News 18 Odia Digital
ମୁମ୍ବାଇ : ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆମ ସହିତ ଆଉ ନାହାଁନ୍ତି । ଏହି ପୀଢ଼ିର ଅନ୍ୟତମ ଲୋକପ୍ରିୟ ହାସ୍ୟ ଅଭିନେତା ୫୮ ବର୍ଷିୟ ରାଜୁ ଶ୍ରୀବାସ୍ତବ ନିଜର କମିକ ଟାଇମିଙ୍ଗ ଓ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ଦ୍ଵାରା ଲୋକଙ୍କୁ ହସାଉଥିଲେ । ନିଜର ଲୋକପ୍ରିୟତା ଯୋଗୁ ରାଜୁ ଶ୍ରୀବାସ୍ତବ ଗୋଟିଏ କମେଡି ସୋ ପାଇଁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ।

ରାଜୁ ଶ୍ରୀବାସ୍ତବ ତେଜାବ, ମେନେ ପ୍ୟାର୍ କିୟା, ବାଜିଗର, ବମ୍ବେ ଟୁ ଗୋଆ ଓ ଆମଦାନୀ ଅଠନ୍ନି ଖର୍ଚା ରୂପେୟା ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ବିଗ୍ ବସ୍ ସିଜନ୍ - ୩ ଓ ନାଚ୍ ବାଲିୟେ - ୬ ପରି ରିଅଲିଟି ଟିଭି ଶୋ’ରେ ମଧ୍ୟ ଭାଗ ନେଇଥିଲେ । ରାଜୁ ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଟ୍ରେଣ୍ଡିଂ ଟପିକ ଉପରେ ଚିତ୍ତାକର୍ଷକ ଭିଡିଓ ସେୟାର କରିଥାନ୍ତି ।
କେବଳ ୨୦୦ ନିୟୁତ ନେଟୱର୍ଥ, କାରଗୁଡ଼ିକୁ ଭଲ ପାଉଥିଲେରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୦ କୋଟି ଟଙ୍କା । ତାଙ୍କ ପାଖରେ ଅନେକ କାର୍ ମଧ୍ୟ ଥିଲା । ସେଥି ମଧ୍ୟରୁ ମର୍ସିଡିଜ୍, ବିଏମଡବ୍ଲୁ, ଅଡି ଓ ଅନ୍ୟାନ୍ୟ କାର ଥିଲା । ଏଥି ସହିତ ତାଙ୍କର ମୁମ୍ବାଇରେ ସମ୍ପତ୍ତି ଓ କାନପୁରରେ ଏକ ଘର ମଧ୍ୟ ଥିଲା । ସେ ପ୍ରାୟ ୪ ଦଶନ୍ଧି ପୂର୍ବରୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ 'ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ'ରୁ ଏକ ବଡ଼ ପରିଚୟ ମିଳିଥିଲା ।
ଲାଲୁଙ୍କ ସାମ୍ନାରେ କରିଥିଲେ ତାଙ୍କର ମିମିକ୍ରିରାଜୁ ଶ୍ରୀବାସ୍ତବ ଅନେକ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମିମିକ୍ରି କରିଥିଲେ । ସେ ମୁଲାୟମ ସିଂ ଯାଦବ ଓ ଲାଲୁ ପ୍ରସାଦ ଯାଦବଙ୍କ ମିମିକ୍ରି କରି ଦର୍ଶକଙ୍କୁ ବହୁତ ହସାଇଥିଲେ। ରାଜୁ ଥରେ ଲାଲୁ ପ୍ରସାଦ ଯାଦବଙ୍କ ଆଗରେ ତାଙ୍କର ଓ ତାଙ୍କ ପତ୍ନୀ ରାୱଡ଼ି ଦେବୀଙ୍କୁ ଥଟ୍ଟା କରି କହିଥିଲେ ଯେ ଆମ ଭଳି ହାସ୍ୟ ଅଭିନେତାମାନେ ଆପଣଙ୍କ ନାମରେ ବହୁତ ଟଙ୍କା ରୋଜଗାର କରୁଛନ୍ତି । ଲାଲୁ ଯାଦବ ମଧ୍ୟ ଏହା ଉପରେ ବହୁତ ହସିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।