ଅର୍ଚ୍ଚନାଙ୍କ ପରେ ବିଗବସରୁ ବିଦା ହେଲେ ପ୍ରିୟଙ୍କା, ସଲମାନଙ୍କ ପ୍ରାଙ୍କ ନା TRP ପାଇଁ ଟ୍ୱିଷ୍ଟ

ଶୋ’ର ଏକ ନୂଆ ପ୍ରୋମୋ ବାହାରିଛି ଯେଉଁଥିରେ ସଲମାନ ଖାନ ବହିଷ୍କାରର ଏହି ବଡ ବୋମା ଫଟେଇଛନ୍ତି । ଏହି ପ୍ରୋମୋରେ ହୋଷ୍ଟ ସଲମାନ ଖାନ ପ୍ରିୟଙ୍କାଙ୍କ ନାମ ଘରୁ ବାହାରିଯିବା ପାଇଁ ନେଇଛନ୍ତି ।

ଅର୍ଚ୍ଚନାଙ୍କ ପରେ ବିଗବସରୁ ବେଘର ହେଲେ ପ୍ରିୟଙ୍କା, ସଲମାନଙ୍କ ପ୍ରାଙ୍କ ନା TRP ପାଇଁ ଟ୍ୱିଷ୍ଟ

ଅର୍ଚ୍ଚନାଙ୍କ ପରେ ବିଗବସରୁ ବେଘର ହେଲେ ପ୍ରିୟଙ୍କା, ସଲମାନଙ୍କ ପ୍ରାଙ୍କ ନା TRP ପାଇଁ ଟ୍ୱିଷ୍ଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଯଦି ବିଗ୍ ବସର ପ୍ରଶଂସକମାନେ ଅର୍ଚ୍ଚନା ଗୌତମଙ୍କ ବହିଷ୍କାରକୁ ନେଇ ଯଦି ଚକିତ ହୋଇଛନ୍ତି, ତେବେ ଜାଣିନିଅନ୍ତୁ କି ଏହି ଝଟକା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରଶଂସକମାନଙ୍କୁ ଆଗକୁ ଦ୍ୱିତୀୟ ବଡ଼ ଝଟକା ମିଳିବାକୁ ଯାଉଛି । ଅର୍ଚ୍ଚନା ଗୌତମଙ୍କ ପରେ ତାଙ୍କ ବନ୍ଧୁ ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ବାହାର କରି ଦିଆଯାଇଛି ।

ପ୍ରିୟଙ୍କା ହେଲେ ବେଘର ?

ଶୋ’ର ଏକ ନୂଆ ପ୍ରୋମୋ ବାହାରିଛି ଯେଉଁଥିରେ ସଲମାନ ଖାନ ବହିଷ୍କାରର ଏହି ବଡ ବୋମା ଫଟେଇଛନ୍ତି । ଏହି ପ୍ରୋମୋରେ ହୋଷ୍ଟ ସଲମାନ ଖାନ ପ୍ରିୟଙ୍କାଙ୍କ ନାମ ଘରୁ ବାହାରିଯିବା ପାଇଁ ନେଇଛନ୍ତି । ନିଜର ପ୍ରିୟ ବନ୍ଧୁ ପ୍ରିୟଙ୍କା ଘର ଛାଡୁଥିବା ଦେଖି ଅଙ୍କିତ ଭାବପ୍ରବଣ ଦେଖାଯାଉଥିଲେ । ସଲମାନ ଖାନ ପ୍ରିୟଙ୍କା ଚୌଧୁରୀଙ୍କୁ ପଚାରନ୍ତି, ଆପଣ ଏହି ଖେଳ ଜିତିବାକୁ ଚାହୁଁଛନ୍ତି କି ? ଏହାର ଜବାବରେ ପ୍ରିୟଙ୍କା କୁହନ୍ତି - ମୁଁ ନିଜ ପାଇଁ ଖେଳୁଛି, ସେ ନିଜ ପାଇଁ ଖେଳୁଛନ୍ତି ।

ଏହା ପରେ ସଲମାନ ଖାନ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି । ସଲମାନ ଘୋଷଣା କରିଛନ୍ତି ଯେ ପ୍ରିୟଙ୍କା ସୋ ଛାଡୁଛନ୍ତି । ଏହା ଶୁଣି ଅଙ୍କିତ ଏବଂ ପରିବାରର ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଙ୍କିତଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଛି । ପ୍ରିୟଙ୍କା କାନ୍ଦୁଛନ୍ତି ଓ ସମସ୍ତଙ୍କୁ ଆଲିଙ୍ଗନ କରୁଛନ୍ତି । ପ୍ରିୟଙ୍କା ଚୌଧୁରୀଙ୍କ ଘର ଛାଡ଼ିବାକୁ ନେଇ ଅଙ୍କିତ ନିଜକୁ ଦାୟୀ କରିଛନ୍ତି ।

ଶୋ’ର ଏହି ବିସ୍ଫୋଟକ ପ୍ରୋମୋ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ପ୍ରିୟଙ୍କାଙ୍କ ବହିଷ୍କାର ବିଶ୍ଵାସ କରିପାରୁ ନାହାନ୍ତି । ଏହି ସପ୍ତାହରେ ସୁମ୍ବୁଲ ଖାନ, ପ୍ରିୟଙ୍କା ଚୌଧୁରୀ ଓ ଗୌରୀ ନାଗୋରୀଙ୍କୁ ନୋମିନେଟ କରାଯାଇଛି । ସମସ୍ତେ ଭାବୁଥିଲେ ଯେ ସୁମ୍ବୁଲ କିମ୍ବା ଗୌରୀ ବହିଷ୍କାର ହେବେ । ପ୍ରିୟଙ୍କା ବିଗ୍ ବସ୍ ୧୬ ର ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ । ଏପରିକି ଶୋ ଜିତିବାର ଦାବି ମଧ୍ୟ କରାଯାଉଥିଲା । ବର୍ତ୍ତମାନ ଶୋ’ର ଏତେ ଶକ୍ତିଶାଳୀ ପ୍ରତିଯୋଗୀ ଘର ଛାଡ଼ିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପ୍ରିୟଙ୍କାଙ୍କ ବହିଷ୍କାର ସତ ନା ପ୍ରାଙ୍କ ?

ଏମିତିରେ ପ୍ରଶଂସକମାନେ ଅତ୍ୟଧିକ ଦୁଃଖି ହେବା ଆବଶ୍ୟକ ନାହିଁ । TRP ପାଇଁ ଏହା ନିର୍ମାତାଙ୍କ ଏକ ଖେଳ ମଧ୍ୟ ହୋଇପାରେ । ଏହା ସର୍ବଦା ଘଟିଛି ଯେ ସଲମାନ ଖାନ ବେଳେବେଳେ ଥଟ୍ଟା ମଜା ପାଇଁ ଶୋ’ରେ ସକିଙ୍ଗ ବହିଷ୍କାର କରନ୍ତି । ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ହୃଦୟ ମାନୁ ନାହିଁ, ସେମାନେ ଦାବି କରିଛନ୍ତି ଯେ ଏହା କେବଳ ଏକ ପ୍ରାଙ୍କ, ପ୍ରିୟଙ୍କା ସୋ ଛାଡି ନାହାଁନ୍ତି ।

ଏହା ଜଣା ଯେ ଗତ ଦୁଇ ସପ୍ତାହ ଧରି ବିଗ୍ ବସରେ କେହି ଘର ଛାଡ଼ି ନାହାନ୍ତି । ଯେହେତୁ ଅର୍ଚ୍ଚନା ଗୌତମଙ୍କୁ ସୋ’ରୁ ବାହାର କରି ଦିଆଯାଇଛି, ଏହି ସପ୍ତାହରେ ମଧ୍ୟ କେହି ବହିଷ୍କାର ହେବେ ନାହିଁ ବୋଲି ଅନେକ ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଚର୍ଚ୍ଚା ହେଉଛି ଯେ, ଏହି ସପ୍ତାହ ଶେଷର ଅର୍ଚ୍ଚନା ବିଗ୍ ବସରେ ପ୍ରବେଶ କରିବେ ।
Published by:Soubhagya Mishra
First published: