ପ୍ରାୟ ୩ ବର୍ଷ ପରେ ଘରକୁ ଫେରୁଛନ୍ତି ବଲିଉଡର ଦେଶୀ ଗାର୍ଲ; ସେୟାର କଲେ ଖୁସି

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପ୍ରାୟ ତିନି ବର୍ଷ ପରେ ଭାରତକୁ ଫେରୁଛନ୍ତୁ। ଯାହାକୁ ନେଇ ତାଙ୍କ ଖୁସି କହିଲେ ନସରେ।

ପ୍ରାୟ ୩ ବର୍ଷ ପରେ ଘରକୁ ଫେରୁଛନ୍ତି ବଲିଉଡର ଦେଶୀ ଗାର୍ଲ

ପ୍ରାୟ ୩ ବର୍ଷ ପରେ ଘରକୁ ଫେରୁଛନ୍ତି ବଲିଉଡର ଦେଶୀ ଗାର୍ଲ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ମୁମ୍ବାଇ: ବର୍ତ୍ତମାନ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଖୁସିର କୌଣସି ସୀମା ନାହିଁ। କାରଣ ସେ ପ୍ରାୟ ୩ ବର୍ଷ ପରେ ନିଜ ଦେଶକୁ ଫେରିବାକୁ ଯାଉଛନ୍ତି। ଆଉ ସାଥିରେ ସେ ନିଜ କୁନି ଝିଅ ମାଲତୀ ମେରୀ ଚୋପ୍ରା ଜୋନସଙ୍କୁ ମଧ୍ୟ ଆଣିବେ। ଏହା ତାଙ୍କ ଝିଅର ପ୍ରଥମ ଭାରତ ଗସ୍ତ। ଏହାର ଖୁସି ସେ ଫ୍ୟାନ୍ସଙ୍କ ସହ ସେୟାର ମଧ୍ୟ କରିଛନ୍ତି।

ଏହି ଅବସରରେ ପିସି ତାଙ୍କ ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବୋର୍ଡିଂ ପାସର ଝଲକ ଦେଖିବାକୁ ମିଳୁଛି।

ବୋର୍ଡିଂ ପାସର ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ‘‘ଶେଷରେ ... ଘରକୁ ଯାଉଛି। ପ୍ରାୟ ତିନି ବର୍ଷ ପରେ।’’ କୋଭିଡ ମହାମାରୀ ପରେ ଏହା ତାଙ୍କର ଭାରତ ଗସ୍ତ ହେବ।

ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ


ଚଳିତ ବର୍ଷ ଏପ୍ରିଲରେ ପ୍ରିୟଙ୍କା ଭାରତ ଆସିବାର ଆଶା କରାଯାଉଥିଲା। ସେ ଏପ୍ରିଲରେ ଟ୍ରାଭେଲ ପ୍ଲସ ଲିଜରକୁ କହିଥିଲେ, “ମୋର ମନ ପ୍ରତିଦିନ ରାତିରେ ଛୁଟିରେ ଯାଏ, କିନ୍ତୁ ମୁଁ ଭାରତ ଫେରିବାକୁ ମରୁଛି। ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଲିଖିତ ଏବଂ କଥିତ ଭାଷା ଅଛି, ଯାହାର ଅର୍ଥ ବିଭିନ୍ନ ଚରିତ୍ର, ପୋଷାକ, ଖାଦ୍ୟ ଏବଂ ଛୁଟିଦିନ। ତେଣୁ ଯେତେବେଳେ ବି ଆପଣ ସୀମା ଅତିକ୍ରମ କରି ଭାରତକୁ ଯାଆନ୍ତି ଏହା ଏକ ନୂଆ ଦେଶକୁ ଯିବା ପରି ଲାହେ। ପ୍ରତ୍ୟେକ ଥର ମୁଁ ଘରକୁ ଫେରିବା ପରେ କିଛି ଛୁଟି ଏବଂ ଯାତ୍ରା କରିବା ପାଇଁ କିଛି ସମୟ ନେବାକୁ ସ୍ଥିର କରେ।"








View this post on Instagram






A post shared by Priyanka (@priyankachopra)






ପ୍ରକାଶ ଥାଉକି ପ୍ରିୟଙ୍କା ନିକ୍ ଜୋନାସଙ୍କୁ ୨୦୧୮ ଡିସେମ୍ବରରେ ଯୋଧପୁରର ବିବାହ କରିଥିଲେ। ସେ ଚଳିତ ବର୍ଷ ଜାନୁଆରୀରେ ସରୋଗେସି ମାଧ୍ୟମରେ ଝିଅ ମଲତୀ ମେରି ଚୋପ୍ରା ଜୋନସଙ୍କୁ ସ୍ୱାଗତ କରିଥିଲେ। ନିକଟରେ ଦୀପାବଳି ଅବସରରେ ସେ ନିଜ ଶିଶୁ କନ୍ୟା ସହିତ ପ୍ରଥମ ଦୀପାବଳି ପାଳନ କରିଥିଲେ। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା।
Published by:Lipina Das
First published: