ନାରୀ ସଶକ୍ତିକରଣ ନେଇ ଏମିତି କିଛି କହିଲେ ପ୍ରକୃତି ମିଶ୍ର
- News18 Odia
- Last Updated :
- Odisha (Orissa)
News 18 Odia Digital
ବାବୁସାନ ଓ ପ୍ରକୃତି ମିଶ୍ର ବିବାଦ ମଝିରେ ଅଭିନେତ୍ରୀଙ୍କ ସୋସିଆଲ ମିଡି଼ଆ ପୋଷ୍ଟକୁ ବେଶ ଚର୍ଚ୍ଚା ଲାଗିରହିଛି । ପ୍ରକୃତି ନିଜ ପୋଷ୍ଟରେ ନାରୀ ସଶକ୍ତିକରଣ ଦିଗ ବାବଦରେ ବର୍ଣ୍ଣନା କରିଛନ୍ତି । ସମାଜ ପାଇଁ ମହିଳା ସଶକ୍ତିକରଣ ସହ କିଛି ନୂଆ କରିବା ପ୍ରୟାସ ପାଇଁ ମୋତେ ହଇରାଣରେ ସମ୍ମୁଖୀନ ହେବାକୁ ପଡ଼ୁଛି। ସମସ୍ତେ ଜାଣନ୍ତି କି ମୋର ଏହି ନୀତି ବଦଳାଇବା ଦିଗରେ ଏକ ବଡ଼ ଲକ୍ଷ୍ୟ ଅଛି? ମୁଁ ଭାବୁଛି ଏହା ମୋତେ ଅଧିକ କାମ କରିବାକୁ ଶକ୍ତି ଯୋଗାଇବ! ମୁଁ ଭାବୁଛି ମୁଁ ଏପର୍ଯ୍ୟନ୍ତ ମୋ କାମ ଠିକ୍ ଭାବରେ କରି ନାହିଁ ଓ ମୋର ଲକ୍ଷ୍ୟ "ମହିଳା ସଶକ୍ତିକରଣ" ହାସଲ କରିବାକୁ ମୋତେ ଅଧିକ କିଛି କରିବାକୁ ପଡ଼ିବ ବୋଲି ଏମିତି କିଛି ସୋସିଆଲ ମିଡିଆରେ ଲେଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।
ସାମାଜିକ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଓ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ଯ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଓ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ ।
ଯାହା ବି ହେଉନା କାହିଁକି ମୁଁ ନିଶ୍ଚିିତ ଯେ ଠିକ ରାସ୍ତାରେ ଅଛି । ଆଇନ ଉପରେ ମଧ୍ୟ ମୋର ପୂରା ଭରସା ଅଛି । ଆଗାମୀ ପରିସ୍ଥିତିକୁ ଧୌର୍ଯ୍ୟଏବଂ ସାହସର ସହିତ ସାମ୍ନା କରିବା ପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ଆବଶ୍ୟକତା କରୁଛି । ଏହା ଲେଖି ସେ ଲୋକଙ୍କ ସମର୍ଥନ ଲୋଡିଛନ୍ତି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।