ପ୍ରିୟଙ୍କା ଚୋପ୍ରା ଦେଖାଇଲେ ନିଜ ଚଳଚ୍ଚିତ୍ର ସିଟାଡେଲର ଚରିତ୍ରର ଝଲକ; ମୁହଁରେ ଲାଗିଛି ମାଟି ଝାଳ

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡ଼ିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି।

ପ୍ରିୟଙ୍କାଙ୍କ ମୁହଁ ମାଟି ଓ ଝାଳରେ ଲତପତ ହୋଇଛି । (ପ୍ରତୀକାତ୍ମକ ଛବି)

ପ୍ରିୟଙ୍କାଙ୍କ ମୁହଁ ମାଟି ଓ ଝାଳରେ ଲତପତ ହୋଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ : ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡ଼ିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି। ଋଷୋ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମରେ ଏକ ସେଲ୍ଫି ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁରେ ମାଟି ଲାଗିଥିବା ଦେଖାଯାଉଛି। ଏହି ସେଲଫି ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ “କାମରେ ମଇଳା ଦିନ। ଆପଣମାନେ ଏହାକୁ ଭେଟିବା ପାଇଁ ଅପେକ୍ଷା କରିପାରିବେ ନାହିଁ। #Citadel।” ପ୍ରିୟଙ୍କାଙ୍କ ଏହି ସେଲଫି ଉପରେ ପ୍ରଶଂସକମାନେ ତାଙ୍କୁ ଖୁବ ପ୍ରଶଂସା କରୁଥିବା ଦେଖାଯାଉଛି। କେହି କେହି “ତୁମର ଅଭିନୟ ପ୍ରକୃତରେ ଆଶ୍ଚର୍ଯ୍ୟଜନକ” ବୋଲି ଲେଖିଥିବା ବେଳେ ଆଉ କେହି “ସୁପର ଆକର୍ଷଣୀୟ” ବୋଲି କହିଛନ୍ତି। ପ୍ରିୟଙ୍କାଙ୍କ ଜଣେ ପ୍ରଶଂସକ ତାଙ୍କ ସେଲଫି ଉପରେ କମେଣ୍ଟ ଦେଇ କହିଛନ୍ତି ଯେ “ଡ୍ୟୁଡ, ଏହା ବହୁତ ଚମତ୍କାର, ମୋତେ ଭଲ ଲାଗିଲା, ଆଗକୁ ବଢ଼ ଓ ଧୂମ ମଚେଇଦିଅ।”

ଇନଷ୍ଟାଗ୍ରାମ ସହିତ ପ୍ରିୟଙ୍କା ଇନଷ୍ଟା ଷ୍ଟୋରୀରେ ବି ସୁଟିଂ ଫଟୋ ସେୟାର କରି କହିଛନ୍ତି ଯେ ସୁଟିଂ ପରେ ସେ କିପରି ବହୁତ ଥକି ପ଼ଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖି ବୁଜିହୋଇଯାଇଥିବା ବେଳେ ଜିଭ ପଦାକୁ ବାହାରି ଆସିଛି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ “Switching to my EOD mood”

ନିକଟରେ ପ୍ରିୟଙ୍କା ଚୋପ୍ରା ଦୀର୍ଘ ସମୟ ପରେ ତାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କୁ ଭେଟିଥିଲେ। କୋଭିଡ -୧୯ ମହାମାରୀ କାରଣରୁ ସେମାନଙ୍କ ବୃତ୍ତିଗତ ପ୍ରତିବଦ୍ଧତା ଓ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଗତ କିଛି ମାସ ଧରି ଏହି ଦମ୍ପତି ଅଲଗା ରହିବାକୁ ବାଧ୍ୟ ହୋଇଥିଲେ। ପରିସ୍ଥିତି ଏମିତି ହେଲା ଯେ ବର୍ତ୍ତମାନ ପ୍ରିୟଙ୍କା ଲଣ୍ଡନରେ ଥିବାବେଳେ ନିକ ତାଙ୍କ ସୁଟିଂ ପାଇଁ ଆମେରିକା ଚାଲିଯାଇଥିଲେ। ନିକ ଏବେ ଜର୍ସି ବଏଜ ପ୍ରଡକସନର ରିହର୍ସାଲ କରୁଛନ୍ତି।

ପ୍ରିୟଙ୍କା ଚୋପ୍ରାଙ୍କ କାମର କଥା କହିବାକୁ ଗଲେ, 'ସିଟାଡେଲ୍' ବ୍ୟତୀତ ଅନ୍ୟ କେତେକ ପ୍ରୋଜେକ୍ଟ ପାଇପଲାଇନରେ ଅଛି। ଏହା ବ୍ୟତୀତ ନିକଟରେ 'ମ୍ୟାଟ୍ରିକ୍ସ ୪' ଓ 'ଟେକ୍ସଟ ଫର ୟୁ'ର ସୁଟିଂ ଶେଷ ହୋଇଛି। ଏହା ଛଡ଼ା ‘ଇଣ୍ଡିଆନ୍ ୱେଡିଙ୍ଗ କମେଡି’ରେ ମିଣ୍ଡି କାଲିଙ୍ଗଙ୍କ ସହ ମଧ୍ୟ ନଜର ଆସିବେ, ଯାହା ନିଜେ ପ୍ରସ୍ତୁତ କରୁଛନ୍ତି।
Published by:Soumya Das
First published: