ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ମୁଣ୍ଡରେ ସିନ୍ଦୂର ପିନ୍ଧି ମାଧୁରୀଙ୍କ ଗୀତରେ ଠୁମକା ଲଗାଇଲେ ରାକ୍ଷୀ ସାୱନ୍ତ; ସିଦ୍ଧାର୍ଥଙ୍କ ପାଇଁ ଟ୍ରୋଲ କଲେ ୟୁଜର୍ସ

ମୁଣ୍ଡରେ ସିନ୍ଦୂର ପିନ୍ଧି ମାଧୁରୀଙ୍କ ଗୀତରେ ଠୁମକା ଲଗାଇଲେ ରାକ୍ଷୀ ସାୱନ୍ତ; ସିଦ୍ଧାର୍ଥଙ୍କ ପାଇଁ ଟ୍ରୋଲ କଲେ ୟୁଜର୍ସ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ରାକ୍ଷୀ ସାୱନ୍ତଙ୍କ ଡ୍ୟାନ୍ସ ଭିଡିଓ, ଯେଉଁଥିରେ ସେ ନିଜ ଜିମ୍ ଟ୍ରେନରଙ୍କ ସହ ନାଚୁଥିବାର ଆସୁଛନ୍ତି ନଜର । ଏହି ଭିଡିଓକୁ ଆଧାର କରି ତାଙ୍କ ଟ୍ରୋଲ କରୁଛନ୍ତି ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ୍ସ ।

ମୁଣ୍ଡରେ ସିନ୍ଦୂର ପିନ୍ଧି ମାଧୁରୀଙ୍କ ଗୀତରେ ଠୁମକା ଲଗାଇଲେ ରାକ୍ଷୀ ସାୱନ୍ତ; ସିଦ୍ଧାର୍ଥଙ୍କ ପାଇଁ ଟ୍ରୋଲ କଲେ ୟୁଜର୍ସ
ଭାଇରାଲ ହେଉଛି ରାକ୍ଷୀ ସାୱନ୍ତଙ୍କ ଡ୍ୟାନ୍ସ ଭିଡିଓ
  • News18 Odia
  • Last Updated: September 9, 2021, 5:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଯାହା ବି କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ । ଅଭିନୟ ବ୍ୟତୀତ ସୋସିଆଲ ମିଡ଼ିଆରେ ସେ ଫ୍ୟାନ୍ସଙ୍କୁ ଖୁବ୍ ମନୋରଞ୍ଜନ କରନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ମଜାଦାର ଭିଡିଓ, ବୋଲ୍ଡ ଫଟୋ, ଡ୍ୟାନ୍ସ ଭିଡିଓ ଓ ୱାର୍କ ଆଉଟ ଭିଡିଓ ଶେୟାର କରୁଥିବାରନ ନଜର ଆସନ୍ତି । ହେଲେ ଏଥର ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ତାଙ୍କୁ ଟ୍ରୋଲର କରାଯାଉଛି । ଆସନ୍ତୁ ଜାଣିବା ଏହାର କାରଣ…

ନିକଟରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁରେ ଦୁଃଖି ଥିବା ରାକ୍ଷୀ ନିଜର ଏକ ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ସେ ମାଧୁରୀ ଦୀକ୍ଷିତଙ୍କ ହିଟ୍ ଗୀତରେ ନାଚୁ ଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସେ ସିନ୍ଦୂର ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ରାକ୍ଷୀ ଶେୟାର କରିଥିବା ଏହି ଭିଡିଓରେ ସେ ଜିମ୍ ଲୁକରେ ସିନ୍ଦୂର ପିନ୍ଧିଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଜିମ୍ ଟ୍ରେନରଙ୍କ ସହ ମାଧୁରୀ ଦୀକ୍ଷିତଙ୍କ ହିଟ୍ ଗୀତରେ ନାଚୁ ଥିବାର ଦେଖାଯାଉଛନ୍ତି । ଗୀତରେ ତାଙ୍କର ଠୁମକା ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି ।




ସିଦ୍ଧାର୍ଥଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ସେ ତାଙ୍କ ବିୟୋଗ ଦୁଃଖରୁ ଖୁବ୍ ଶୀଘ୍ର ବାହାରକୁ ଆସିଛନ୍ତି, କେତେକ କହୁଛନ୍ତି ଯେ ସିଦ୍ଧାର୍ଥଙ୍କ ବିୟୋଗରେ ସେ କେତେ ଦୁଃଖିତ ଏହି ଭିଡିଓରୁ ଜଣାପଡୁଛି । ଏଥି ସହିତ, କିଛି ଫ୍ୟାନ୍ସ ପଚାରୁଛନ୍ତି ଯେ ସେ କାହା ପାଇଁ ସିନ୍ଦୁର ପିନ୍ଧିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘‘ଆପଣଙ୍କ ସ୍ୱାମୀ କେବେ ବିଗ୍ ବସ୍ କୁ ଆସୁଛନ୍ତି?’’

‘ବିଗ୍ ବସ୍ ୧୪’ ପରେ ରାକ୍ଷୀ ସାୱନ୍ତଙ୍କୁ ଅନେକ ପ୍ରଜେକ୍ଟ ମିଳିଛି । କିଛି ଦିନ ପୂର୍ବରୁ ତାଙ୍କ ଗୀତ 'ଡ୍ରିମ୍ ମେଁ ଏଣ୍ଟ୍ରି' ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ପରେ ରାକ୍ଷୀଙ୍କ ଦ୍ୱିତୀୟ ଗୀତ 'ଲକଡାଉନ୍' ମଧ୍ୟ ରିଲିଜ୍ ହୋଇଛି, ଦର୍ଶକ ଏହାକୁ ମଧ୍ୟ ପସନ୍ଦ କରିଛନ୍ତି ।
Published by: Lipina Das
First published: September 9, 2021, 5:41 PM IST