News18 Odia Digital
ମୁମ୍ବାଇ: କିଛି ଦିନରୁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏହି ଯୋଡି ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି । ଯାହାକୁ ନେଇ ନିରାଶ ପ୍ରିୟଙ୍କାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ସେ ନିଜ ଛାଡ଼ପତ୍ର ଉପରେ ପ୍ରତିକ୍ରିୟା ରିଖିଛନ୍ତି । ତାଭ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ସେ ତାଙ୍କ ସ୍ୱାମୀ ନିକଙ୍କ ସହିତ ରହିବାକୁ ଚାହାଁନ୍ତି କି ନାହିଁ? ପ୍ରିୟଙ୍କାଙ୍କ ମନ୍ତବ୍ୟ ଉପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକ୍ ଜୋନସ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ପ୍ରିୟଙ୍କା ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେଇଛନ୍ତି ।
ନିକଟରେ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ୍ ହଟାଇ ଦେଇଥିଲେ । ସେ 'ଜୋନସ୍' ସରନେମ୍ ସହିତ 'ଚୋପ୍ରା' ସରନେମକୁ ମଧ୍ୟ ହଟାଇଛନ୍ତି । ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତଜ୍ଞ ସ୍ୱାମୀ ନିକଙ୍କଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି।
ଫ୍ୟାନ୍ସ ଅନୁଭବ କରିବାକୁ ଲାଗିଲେ ଯେ ପ୍ରିୟଙ୍କା ଓ ନିକଙ୍କ ସମ୍ପର୍କ ମଧ୍ୟରେ କିଛି ଭଲ ନାହିଁ ଓ ଉଭୟ ଅଲଗା ହେବାକୁ ଯାଉଛନ୍ତି । ଯଦିଓ ପ୍ରିୟଙ୍କା ଏକ ମନ୍ତବ୍ୟ ଦେଇ ପ୍ରକାଶ କରିଛନ୍ତି ଯେ ସେ ଛାଡପତ୍ର ହେବାକୁ ଚାହୁଁଛନ୍ତି ନା ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି?
ନିକ ଇନଷ୍ଟାଗ୍ରାମରେ ନିଜ ଜିମର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ନିକ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ପ୍ରିୟଙ୍କା ଚୋପ୍ରା ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି । ଏହି କମେଣ୍ଟରେ ସେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି, ଯେଉଁମାନେ ତାଙ୍କ ଛାଡପତ୍ରକୁ ନେଇ ଆଲୋଚନା କରୁଛନ୍ତି ।
ପ୍ରିୟଙ୍କା ଚୋପ୍ରା କମେଣ୍ଟରେ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ! ମୁଁ ତୁମ କୋଳରେ ମରିବାକୁ ଚାହୁଁଛି।" ଏହା ସହିତ, ସେ ଆଖିରେଓ ହୃଦୟରେ ପ୍ରେମ ସହିତ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତିଯ । ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ନିକଙ୍କଠାରୁ ଅଲଗା ହେବାକୁ ଚାହୁଁନାହାଁନ୍ତି। ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି । ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟରୁ ଫ୍ୟାନ୍ସଙ୍କୁ ଏବେ ଆରାମ ମିଳିଛି । ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟକୁ ସୋସିଆଲ ମିଡ଼ିଆ ୟୁଜର୍ସ ବେଶ୍ ପସନ୍ଦ କରୁଛନ୍ତି ।
ଏହା ପୂର୍ବରୁ, ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରା ପ୍ରିୟଙ୍କା ଓ ନିକଙ୍କ ଛାଡପତ୍ର ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଥିଲେ, ‘‘ଏହି ସବୁ ଖବର ମିଥ୍ୟା, ଏଥିରେ କୌଣସି ସତ ନାହିଁ । ମୋ ଝିଅ ଓ ଜ୍ବାଇଁ ଛାଡପତ୍ର ନେବେ ନାହିଁ ।’’
ହିନ୍ଦୁ-ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଏହି ବିବାହ ହୋଇଥିଲା
୨୦୧୮ରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଚୋପ୍ରା ଓ ନିକଙ୍କ ରାଜକୀୟ ବିବାହ ହୋଇଥିଲା। ପ୍ରଥମେ ଦୁହେଁ ହିନ୍ଦୁ ଓ ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ହଲିଉଡ ଶୋ ଓ ଫିଲ୍ମରେ ଅଭିନୟ କରିବାକୁ ଆମେରିକା ଯାଇଥିବା ବେଳେ ପ୍ରିୟଙ୍କା ନିକଙ୍କୁ ଭେଟିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।