ବଲିଉଡର ଡ୍ରାମା କ୍ଵିନ୍ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାନ୍ତି । ନିକଟରେ ତାଙ୍କୁ ବିଗ୍ ବସ୍ ମରାଠୀ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବଲିଉଡର ଡ୍ରାମା କ୍ଵିନ୍ ରାକ୍ଷୀ ସାୱନ୍ତ(Rakhi Sawant) ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାନ୍ତି । ନିକଟରେ ତାଙ୍କୁ ବିଗ୍ ବସ୍(Big boss) ମରାଠୀ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ରାକ୍ଷୀ ବିଗ୍ ବସ୍ ଘରୁ ବାହାରି ଆସିବା ପରେ ଏକ ଦୁଃଖଦ ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।
ରାକ୍ଷୀ ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ କର୍କଟ ରୋଗ ପରେ ତାଙ୍କ ମାଆଙ୍କୁ ବ୍ରେନ୍ ଟ୍ୟୁମର(Brain Tumor) ହୋଇଛି। ତାଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକ୍ଷୀ ଡାକ୍ତରଖାନାରୁ କାନ୍ଦୁଥିବା ଏକ ଭିଡିଓ ସେୟାର କରିଛନ୍ତି। ଭିଡ଼ିଓ କ୍ଲିପ୍ରେ ରାକ୍ଷୀ କହିଛନ୍ତି ଯେ ମୁଁ ବର୍ତ୍ତମାନ ବିଗ୍ ବସ୍ ମରାଠୀରୁ ବାହାରି ଆସିଛି। ମୁଁ ଆସିବା ମାତ୍ରେ ଜାଣିଲି ଯେ ମା ସୁସ୍ଥ ନାହାଁନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି। ମୁଁ ଆପଣମାନଙ୍କ ଆଶୀର୍ବାଦ ଆଶା କରୁଛି। ମୋ ମା ପାଇଁ ପ୍ରାର୍ଥନା କରନ୍ତୁ । ମୁଁ ଜାଣି ନଥିଲି ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ବ୍ରେନ ଟ୍ୟୁମର ହୋଇଛି।
ରାକ୍ଷୀଙ୍କୁ ବିଗ୍ ବସ୍ ୧୪ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ତାଙ୍କ ମା ଚିକିତ୍ସିତ ହେଉଥିଲେ। ଶୋରୁ ମିଳିଥିବା ଟଙ୍କା ସହିତ ରାକ୍ଷୀ ତାଙ୍କ ମା’ଙ୍କୁ ଚିକିତ୍ସା କରିଥିଲେ ଏବଂ ସଲମାନ ଖାନ(Salman Khan), ସୋହେଲ ଖାନ ଏବଂ କରଣ ଜୋହର ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ମାଆ ସୁସ୍ଥ ହେବା ପରେ ରାକ୍ଷୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।