ଦ୍ରୌପଦୀ; ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ; ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ପୋଷ୍ଟର ରିଲିଜ୍

ମୋ ସହ ଯାହା ଘଟିଛି ସବୁ ନାରୀ, ସବୁ ଝିଅଙ୍କ ସହ ତାହା ଘଟୁଛି । ନାରୀ ପ୍ରତି ଏଭଳି ଅତ୍ୟାଚାରକୁ ନେଇ ମୁଁ ଆସିଛି ଦ୍ରୌପଦୀ ମାଧ୍ୟମରେ

ଦ୍ରୌପଦୀ; ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ; ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ପୋଷ୍ଟର ରିଲିଜ୍

ଦ୍ରୌପଦୀ; ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ; ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ପୋଷ୍ଟର ରିଲିଜ୍

  • Share this:
News 18 Odia Digital

ଭୁବନେଶ୍ୱର; ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ନୂଆ ଫିଲ୍ମ ଦ୍ରୌପଦୀ ପୋଷ୍ଟର ରିଲିଜ୍ ହୋଇଛି । ନିକଟରେ ତାଙ୍କ ଜୀବନରେ ଘଟିଥିବା କାହାଣୀକୁ ନେଇ ମୁଭିଟି ଆସୁଥିବା କହିଛନ୍ତି ପ୍ରକୃତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ପ୍ରକୃତି ନୂଆ ଓଡ଼ିଆ ଫିଲ୍ମ ଦ୍ରୌପଦୀ ରେ ସାମନାକୁ ଆସୁଛନ୍ତି । ଫିଲ୍ମର ଟ୍ୟାଗ ଲାଇନ୍ ରହିଛି ଦ୍ରୌପଦୀ ସବୁ ନାରୀଙ୍କ କାହାଣୀ, ଜଣେ ନାରି ହିଁ ଆଉ ଜଣେ ନାରୀ ର ଶତ୍ରୁ ।



ପ୍ରକୃତି ଫିଲ୍ମର ନାମକୁ ନେଇ କହିଛନ୍ତି ଦ୍ରୌପଦୀ ବହୁତ ସୁନ୍ଦର ନାଁ, ବହୁତ ଅର୍ଥ ସେଥିରେ ଅଛି । ଯୁଗ ଯୁଗ ଧରି ନାରୀ ଗୋଟେ ନାରୀକୁ ପୁରୁଷ ନାରୀକୁ ଯୁଗ ଯୁଗ ଧରି ନିର୍ଯାତନା ଦେଇ ଆସୁଛନ୍ତି । ବହୁ ଅସୁବିଧାକୁ ନାରୀକୁ ପ୍ରଥମେ ସାମ୍ନା କରିବାକୁ ପଡେ । ଆମର ମେଲ ଡୋମିନେଟେଡ ସୋସାଇଟି ଭିତରେ କିଛିବି ସମସ୍ୟା ହେଲେ ଆଗେ ଅଙ୍ଗୁଳି ଉଠେ ଗୋଟେ ନାରୀ ଉପରକୁ । ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତିକୁ ମାଡ଼ ମାରିବା ପରେ ପ୍ରକୃତି ମିଶ୍ର ବିବାଦ ଘେରକୁ ଆସିଥିଲେ। କିଛି ଦିନ ପରେ ସେ ମୁମ୍ବାଇ ଚାଲିଯାଇଥିଲେ । ସୋସିଆଲ ମିଡିଆରେ ଲେଖିଥିଲେ ୨ୟ ଇନିଂସରେ ପୁଣି ଫେରିବେ ।
କିଛି ଦିନ ମଧ୍ୟରେ ପ୍ରକୃତିଙ୍କର ଏହି ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ସେ ଦ୍ରୌପଦୀ ଫିଲ୍ମର ଟାଇଟଲ ରଖିବା ସହିତ ନିଜେ ମୁଖ୍ୟ ଭୂମିକାରେ ନଜର ଆସିବେ। ତାଙ୍କ ନିଜ ଜୀବନରେ ଘଟିଥିବା ସମସ୍ତ ଘଟଣାବଳୀ ଏହି ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

ପ୍ରକୃତି କହିଛନ୍ତି ନାରୀମାନଙ୍କୁ କିଭଳି ହଇରାଣ କରାଯାଉଛି, ଶୋଷଣ କରାଯାଉଛି, କିଭଳି ଜଣେ ନାରୀ ହିଁ ନାରୀର ଶତ୍ରୁ, ତାଙ୍କ ସହ କିଭଳି ରାସ୍ତାରେ ସେଦିନ ଘଟଣା ଘଟିଲା, ଆଇନକୁ କେମିତି ହାତକୁ ନିଆ ଯାଉଛି, ଏସବୁ ଫିଲ୍ମରେ ରହିବ । ନାରୀମାନଙ୍କ ବିଷୟରେ କିଛି ନଜାଣି ଲୋକେ ଯେଉଁ କମେଣ୍ଟ ଦେଉଛନ୍ତି । ସେସବୁ ବିରୋଧରେ ପ୍ରତି ଅତ୍ୟାଚାରିତ ନାରୀଙ୍କ ପାଇଁ ଏହି ଫିଲ୍ମ ଟି ଆସୁଛି। ସବୁ ନାରୀଙ୍କ ସଂଘର୍ଷ ଏଥିରେ ରହିଛି ।

ପ୍ରକୃତି କହିଛନ୍ତି ମୋ ଜୀବନରେ ଯେଉଁ ଘଟଣା ଘଟିଲା, ଭିଡିଓ ଭାଇରାଲ ହେଲା ମୋ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକେ କହିଲେ । ମୁଁ ଯେହେତୁ ପବ୍ଲିକ ଫିଗର୍ ଥିଲି ସେଥିପାଇଁ କଥାଟା ଏତେ ଭାଇରାଲ ହେଲା । ମୋ ପାଖରେ ସାହାସ ଅଛି ଏସବୁର ସାମ୍ନା କରିବାକୁ ସେଥିପାଇଁ ମୁଁ ଏସବୁକୁ ସହଜରେ ଏଡାଇ ଦେଇ ପାରୁଛି, ଅନେକ ଜଣ ଅଛନ୍ତି ଯେଉଁମାନେ ଏଭଳି ଅତ୍ୟାଚାରିତ ହେଉଛନ୍ତି । ଏସବୁକୁ ନେଇ ଆମେ ଆଜି ଫିଲ୍ମ ଟି କରିଛୁ । ସବୁ ନାରୀମାନଙ୍କ କାହାଣୀ ସବୁ ଝିଅ ମାନଙ୍କ କାହାଣୀ । ତେବେ ଫିଲ୍ମର କାହାଣୀକୁ ନେଇ ପ୍ରକୃତି ବଖାଣିବା ପରେ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ହିନ୍ଦୀ ଆଉ ଓଡ଼ିଆ ଉଭୟ ଭାଷାରେ ଫିଲ୍ମ ଟି ରିଲିଜ୍ ହେବ
Published by:Soubhagya Mishra
First published: