ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି; ୧୫ ଦିନ ପରେ ଫେରିଲା ଚେତା

ଅଗଷ୍ଟ ୧୦ରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ପରେ ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିଛି ।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି; ୧୫ ଦିନ ପରେ ଫେରିଲା ଚେତା

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି; ୧୫ ଦିନ ପରେ ଫେରିଲା ଚେତା

  • Share this:
News 18 Odia Digital

ନୂଆଦିଲ୍ଲୀ : ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ଼ର ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜୀବନ ଓ ମୃତ୍ୟୁ ସହ ୧୫ ଦିନ ହେବ ଲଢି ଚାଲିଛନ୍ତି । ତାଙ୍କ ପରିବାର ଓ ପ୍ରଶଂସକମାନେ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିବାରେ ଲାଗି ପଡ଼ିଥିବା ବେଳେ ଆଜି ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ଼ ଉନ୍ନତି ଘଟିଛି । ବାସ୍ତବରେ ସେ ୧୫ ଦିନ ପରେ ଚେତା ଫେରି ପାଇଛନ୍ତି ।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି

ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ଆଜି ଚେତା ଫେରିଛି ଓ ଏମ୍ସ ଦିଲ୍ଲୀର ଡାକ୍ତରଙ୍କ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି । ଅଗଷ୍ଟ ୧୦ ରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏବଂ ବ୍ୟାୟାମ କରୁଥିବା ସମୟରେ ପଡ଼ିଯିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ମଧ୍ୟ ଚେତା ଆସିବା ଖବର ଦେଇଛନ୍ତି

ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ଅନୁ ଅଗସ୍ତି ଏକ ଭିଡିଓକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ରାଜୁ ଭାଇ ଚେତା ଫେରି ପାଇଛନ୍ତି,ସମସ୍ତଙ୍କର ପ୍ରାର୍ଥନା ସଫଳ ହେଇଛି"

ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ସ୍ନାୟୁବିଜ୍ଞାନ ଚିକିତ୍ସା ଦିଆଯାଉଛି

ପୂର୍ବ ଦିନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଉପରେ ଦିଆଯାଇଥିବା ଉନ୍ନତିରେ କୁହାଯାଇଥିଲା ଯେ ତାଙ୍କ ମସ୍ତିଷ୍କ ବ୍ୟତୀତ ଅନ୍ୟ ଅଙ୍ଗ ସବୁ କାମ କରୁଛି । ମସ୍ତିଷ୍କ ଯେପରି ସଂକ୍ରମଣ ନହୁଏ ସବୁ ପ୍ରକାର ପଦକ୍ଷେପ ନିଆ ଯାଉଛି । ରାଜୁ ଶ୍ରୀବାସ୍ତବଙ୍କୁ ନ୍ୟୁରୋ ଫିଜିଓଥେରାପି ମଧ୍ୟ ଦିଆଯାଉଛି । ସେ ବର୍ତ୍ତମାନ ଏମ୍ସର ସ୍ନାୟୁବିଜ୍ଞାନର ଡାକ୍ତରଙ୍କ ତତ୍ତ୍ଵବଧାନରେ ଚିକିତ୍ସିତ ହେଉଛନ୍ତି।
Published by:Sujit Swain
First published: