ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କଲେ ରାଜପାଲ; କହିଲେ, ‘‘ଜଲଦି ସୁସ୍ଥ ହୁଅନ୍ତୁ ମୋ ଭାଇ ରାଜୁ’’

ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି। ଏଥି ନେଇ ଚିନ୍ତା ପ୍ରକଟ କରିଛନ୍ତି ବଲିଉଡ ଅଭିନେତା ରାଜପାଲ ଯାଦବ। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ସେ।

ରାଜୁ ଶ୍ରୀବାସ୍ତବଙ୍କ ଆରୋଗ୍ୟ କାମନା କଲେ ରାଜପାଲ ଯାଦବ

ରାଜୁ ଶ୍ରୀବାସ୍ତବଙ୍କ ଆରୋଗ୍ୟ କାମନା କଲେ ରାଜପାଲ ଯାଦବ

  • Share this:
News 18 Odia Digital

ମୁମ୍ବାଇ : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ସେ ବର୍ତ୍ତମାନ ଜୀବନ ଓ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ ଗତ ୯ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେ ଭେଣ୍ଟିଲେଟରରେ ଅଛନ୍ତି ଓ ତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ଅଛନ୍ତି ଓ ତାଙ୍କର ଶୀଘ୍ର ସ୍ବାସ୍ଥ୍ୟ ଆରୋଗ୍ୟ କାମନା କରୁଛନ୍ତି। ବଲିଉଡ ଅଭିନେତା ରାଜପାଲ ଯାଦବ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ଏକ ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର ଏମିତି କହିଛନ୍ତି।

ଭିଡିଓ ସେୟାର କରିବାବେଳେ ରାଜପାଲ ଯାଦବ ଲେଖିଛନ୍ତି, ‘‘ଶୀଘ୍ର ଭଲ ହୁଅ ରାଜୁ ଭାଇ ମୋର। ମୁଁ ତୁମକୁ ଦେଖିବା ପାଇଁ ଚାହୁଁଛି।’’ ଭିଡିଓରେ ରାଜପାଲ ଯାଦବ କହିଛନ୍ତି ଆମେ ସମସ୍ତେ ତୁମ ପାଇଁ ପ୍ରାର୍ଥନା କରୁଛୁ, ଉତ୍ସାହର ସହିତ ତୁମକୁ ଅପେକ୍ଷା କରୁଛୁ ।




ଦୁନିଆକୁ ପୁଣି ଥରେ ହସାଓ

ରାଜପାଲ ଯାଦବ ଭିଡିଓରେ ଆହୁରି କହିଛନ୍ତି, ‘‘ତୁମ ପରିବାର ତୁମର ଦୁନିଆ, ତୁମର ଶୁଭେଚ୍ଛୁମାନେ ଶୀଘ୍ର ସୁସ୍ଥ ହୋଇ ବାହାରକୁ ଆସିବା ପାଇଁ ପ୍ରାର୍ଥନା କରୁଛନ୍ତି । ପୁଣି ସୁସ୍ଥ ହୋଇ ସମଗ୍ର ବିଶ୍ୱକୁ  ହସାଓ। ମୁଁ ତୁମକୁ ଭଲପାଏ ଭାଇ ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଶୀଘ୍ର ସୁସ୍ଥ ହୁଅ।’’

ଏମ୍ସ ହସ୍ପିଟାଲରେ ଚିକିତ୍ସିଚ ହେଉଛନ୍ତି ରାଜୁ

ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ ଏକ ପ୍ରକାର ଡେଡ୍ ରହିଛି । ସମସ୍ତେ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ଝିଅ କହିଛନ୍ତି ଯେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି। ସେ ଏହାଠାରୁ ଅଧିକ କିଛି କହିପାରିବେ ନାହିଁ ବୋଲି ସେ କହିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ପରେ ଅଗଷ୍ଟ ୧୦ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
Published by:Sujit Swain
First published: