ପରିବାର ନିକଟକୁ ଫେରି ଶାନ୍ତିରେ ରୁହନ୍ତୁ ବାବୁସାନ: ପ୍ରକୃତିଙ୍କ ବାପା

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପ୍ରକୃତିଙ୍କ ବାପା କହିଛନ୍ତି ବାବୁସାନ ତାଙ୍କ ପରିବାର ନିକଟକୁ ଫେରି ଯାଆନ୍ତୁ ଓ ଶାନ୍ତିରେ ରୁହନ୍ତୁ। ସୁଖରେ ସଂସାର କରନ୍ତୁ। ବାପା ହିସାବରେ ଏତିକି କହିବି।

ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର

ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର

  • Share this:
News18 Odia Digital

ଆଜି ପ୍ରକୃତି ମିଶ୍ରଙ୍କର ବୟାନ ରେକର୍ଡ଼ କରିଛି ଖାରବେଳ ନଗର ଥାନା ପୋଲିସ।  ଚେନ୍ନାଇରୁ ଫେରିବା ପରେ ବାବୁସାନ ଓ ପ୍ରକୃତି ଥାନାରେ ହଜାର ହେବା ନେଇ ପୋଲିସ ତରଫରୁ ଉଭୟଙ୍କୁ ନୋଟିସ ହୋଇଥିଲା। କିନ୍ତୁ ଏସବୁ ମଧ୍ୟରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପ୍ରକୃତିଙ୍କ ବାପା କହିଛନ୍ତି ବାବୁସାନ ତାଙ୍କ ପରିବାର ନିକଟକୁ ଫେରି ଯାଆନ୍ତୁ ଓ ଶାନ୍ତିରେ ରୁହନ୍ତୁ। ସୁଖରେ ସଂସାର କରନ୍ତୁ। ବାପା ହିସାବରେ ଏତିକି କହିବି। ଆଇନ ବାକି କାମ କରିବ। ବ୍ଲାକ ମେଲିଂ ଅଭିଯୋଗ ଆସିବା ପରେ ବାବୁ ନିଜେ ଏହାର ଉତ୍ତର ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେହେତୁ ପ୍ରକୃତି ନଥିଲା ତେଣୁ ତାଙ୍କ ବୟାନ ରଖିବା ପାଇଁ ନୋଟିସ ହୋଇଥିଲା। ଆମେ ସ୍ଥାନ ଉପରେ ଉପସ୍ଥିତ ନଥିଲୁ। ଯାହା ପ୍ରକୃତରେ ଘଟିଥିଲା ତାହା ବାବଦରେ ତଦନ୍ତ କରିବାକୁ ପୋଲିସ ଆସିଥିଲା। ସବୁକିଛି ତଦନ୍ତ ପରିସରରେ ଅଛି। ମୁଁ ବର୍ତ୍ତମାନ ବିଶ୍ରାମ ଚାଁହୁଛି। ମୋର କୌଣସି ଦାବି ନାହିଁ। ପୋଲିସ ତଦନ୍ତ ଦିଗରେ ଆମେ ସହଯୋଗ କରିଛୁ । ମାନସିକ ସ୍ତରରେ ଠିକ୍‌ରେ ଅଛି ପ୍ରକୃତି ।

ଚେନ୍ନାଇରୁ ଫେରିବା ପରେ ବୟାନ ଦେବା ପାଇଁ ପୋଲିସ କହିଥିଲା। ପ୍ରକୃତି ମିଶ୍ର ତାଙ୍କ ପରିବାର ସହିତ ଅଛନ୍ତି । ପରିବାର ସଦସ୍ୟଙ୍କ ସହ ଫଟୋ ଆସିବା ପରେ ସ୍ପଷ୍ଟ ହୋଇଯାଇଛି ।

ଫିଲ୍ମର ପ୍ରମୋସନ୍ ଲାଗି ଅଭିନେତା ବାବୁସାନ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରି ଆସିଲେଣି। ହେଲେ ଏଯାବତ ବାବୁସାନ୍ ରାଜଧାନୀକୁ ଫେରିନାହାଁନ୍ତି। ସେହି ଟିମ୍ ସହିତ ତାଙ୍କର ଫେରିବାର କଥା ଥିଲା, କିନ୍ତୁ ଏପରି କାହିଁକି ହେଲା? କୁଆଡ଼େ ଗଲେ ବାବୁସାନ୍? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Published by:Soumya Das
First published: