Mumbai: ୪୪ କୋଟି ଟଙ୍କାର ଆପାର୍ଟମେଣ୍ଟ କିଣିଲେ ବଲିଉଡ ଆକ୍ଟର ରାଜକୁମାର ରାଓ

ମୁମ୍ବାଇରେ ୪୪ କୋଟି ଟଙ୍କାରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବଲିଉଡ ଅଭିନେତା ରାଜକୁମାର ରାଓ।

ଆପାର୍ଟମେଣ୍ଟ କିନିଲେ ରାଜକୁମାର ରାଓ

ଆପାର୍ଟମେଣ୍ଟ କିନିଲେ ରାଜକୁମାର ରାଓ

  • Share this:
News 18 Odia Digital

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରାଜକୁମାର ରାଓଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର। ସେ ମୁମ୍ବାଇରେ ୪୪ କୋଟି ଟଙ୍କାରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଫ୍ଲାଟଟି ଜୁହୁ ଅଞ୍ଚଳରେ ଅବସ୍ଥିତ।

ଏହା ପୂର୍ବରୁ ଏହି ଫ୍ଲାଟ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଥିଲା। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଫ୍ଲାଟରେ ୧୪, ୧୫ ଓ ୧୬ ମହଲା ଅଛି ଓ ଏହାର ଉଚ୍ଚତା ୩,୪୫୬ ବର୍ଗଫୁଟ। କେବଳ ଏତିକି ନୁହେଁ, ଆପାର୍ଟମେଣ୍ଟ ରାଜକୁମାର ରାଓଙ୍କୁ ୬ଟି ପାର୍କିଂ ସ୍ଲଟ୍ ମଧ୍ୟ ପ୍ରଦାନ କରିଛି।

ଖବର ଅନୁଯାୟୀ, ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଚଳିତ ବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ତେବେ ଜୁଲାଇ ୨୧ରେ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଜାହ୍ନବୀ କପୁର ଏହି ଆପାର୍ଟମେଣ୍ଟକୁ ଡିସେମ୍ବର ୨୦୨୦ରେ ୩୯ କୋଟିରେ କିଣିଥିଲେ। ଏହି ମାସ ଆରମ୍ଭରେ ରଣବୀର ସିଂ ମଧ୍ୟ ମୁମ୍ବାଇରେ ୧୧୯ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିଥିଲେ।
Published by:Soumyashree Mishra
First published: