ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜିଲେ କନ୍ନଡ ଆକ୍ଟର ପୁନୀତ ରାଜକୁମାର; ଟ୍ବିଟ କରି ଦୁଃଖ ପ୍ରକାଶ କଲେ କ୍ରିକେଟର

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସାମ୍ନାକୁ ଆସିଲା ଦୁଃଖଦ ଖବର । ଫେମସ ଷ୍ଟାର ପୁନୀତ ରାଜକୁମାର ତଥା ଅପ୍ପୁଙ୍କର ଦେହାନ୍ତ ହୋଇଛି। କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟ୍ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ହୃଦଘାତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜିଲେ କନ୍ନଡ ଆକ୍ଟର ପୁନୀତ ରାଜକୁମାର

ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜିଲେ କନ୍ନଡ ଆକ୍ଟର ପୁନୀତ ରାଜକୁମାର

  • Share this:
News18 Odia Digital

ଚେନ୍ନାଇ: କନ୍ନଡ ସିନେମାର ପାୱାର ଷ୍ଟାର କୁହାଯାଉଥିବା ଅଭିନେତା ପୁନୀତ ରାଜକୁମାରଙ୍କ ଆଜି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି। ଆଜି ତାଙ୍କୁ ହୃଦଘାତ ପରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟରରେ ଟ୍ୱିଟ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିନେତା ମାତ୍ର ୪୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ରାଜ୍ୟ ଛୁଟି ଘୋଷଣା କରାଯାଇଛି।

ପୁନୀତ ରାଜକୁମାର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶୁକ୍ରବାର ଦିନ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯାହା ହୃଦଘାତ ବୋଲି କୁହାଯାଉଥିଲା। ।

ବର୍ତ୍ତମାନ କ୍ରିକେଟର ଭେଙ୍କଟେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଙ୍କର ଦେହାନ୍ତ ହୋଇଛି। କ୍ରିକେଟର ଲେଖିଛନ୍ତି, ‘‘ଅଭିନେତା ପୁନୀତ ରାଜକୁମାର ଆଉ ନାହାଁନ୍ତି ବୋଲି ଜଣାଇବା ଅତ୍ୟନ୍ତ ମୁଁ ପାଇଁ ଦୁଃଖଦାୟକ। ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା।’’ ଏହା ସହିତ ସେ ପ୍ରଶଂସକମାନଙ୍କୁ ଶାନ୍ତି ବଜାୟ ରଖିବା ଓ ତାଙ୍କ ପରିବାରକୁ ସମର୍ଥନ କରିବା ପାଇଁ ପ୍ରାର୍ଥନା କରିଛନ୍ତି।



ପ୍ରଶଂସକମାନଙ୍କ ଦ୍ୱାରା ଅଭିନେତା ପୁନୀତଙ୍କୁ ଅପ୍ପୁ କୁହାଯାଉଥିଲା । ସେ କିମ୍ବଦନ୍ତୀ ଅଭିନେତା ରାଜକୁମାର ଓ ପର୍ବତମ୍ମାଙ୍କ ପୁଅ ଥିଲେ । ସେ ୨୯ରୁ ଅଧିକ କନ୍ନଡ ଫିଲ୍ମରେ କାମ କରିଛନ୍ତି । ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଓ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ତାଙ୍କ ଫିଲ୍ମର ନାମ ଥିଲା ‘Bettada Hoovu’, ଯାହା ୧୯୮୫ରେ ମୁକ୍ତିଲାଭ କରିଥିଲା। କେବଳ ଏତିକି ନୁହେଁ, ସେ ‘Chalisuva Modagalu’ ଓ ‘Yeradu Nakshatragalu’ରେ ଅଭିନୟ ପାଇଁ କର୍ଣ୍ଣାଟକ ରାଜ୍ୟ ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ।

୨୦୦୨ରେ ପୁନୀତ ଅପ୍ପୁ ନାମରେ ପ୍ରସିଦ୍ଧ ହୋଇଥିଲେ । ପ୍ରଶଂସକମାନେ ତାଙ୍କୁ ଏହି ନାମ ଦେଇଥିଲେ। ସେ 'ଅଭି', 'ବୀରା କନ୍ନଡିଗା', 'ଅଜୟ', 'ଅରାସୁ', 'ରାମ', 'ହୁଡୁଗୁରୁ' ଓ 'ଅନଜନି ପୁତ୍ର' ଭଳି ପ୍ରସିଦ୍ଧ ଫିଲ୍ମ ପାଇଁ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ 'Yuvarathnaa'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ (Puneeth Rajkumar Films) ଚଳିତ ବର୍ଷ ରିଲିଜ କରାଯାଇଥିଲା ।
Published by:Lipina Das
First published: