ବାପାଙ୍କ ସହ ବାହାରକୁ ଆସିଲେ ପ୍ରକୃତି ମିଶ୍ର; କହିଲେ ସମୟ ଆସିଲେ ସବୁ କହିବି

ଘରର ଛାତ ଉପରେ ବାପା ମନ୍ମଥ ମିଶ୍ରଙ୍କ ସହ ଆସିଛନ୍ତି ପ୍ରକୃତି। ସମୟ ଆସିଲେ ସବୁ କହିବି ବୋଲି ପ୍ରକୃତି ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରକୃତି ଓ ବାବୁସାନ ବିବାଦ ପରେ ପ୍ରଥମ ଥର ପାଇଁ ଆଜି ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଘରର ଛାତ ଉପରେ ବାପା ମନ୍ମଥ ମିଶ୍ରଙ୍କ ସହ ଆସିଥିଲେ ପ୍ରକୃତି। ସମୟ ଆସିଲେ ସବୁ କହିବି ବୋଲି ପ୍ରକୃତି ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଦିନକୁ ଦିନ ଘନେଇବାରେ ଲାଗିଛି ସେଲିବ୍ରେଟି ବିବାଦ। ଗତକାଲି ବାବୁସାନ ଘରର ଛାତ ଉପରକୁ ଆସି ନିଜ ପ୍ରତିକ୍ରିୟା ରଖିଥିଲେ। ରାତିରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ମଧ୍ୟ ବିଶେଷ କିଛି କହିନଥିଲେ। ପ୍ରକୃତି ମିଶ୍ର ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ନିଜ କଥା ରଖିଥିବା ବେଳେ ଘଟଣା ପରଠୁ ସମସ୍ତ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିନଥିଲେ।

ଏହାରି ମଧ୍ୟରେ ଶୁକ୍ରବାର ସକାଳେ ପ୍ରକୃତି ଓ ବାବୁସାନଙ୍କ ଏକ ଅଡ଼ିଓ ଭାଇରଲ ହେଉଥିଲା। ଯେଉଁଥିରେ ପରସ୍ପରକୁ i love you କହୁଥିବାର ଶୁଣିବାକୁ ମିଳିଥିଲା। ପୂର୍ବରୁ ପ୍ରକୃତିଙ୍କ ବାପା ଗଣମାଧ୍ୟମ ଆଗରେ ନିଜ ଝିଅ ସପକ୍ଷରେ ପ୍ରତିକ୍ରିୟା ରଖି ଆସୁଥିବା ବେଳେ ଏପରି ଭିଡ଼ିଓ ତୃପ୍ତିଙ୍କ ଅଭିଯୋଗ ଉପରେ ମୋହର ମାରିଛି।
Published by:Soumya Das
First published: