ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଲେ କୁନି ଅତିଥି; ସୋସିଆଲ ମିଡ଼ିଆରେ ଛୁଟୁଛି ଶୁଭେଚ୍ଛାର ସୁଅ

Priyanka-Nick Become Parents: ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ଘରକୁ କୁନି ଅତିଥି ଆସିଛନ୍ତି। ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ପ୍ରିୟଙ୍କା ମା' ହେବା ବିଷୟରେ ସୂଚନା ଦେଇଛନ୍ତି।

 ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଲେ କୁନି ଅତିଥି

ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଲେ କୁନି ଅତିଥି

  • Share this:
News18 Odia Digital

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ କୁନି ସଦସ୍ୟ ଆସିଛନ୍ତି। ପ୍ରିୟଙ୍କା ଓ ନିକ ପିତାମାତା ହୋଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ପୋଷ୍ଟକୁ ଶେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି।

ନିକ ଓ ପ୍ରିୟଙ୍କା ସରୋଗେସି ମାଧ୍ୟମରେ ପିତାମାତା ହୋଇଛନ୍ତି। ତେବେ ପୁଅ ଜନ୍ମ ହୋଇଛି ନା ଝିଅ ସେ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି। ପ୍ରିୟଙ୍କା ଜଣେ ମା' ହେବାର ଖୁସି ବ୍ୟକ୍ତ କରିଛନ୍ତି। ସେବେଠାରୁ ସେଲିବ୍ରିଟମାନେ ତାଙ୍କୁ ସୋସିଆଲ ମିଡ଼ିଆରେ ଅଭିନନ୍ଦନ ଜଣାଇଛନ୍ତି।

ପ୍ରିୟଙ୍କା ଓ ନିକ ଏକାଠି ସୋସିଆଲ ମିଡ଼ିଆରେ ଶିଶୁର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି - ସରୋଗେସି ମାଧ୍ୟମରେ ଆମେ ପିତାମାତା ହୋଇଛୁ ବୋଲି ସୂଚନା ଦେଇ ଆମେ ବହୁତ ଖୁସି ଅନୁଭବ କରୁଛୁ । ଏହି ବିଶେଷ ସମୟରେ, ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ପଡୁଥିବାରୁ ଆମେ ଆପଣଙ୍କଠାରୁ ଗୋପନୀୟତା ଆଶା କରୁଛୁ। ବହୁତ୍ ବହୁତ୍ ଧନ୍ୟବାଦ୍।’’ ଏହି ପୋଷ୍ଟକୁ ଶେୟାର କରି ପ୍ରିୟଙ୍କା ନିକଙ୍କୁ ଟ୍ୟାଗ୍ କରି ଏକ ହୃଦୟ ଇମୋଜି ପୋଷ୍ଟ କରିଥିଲେ।

ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡ଼ିଆରେ ତାଙ୍କ ପିତାମାତା ହେବା ବିଷୟରେ ସୂଚନା ଦେବା ମାତ୍ରେ ସେଲିବ୍ରିଟମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୁମା କୁରୈଶି କମେଣ୍ଟରେ କହିଛନ୍ତି, ‘‘ଏହା ଚମତ୍କାର। ଶୁଭେଚ୍ଛା ପ୍ରିୟଙ୍କା ଓ ନିକ।’’ ହୁମାଙ୍କ ପରି ଅଭିନେତ୍ରୀ ପୂଜା ହେଗଡେ କମେଣ୍ଟରେ ଲେଖିଛନ୍ତି, ବେବି ପାଇଁ ଶୁଭେଚ୍ଛା। ବହୁତ ବହୁତ ପ୍ରେମ।’’ ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ୧୪ ଲକ୍ଷ ଲୋକ ପସନ୍ଦ କରିସାରିଛନ୍ତି।








View this post on Instagram






A post shared by Priyanka (@priyankachopra)






ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ୨୦୧୮ ଡିସେମ୍ବରେ ବବିହା ବନ୍ଧନରେ ଆବଦ୍ଧ ହୋଇଥିଲେ। ରାଜସ୍ଥାନର ପ୍ରିୟଙ୍କା ଓ ନିକ ବିବାହ କରିଥିଲେ। ବିବାହ କାର୍ଯ୍ୟ ତିନି ଦିନ ଧରି ଚାଲିଥିଲା। ଯେଉଁଥିରେ ପ୍ରିୟଙ୍କା ଓ ନିକ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ପ୍ରିୟଙ୍କା ଓ ନିକଙ୍କ ବିବାହ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଗତ ବର୍ଷ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସ୍ୱାମୀଙ୍କ ଉପନାମ ହଟାଇ ଦେଇଥିଲେ, ଯାହା ପରେ ନିକ ଓ ସେମାନଙ୍କ ସମ୍ପର୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିବାକୁ ଲାଗିଥିଲା। ଏଭଳି ପରିସ୍ଥିତିରେ, ଶିଶୁର ଜନ୍ମ ପରେ, ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।
Published by:Lipina Das
First published: