତମାନ ଆସୁଥିବା ଖବର ଅନୁଯାୟୀ, ଆଦିଲ ତାଙ୍କୁ ଭେଟିବା ପାଇଁ ରାକ୍ଷୀଙ୍କ ଘରେ ପହଞ୍ଚିଥିଲେ, ପରେ ତାଙ୍କୁ ଗିରଫ କରାଯାଇଥିଲା।

Big Boss 14 ଘରେ ପ୍ରବେଶ କରିବେ ରାଖୀ ସାୱନ୍ତଙ୍କ ସ୍ୱାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ


ବିବାହର ବାବଦରେ ସମସ୍ତଙ୍କୁ ଜାଣିବାଇ ପରେ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ପ୍ରକୃତ ଅସୁବିଧା ଆରମ୍ଭ ହୋଇଛି। ଏହା ପୂର୍ବରୁ ସବୁକିଛି ଠିକ୍ ଦେଖାଯାଉଥିଲା। ରାକ୍ଷୀଙ୍କ ମା’ଙ୍କ ମୃତ୍ୟୁର ମାତ୍ର ୪-୫ ଦିନ ପରେ ରାକ୍ଷୀ ଗଣମାଧ୍ୟମରେ ବହୁତ କାନ୍ଦୁଥିଲେ ଏବଂ ଆଦିଲଙ୍କ କାହା ସହ ସମ୍ପର୍କ ଥିବା କହିଥିଲେ ଓ ବର୍ତ୍ତମାନ ସେ ଏହି ନାମ ପ୍ରକାଶ କରି କହିଛନ୍ତି ଯେ ଆଦିଲ ତନୁ ନାମକ ଜଣେ ଝିଅକୁ ବିବାହ କରିଛନ୍ତି। ସେ ବର୍ତ୍ତମାନ ଆଦିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ଆଦିଲ ତାଙ୍କର ସମସ୍ତ ଟଙ୍କା ନେଇଛନ୍ତି ଓ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ମଧ୍ୟ ଦେଇ ନାହାଁନ୍ତି, ଯେଉଁଥିପାଇଁ ତାଙ୍କ ମାଙ୍କର ମୃତ୍ୟୁ ଘଟିଛି।
Published by:Soumya Das
First published: