ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କଲେ ସୋନୁ ସୁଦ; ରୁଜୁ ହେଲା FIR

ରବିବାର ନିର୍ବାଚନ ଆୟୋଗ ଅଭିନେତା ସୋନୁ ସୁଦଙ୍କୁ ମୋଗାରେ ମତଦାନ ବୁଥକୁ ଯିବାକୁ ବାରଣ କରିଥିଲେ। ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହେବା ପରେ ଆୟୋଗ ଏହି ପଦକ୍ଷେପ ନେଇଥିଲେ।

ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କଲେ ସୋନୁ ସୁଦ

ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କଲେ ସୋନୁ ସୁଦ

  • Share this:
News18 Odia Digital

ଚଣ୍ଡିଗଡ: ଆଦର୍ଶ ଆଚରଣ ସଂହିତା ସମ୍ପର୍କରେ ମୋଗାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବାରୁ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ରବିବାର ଦିନ ମୋଗା ଜିଲ୍ଲାର ସୁଦଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୮୮ (ସରକାରୀ କର୍ମଚାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଆଦେଶକୁ ଅବମାନନା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ରବିବାର ଦିନ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା।

ରବିବାର ନିର୍ବାଚନ ଆୟୋଗ ଅଭିନେତା ସୋନୁ ସୁଦଙ୍କୁ ମୋଗାରେ ମତଦାନ ବୁଥକୁ ଯିବାକୁ ବାରଣ କରିଥିଲେ। ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହେବା ପରେ ଆୟୋଗ ଏହି ପଦକ୍ଷେପ ନେଇଥିଲେ। ଏହି ଅଭିଯୋଗକୁ ସୁଦ ଅସ୍ୱୀକାର କରିଛନ୍ତି। ମୋଗ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ସୁଦଙ୍କ ଭଉଣୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଗା ପୋଲିସ୍ ଷ୍ଟେସନ୍ (ସହର) ରେ ଥିବା ଏଫଆଇଆର ଅନୁଯାୟୀ, ମୋଗାର ଲାଣ୍ଡେକେ ଗ୍ରାମରେ ସୁଦ ତାଙ୍କ ଭଉଣୀ ପାଇଁ ପ୍ରଚାର କରୁଥିବା ପୋଲିସ ସୂଚନା ପାଇଥିଲା।

ସେ ଗାଁରେ ଗାଡିରେ ବସିଥିବାର ଦେଖିଲେ ଓ ଏପରି କରି ସେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ ଖଣ୍ଡନ କରିଥିଲେ। ମୋଗା ସିନିୟର ପୋଲିସ ଅଧୀକ୍ଷକ ଚରଣଜିତ ସିଂ ସୋହଲ ସୋମବାର କହିଥିଲେ ଯେ ସୁଦଙ୍କୁ ସେଠାରେ ରହିବାର ନଥିଲା। ଏଥି ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Published by:Lipina Das
First published: