News 18 odia Digital
ମୁମ୍ବାଇ: ସୋନି ଏଣ୍ଟରଟେନ୍ମେଣ୍ଟ ଟେଲିଭିଜନର କମେଡି ଶୋ’ ‘ଇଣ୍ଡିଆଜ୍ ଲାଫ୍ଟର ଚାମ୍ପିଆନ’ର ଫିନାଲେ ଦିଲ୍ଲୀର ରଜତ ସୁଦ୍ ଜିତି ନେଇଛନ୍ତି। ଶନିବାର ‘ଲାଫ୍ଟରର ଗ୍ରାଣ୍ଡ ଫିନାଲେ’ରେ ଶ୍ରେଷ୍ଠ ୫ ପ୍ରତିଯୋଗୀ ପହଞ୍ଚିଥିଲେ। ଏଥିରେ ଥିଲେ ମୁମ୍ବାଇର ନିତେଶ ସେଟ୍ଟୀ, ଜୟ ବିଜୟ ସଚାନ, ବିଘ୍ନେଶ ପାଣ୍ଡେ, ଉଜ୍ଜୈନର ହିମାଂଶୁ ବାଓ୍ଵନ୍ଦର ଓ ଦିଲ୍ଲୀର ରଜତ ସୁଦ୍।
କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଶୋ’ର ଜଜ୍ ଅର୍ଚ୍ଚନା ପୂରଣ ସିଂ ଓ ଶେଖର ସୁମନ ଟପ୍ ୫ ଫାଇନାଲିଷ୍ଟ୍ଙ୍କ ମଧ୍ୟରୁ ଦିଲ୍ଲୀର ରଜତ ସୁଦ୍ଙ୍କୁ ‘ଇଣ୍ଡିଆଜ୍ ଲାଫ୍ଟର ଚାମ୍ପିଆନ’ର ଟ୍ରଫିରେ ସମ୍ମାନିତ କରିଥିଲେ। ଏଥି ସହିତ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ତରଫରୁ ରଜତଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା।
ମୁମ୍ବାଇର ନିତେଶ ସେଟ୍ଟୀଙ୍କୁ ପ୍ରଥମ ରନର-ଅପ୍ ଓ ଜୟ ବିଜୟ ସଚାନ ଓ ବିଘ୍ନେଶ ପାଣ୍ଡେଙ୍କୁ ଦ୍ୱିତୀୟ ରନର-ଅପ୍ ଘୋଷଣା କରାଯାଇଥିଲା। ଫାଇନାଲିଷ୍ଟ୍ଙ୍କ ମନୋବଳ ବଢ଼ାଇବା ପାଇଁ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲାଇଗର’ର ଲିଡ୍ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।