ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ କଥା ହୋଇ ସ୍ୱାସ୍ଥ୍ଯବସ୍ଥା କଥା ବୁଝିଲେ ପ୍ରଧାନମନ୍ତ୍ରୀ

ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୪୬ ଘଣ୍ଟା ଧରି ଭେଣ୍ଟିଲେଟର ରହି ଚିକିତ୍ସା ହେଉଛନ୍ତି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ କଥା ହୋଇ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ (ପ୍ରତୀକାତ୍ମକ ଛବି)

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ନୂଆଦିଲ୍ଲୀ : ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟର ରହିଛନ୍ତି । ଶ୍ରୀବାସ୍ତବଙ୍କୁ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି। ରାଜୁ ଶ୍ରୀବାସ୍ତବ ୪୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହେବ ଭେଣ୍ଟିଲେଟର ରହି ଚିକିତ୍ସା ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପତ୍ନୀଙ୍କ ସହ କଥା ହୋଇ  ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।

ଗୁରୁବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ ଓ ତାଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଥିଲେ। ପରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ବୁଧବାର ହାସ୍ୟ ଅଭିନେତା ସୁନୀଲ ପାଲ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ରାଜୁଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରି କହିଛନ୍ତି ଯେ ତାଙ୍କୁ ଠିକ ସମୟରେ ଆଡମିଶନ କରାଯାଇଥିଲା। ଭଗବାନଙ୍କ କୃପାରୁ, ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି । ସେ କିନ୍ତୁ ବିପଦରେ ଅଛନ୍ତି। ” ସେ ଆହୁରି ମଧ୍ୟ କହିଛନ୍ତି, “ରାଜୁ ଭାଇ ଶୀଘ୍ର ସୁସ୍ଥ ହୁଅନ୍ତୁ। ସମେସ୍ତ ଟିକେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି  ।
Published by:Sujit Swain
First published: