ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ; ଲାଲ କିଲା ହିଂସା ମାମଲାରେ ସେ ଥିଲେ ଅଭିଯୁକ୍ତ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କୃଷକ ଆନ୍ଦୋଳନ ସମୟରେ ଦୀପ ସିଦ୍ଧୁ ଆଲୋଚନାରେ ଆସିଥିଲେ। ଲାଲ କୁଲାରେ ହିଂସା ମାମଲାରେ ସେ ଜଣେ ଅଭିଯୁକ୍ତ ଥିଲେ।

ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

  • Share this:
News18 Odia Digital

Deep Sidhu Death: ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ମୃତ୍ୟୁ ଘଟିଛି। କୁନ୍ଦଲି ସୀମା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ଘଟିଛି। ନିଜ ସାଙ୍ଗମାନଙ୍କ ସହିତ ଦିଲ୍ଲୀରୁ ପଞ୍ଜାବକୁ ଫେରୁଥିବା ବେଳେ ଏହି ର୍ଦୁଘଟଣା କୃଷକଙ୍କ ଆନ୍ଦୋଳନ ସମୟରେ ଅଭିନେତାଙ୍କ ନାମ ସାମ୍ନାକୁ ଆସିଥିଲା।

ସୋନିପତ ଜିଲ୍ଲାରେ ସଡ଼କ ଦୁର୍ଘଟଣା

ଦୀପ ସିଦ୍ଧୁ ଏକ ସ୍କର୍ପିଓ କାରରେ ଯାଉଥିଲେ, ଏହି ସମୟରେ ତାଙ୍କ କାର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ସୋନିପତ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅଭିନେତା ପ୍ରାଣ ହରାଇଛନ୍ତି। ତାଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ଖାର୍କୋଡା ସରକାରୀ ଡାକ୍ତରଖାନାରେ ରଖାଯାଇଛି। ଜଣେ ମହିଳା ମଧ୍ୟ ତାଙ୍କ କାରରେ ଥିଲେ, ଯାହାର ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଲାଲ କୁଲା ହିଂସା ମାମଲାରେ ଅନେକ ମାସ ଧରି ଗିରଫ

ଜାନୁଆରୀ ୨୬ରେ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ସମୟରେ ଲାଲ କିଲାରେ ହିଂସା ମାମଲାରେ ନାମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୀପ ସିଦ୍ଧୁଙ୍କ ନାମ ମଧ୍ୟ ରହିଥିଲା। ଅନେକ ମାସ ପରେ ଏହି ମାମଲାରେ ଅଭିନେତା ଜାମିନ ପାଇଥିଲେ। ଦୀପ ସିଦ୍ଧୁ ପଞ୍ଜାବରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସନ୍ନି ଦେଓଲଙ୍କ ନିର୍ବାଚନ ପ୍ରଚାରକୁ ଦୀପ ସିଦ୍ଧୁ ପରିଚାଳନା କରିଥିଲେ।
Published by:Lipina Das
First published: