News 18 Odia Digital
ନୂଆ ଦିଲ୍ଲୀ: ବିଗ୍ ବସ୍ OTT ରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡ଼ି ଥିଲେ ରାକେଶ ବାପତ୍ ଓ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ। ଉଭୟଙ୍କର ଯୋଡ଼ିକୁ ବହୁତ୍ ଲୋକ ପସନ୍ଦ ମଧ୍ୟ କରୁଥିଲେ। ବର୍ତ୍ତମାନ ରାକେଶ ଓ ଶମିତା ଘୋଷଣା କରିଛନ୍ତି ଯେ ସେ ଓ ଶମିତା ଏକାଠି ନାହାଁନ୍ତି। ଅନେକ ଦିନ ଧରି ତାଙ୍କ ବ୍ରେକଅପକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା। ଗତକାଲି ଅଭିନେତା ଏକ ଲମ୍ବା ପୋଷ୍ଟ ଲେଖି ତାଙ୍କ ପ୍ରଶଂସକମାନଙ୍କୁ ସତ୍ୟ ବିଷୟରେ ଅବଗତ କରାଇଛନ୍ତି ।

ରାକେଶ ବାପତ ଓ ଶମିତା ଶେଟ୍ଟୀଙ୍କ ସମ୍ପର୍କ ଏକ ବର୍ଷ ବି ତିଷ୍ଠି ରହିଲା ନାହିଁ। ଅଭିନେତା ତାଙ୍କ ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି ଯେ'ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ମୁଁ ଓ ଶମିତା ଆଉ ଏକାଠି ନାହୁଁ। ଆମେ ଏପରି ଏକ ସ୍ଥାନରେ ପରସ୍ପରକୁ ଭେଟିଥିଲୁ ଯାହା ମୁଁ କଳ୍ପନା କରି ନ ଥିଲି। ଏହି ପ୍ରେମ ଓ ସମର୍ଥନ ପାଇଁ "ଶାରା" ପରିବାରକୁ ବହୁତ ଧନ୍ୟବାଦ"।

ଏହା ପରେ ରାକେଶ ଲେଖିଛନ୍ତି ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥାବାର୍ତ୍ତା କରେନାହିଁ, କିନ୍ତୁ ଆମେ ଆନୁଷ୍ଠାନିକ ଭାବରେ ପ୍ରଶଂସକମାନଙ୍କୁ ବ୍ରେକଅପ୍ ବିଷୟରେ ଜଣାଇବାକୁ ଚାହୁଁଥିଲୁ। ଆପଣମାନେ ଏହା ଜାଣିବା ଉଚିତ୍।
ଗତ ବର୍ଷ ବିଗ୍ ବସ୍ OTT ରେ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଏକ ବର୍ଷ ବି ରହିଲା ନାହିଁ, ଯଦିଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା।ଚଳିତ ବର୍ଷ ଶମିତାଙ୍କ ଜନ୍ମଦିନରେ ଏହି ଯୋଡିଙ୍କୁ ପୁରା ପରିବାର ସହିତ ଦେଖିବାକୁ ମଧ୍ୟ ମିଳିଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।