ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଗୀତ ଗାଇ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ବୈଦ୍ଯ; ମନେ ପକାଇଲେ ପୁରୁଣା ସ୍ମୃତି

ଗୀତ ଗାଇ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ବୈଦ୍ଯ; ମନେ ପକାଇଲେ ପୁରୁଣା ସ୍ମୃତି

ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ ବସ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଗୀତ ଗାଇ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ବୈଦ୍ଯ; ମନେ ପକାଇଲେ ପୁରୁଣା ସ୍ମୃତି
ଗୀତ ଗାଇ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ବୈଦ୍ଯ; ମନେ ପକାଇଲେ ପୁରୁଣା ସ୍ମୃତି
  • News18 Odia
  • Last Updated: September 6, 2021, 12:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅନେକ ଲୋକ ଓ କଳାକାର ତାଙ୍କ ସହିତ ଯଡ଼ିତ ଥିବା ପୁରୁଣା ସ୍ମୃତି ବାଣ୍ଟୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ ବସ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲ ସିଦ୍ଧାର୍ଥଙ୍କ ପସନ୍ଦର ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି । ଯେତେବେଳେ ରାହୁଲ 'ବିଗ୍ ବସ୍ ୧୪'ର ପ୍ରତିଯୋଗୀ ଥିଲେ ସିଦ୍ଧାର୍ଥ ଶୁକ୍ଲା ସେତେବେଳେ ସୋ ରେ ଜଣେ ସିନିୟର ଭାବରେ ଘରେ ପ୍ରବେଶ କରିଥିଲେ ।

ସିଦ୍ଧାର୍ଥ ଶୁକ୍ଲା ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଗୁରୁବାର ଦିନ ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ବଲିଉଡ଼ ଓ ଟିଭି ଇଣ୍ଡଷ୍ଟ୍ରି ସହ ଜଡ଼ିତ ତାରକାମାନେ ତାଙ୍କୁ ନିଜ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ରାହୁଲ ବୈଦ୍ୟ ତାଙ୍କୁ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭିଡ଼ିଓରେ ଏକ କନ୍ସର୍ଟରେ ରାହୁଲ ବୈଦ୍ୟ ସିଦ୍ଧାର୍ଥଙ୍କ ପ୍ରିୟ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓରେ ସେ କହୁଛନ୍ତି, ମୋର ଜଣେ ଘନିଷ୍ଠ ବନ୍ଧୁ ଏହି ଦୁନିଆ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି । ମୁଁ ଏହି ଗୀତ ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି । ଏହି ଗୀତ ସିଦ୍ଧାର୍ଥଙ୍କର ପ୍ରିୟ ଥିଲା ଓ ମୁଁ ଆଜି ତୁମ ପାଇଁ ଏହି ଗୀତ ଗାଇବାକୁ ଚାହୁଁଛି ।ନିକଟରେ ସିଦ୍ଧାର୍ଥଙ୍କ ସହ ରାହୁଲ ଏକ ଭିଡ଼ିଓ ସେୟାର କରିଥିବାବେଳେ କହିଥିଲେ ଯେ ସିଦ୍ଧାର୍ଥଙ୍କ ସହ ତାଙ୍କର ବନ୍ଧୁତା ବିଗ୍ ବସ୍ ସିଜନ୍ ୧୪ ସମୟରେ ହୋଇଥିଲା । ସିଦ୍ଧାର୍ଥ ମଧ୍ୟ ରାହୁଲଙ୍କୁ ବିଗ ବସ ଘରୁ ଉଦ୍ଧାର କରିଥିଲେ। ବିଗ ବସ ଘରୁ ବାହାରକୁ ଆସିବା ପରେ ମଧ୍ୟ ରାହୁଲ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଯୋଗାଯୋଗରେ ଥିଲେ। ରାହୁଲ ମଧ୍ୟ ସିଦ୍ଧାର୍ଥଙ୍କ ୪୦ତମ ଜନ୍ମଦିନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।
Published by: Soumya Das
First published: September 6, 2021, 12:04 PM IST