News18 Odia Digital
Rakhi Sawant Arrested: ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଅସୁବିଧା ବନ୍ଦ ହେବାର ନାମ ନେଉନାହିଁ। ନିକଟରେ ଆଦିଲ ଖାନଙ୍କୁ ବିବାହ କରିଥିବା ରାକ୍ଷୀ ସାୱନ୍ତଙ୍କୁ ବର୍ତ୍ତମାନ ମୁମ୍ବାଇର ଅମ୍ବୋଲି ପୋଲିସ ଗିରଫ କରିଛି।
ଶର୍ଲିନ ଚୋପ୍ରାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ମାମଲାରେ ରାକ୍ଷୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଗିରଫ କରିଛି ବୋଲି ଖବର ସାମ୍ନାକୁ ଆସିଛି। କିଛି ସମୟ ପରେ ପୋଲିସ ସାୱନ୍ତଙ୍କୁ ଅନ୍ଧେରି କୋର୍ଟରେ ହାଜର କରିବ।
ଶର୍ଲିନ ଚୋପ୍ରା ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସହିତ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।
ରାକ୍ଷୀ ସାୱନ୍ତଙ୍କ ଉପରେ ଲାଗିଛି ଏହି ଅଭିଯୋଗପ୍ରକାଶ ଥାଉକି ରାକ୍ଷୀ ସାୱନ୍ତଙ୍କ ଉପରେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଶର୍ଲିନ ରାକ୍ଷୀଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ। ଯାହାକୁ ଆଧାର କରି ମୁମ୍ବାଇର ଅମ୍ବୋଲି ପୋଲିସ ଏହି ମାମଲାରେ ରାକ୍ଷୀଙ୍କୁ ଗିରଫ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।